ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା

ନୟାଗଡ଼ ଅଫିସ,୫।୬: ଶିଶୁ ଶ୍ରମିକ ସଚେତନତା ମାସ ଜୁନ୍‌ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ଲେବର କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲାରେ ଲେବର କମିଶନର ଉଦ୍‌ଘାଟନ କରି ସାରିଲେଣି। ରାଜ୍ୟର ବିଭିନ୍ନ ଜିଲାରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ଇତିମଧ୍ୟରେ ୪ଦିନ ବିତିବାକୁ ବସିଛି ହେଲେ ନୟାଗଡ଼ ଜିଲାରେ ଉକ୍ତ କାର୍ଯ୍ୟକମ ଆରମ୍ଭ ହୋଇ ପାରିନାହିଁ। ଜିଲାରେ ଅତି କମ୍‌ରେ ଗୋଟିଏ ବ୍ଳକରେ ୭ ଦିନ ଲେଖାଏଁ ୪ଟି ବ୍ଲକରେ ସଚେତନତା ମାସ ପାଳନ ପାଇଁ ୭୦ ହଜାର ଟଙ୍କା ଅନୁଦାନ ଆସିଛି। ସେହିଭଳି ଏକ ସ୍ବତନ୍ତ୍ର ଧରଣର ଶୋଭାଯାତ୍ରା କରି ଶିଶୁ ଶ୍ରମିକ ନିୟୋଜନ କରିବା ଦଣ୍ଡନୀୟ ଅପରାଧ ବୋଲି ବୁଝାଇବା ପାଇଁ ୧୦ ହଜାର ଟଙ୍କା ଅନୁଦାନ ମିଳିଛି। ପୁଣି ଜିଲାସ୍ତରୀୟ ସଭା କରିବା ପାଇଁ ୪୦ ହଜାର ଅନୁଦାନ ଆସିଛି। ଏସବୁ ସତ୍ତ୍ୱେ ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଜିଲା ଶ୍ରମ ଅଧିକାରୀ ଅଣଦେଖା କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସେହିଭଳି ଟାସ୍କଫୋର୍ସ ଗଠନ ହୋଇ ସାରିଥିଲେ ମଧ୍ୟ ଶିଶୁ ଶ୍ରମିକ ଧରପଗଡ଼ ହେଉନାହିଁ। ଇତିମଧ୍ୟରେ ୩ ଜଣ ଶ୍ରମ ଅଧିକାରୀ ବଦଳି ହୋଇ ଥିଲେ ମଧ୍ୟ ଶିଶୁ ଶ୍ରମିକଙ୍କ ପାଇଁ କୌଣସି କାମ କରାଯାଉ ନ ଥିବା ଅଭିଯୋଗ ହୋଇ ଆସୁଛି।
ନୟାଗଡ଼ ଜିଲାରେ ସର୍ବଶିକ୍ଷା ଅଭିଯାନ, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଜିଲା ଶ୍ରମ ବିଭାଗ ଓ ବିଭନ୍ନ ଏନ୍‌ଜିଓ କାମ କରୁଛନ୍ତି। ସରକାରଙ୍କ ପକ୍ଷରୁ ଶିକ୍ଷାର ପ୍ରସାର ନିମନ୍ତେ ବିଭିନ୍ନ ସାକ୍ଷରତା କାର୍ଯ୍ୟକ୍ରମ ଚାଲୁ ରହିଛି। କେତେକ ବିଭାଗୀୟ ଅଧିକାରୀଙ୍କ ଅବହେଳା, ଆନ୍ତରିକତା ଅଭାବ ତଥା ଦୁର୍ନୀତିଖୋର ମନୋଭାବ ଯୋଗୁ ଜିଲାରେ ଚାଲିଥିବା ଜାତୀୟ ତଥା ରାଜ୍ୟସ୍ତରୀୟ ବିଦ୍ୟାଳୟ ଚାଲ ଅଭିଯାନ ଫେଲ ମାରୁଛି। ଏଣୁ ୧୪ ବର୍ଷରୁ କମ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପାଣିରେ ପଡ଼ୁଛି। ଫଳରେ ଏ ସମସ୍ୟା ସରକାରଙ୍କ ବାଳ ଶ୍ରମିକ ଯୋଜନାକୁ ଉପହାସ କରୁଛି ତାହା ନୁହେଁ ସମାନ୍ତରାଳଭାବେ ସମାଜର ବିକାଶରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ନୟାଗଡ଼ ଜିଲା ସଦର ମହକୁମା ସମେତ ୮ଟି ବ୍ଳକ ଓ ୫ ସହରାଞ୍ଚଳରେ ବହୁ ଶିଶୁ ଶ୍ରମିକ ଘୁରି ବୁଲୁଛନ୍ତି। ଜିଲାର ସ୍ଥିତିକୁ ଦେଖିଲେ ବିଦ୍ୟାଳୟ ଚାଲ ଅଭିଯାନ କେତେଦୂର କାମରେ ଲାଗିଛି ତାହା କାର୍ଯ୍ୟରତ ଶିଶୁ ଶ୍ରମିକମାନଙ୍କୁ ଦେଖିବା ପରେ ଆକଳନ କରି ହେଉଛି। ତଥାପି ଜିଲାରେ ସବୁ କିଛି ଠିକ୍‌ ଚାଲିଥିବାର ପ୍ରଶାସନ ପକ୍ଷରୁ କୁହାଯାଉଛି। ଯେଉଁ ବୟସରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇ ହାତରେ କଲମ, ବହି ଧରି ପାଠ ପଢ଼ିବା ଓ ଖେଳକୁଦ କରିବା କଥା ସେହି ବୟସ ସେମାନଙ୍କ ପରିବାର ପ୍ରତିପୋଷଣରେ କଟୁଛି। ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ଦୋକାନ, ଗ୍ୟାରେଜରେ ଓ ବଡ ବଡିଆଙ୍କ ଘରେ ଶିଶୁ ଶ୍ରମିକମାନଙ୍କୁ ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ସମସ୍ତେ ଉପଭୋଗ କରୁଥିଲେ ମଧ୍ୟ କେହି ହେଲେ ବି ପ୍ରତିବାଦ କରୁନାହାନ୍ତି। ସମସ୍ତ ଶିଶୁ ଶ୍ରମିକଙ୍କ କୋମଳମତି ମନ ଭାରାକ୍ରାନ୍ତ। ଏମାନେ ଏକ ପୃଥକ୍‌ ପୃଥବୀର ମଣିଷ ପାଲଟି ଯାଇଛନ୍ତି। ଅପଲକ ଆଖିର କରୁଣ କାହାଣୀ ନେଇ ଚାହଁୁଥିବା ଏ ପିଲାମାନେ ଭିକ୍ଷୁକ ନୁହଁନ୍ତି କି ବିକଳାଙ୍ଗ ମଧ୍ୟ ନୁହଁନ୍ତି। ସେମାନଙ୍କୁ ଶିଶୁ ଶ୍ରମିକର ଆଖ୍ୟା ମଧ୍ୟ ଦିଆଯାଇପାରୁନାହିଁ। କୋମଳମତି ଶିଶୁ ଓ କିଶୋରମାନଙ୍କର ଇଏ ଏକ ଭିନ୍ନ ରୂପ। ନିଜ ପୃଥିବୀର ଜୀବନ ଯୁଦ୍ଧରେ ଏମାନେ ଜଣେ ଜଣେ ଶିଶୁ ସୈନିକ। ନିଜେ ବଞ୍ଚିବା ପାଇଁ ନୁହେଁ ଅନ୍ୟକୁ ବଞ୍ଚାଇବାଲାଗି ଏମାନଙ୍କର ଏ ଯୁଦ୍ଧ ଜରୁରୀ ହୋଇପଡିଛି। ଅନ୍ୟପକ୍ଷେ ଥଇଥାନର ବ୍ୟବସ୍ଥା ନ ଥିବାରୁ ଜିଲାରେ ଶିଶୁ ଶ୍ରମିକ କମିବା ପରିବର୍ତ୍ତେ ବଢ଼ି ଚାଲିଛି।
ଏ ସଂକ୍ରାନ୍ତରେ ୧୩ ବର୍ଷର ବାଳିକା ସସ୍ମିତା ସାହୁ କୁହନ୍ତି, ଆମ ଘର ଖୋର୍ଦ୍ଧା ଜିଲାରେ। ବାପାଙ୍କର ମୃତ୍ୟୁ ପରେ ମା’ ଓ ଆମେ ଦୁଇ ଭଉଣୀ ନୟାଗଡ଼ ଚାଲି ଆସିଛୁ। ଘର ଆମର ନାହିଁ। ମୋ ଭଉଣୀ ମୋ ଠାରୁ ୪ ବର୍ଷ ସାନ। ରୋଜଗାର ନ ଥିବାରୁ ଭିକ୍ଷା ବୃତ୍ତି କରୁଛୁ। ପାଠ ପଢ଼ିଲେ କ’ଣ ଘର ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ କୁହନ୍ତି, ଜିଲାପାଳଙ୍କ ସହ ଆଲୋଚନା ପରେ ଏହି ସପ୍ତାହରୁ ଶିଶୁ ଶ୍ରମିକ ସଚେତନତା ମାସ ଆରମ୍ଭ ହେବ। ସଚେତନତା ପାଇଁ ଟଙ୍କା ମଞ୍ଜୁର ହୋଇଛି ହେଲେ ଆମ ପାଖକୁ ଆସି ନ ଥିଲେ ମଧ୍ୟ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବୁ। ୨୦୨୨ରେ ଶିଶୁ ଶ୍ରମିକ ଧରପଗଡ଼ କରାଯାଇଥିବା ରେକର୍ଡ କହୁଛି। ସଚେତନତା ମାସ ଶେଷ ପରେ ଶିଶୁ ଶ୍ରମିକ ଧରପଗଡ଼ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri