ପ୍ରସ୍ତାବ ମାତ୍ରେ ଅଣଦେଖା

ଯାଜପୁର ଅଫିସ,୭ା୬: ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବନ୍ୟା ବିଭୀଷିକା ଦେଖିବାକୁ ମିଳୁଛି। ବିପୁଳ ପରିମାଣର ଚାଷଜମି ପ୍ରଭାବିତ ହେବାଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି। ବ୍ୟକ୍ତିଗତ ଓ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ଏହି ସମସ୍ୟାକୁ ସରକାର ହୃଦୟଙ୍ଗମ କଲେ ମଧ୍ୟ ପ୍ରତିକାର କରାଯାଇପାରୁନାହିଁ। ଏହାର କାରଣ ହେଉଛି ପ୍ରଶାସନିକ ସ୍ତରରେ ଅବହେଳା। ଏଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି (ଏସ୍‌ଏଲ୍‌ଏନ୍‌ସିସି) ବୈଠକର ନିଷ୍ପତ୍ତିକୁ ଉଦାହରଣ ଭାବେ ନିଆଯାଇପାରେ। ଏସ୍‌ଏଲ୍‌ଏନ୍‌ସିସି ସଭ୍ୟାସଭ୍ୟମାନଙ୍କ ଦ୍ୱାରା ଗୃହୀତ ଏକାଧିକ ପ୍ରସ୍ତାବ ସତେ ଯେମିତି ଅଣଦେଖା ପାଇଁ ଉଦ୍ଦିଷ୍ଟ। କାରଣ ସେସବୁ ଆଲୋଚନା ମଧ୍ୟରେ ସୀମିତ ରହିଛି। ଫଳରେ କେବଳ ଯାଜପୁର ଜିଲା ନୁହେଁ, ରାଜ୍ୟର ବିିଭିନ୍ନ ନଦୀ ଅବବାହିକା ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।
୨୬ା୬ା୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍‌ଏଲ୍‌ଏନ୍‌ସିସି ବୈଠକରେ ଗ୍ରହଣ କରାଯାଇଥିବା ଏକାଧିକ ପ୍ରସ୍ତାବ ଉପରେ ଅନୁପାଳନ ଓ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ ନ ହେବା ପ୍ରଶାସନିକ ଅବହେଳାକୁ ସୂଚାଉଛି। ଏନେଇ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ୨୧ା୧୦ା୨୦୨୦, ୨୭ା୧ା୨୦୨୧ ଓ ୧୩ା୪ା୨୦୨୧ରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅନୁପାଳନ ଓ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଉକ୍ତ ରିପୋର୍ଟ ଦାଖଲ ନ ହେବାରୁ ସଚିବ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆସନ୍ତା ୯ ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଏସ୍‌ଏଲ୍‌ଏନ୍‌ସିସି ବୈଠକର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଶୁକ୍ରବାର ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ସୂଚନାଥାଉ କି, ୨୬ା୬ା୨୦୨୦ରେ ଅନୁଷ୍ଠିତ ଏସ୍‌ଏଲ୍‌ଏନ୍‌ସିସି ବୈଠକରେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସୁନ୍ଦରଗଡ଼ ଏମପି ଜୁଏଲ ଓରାମ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ସଭ୍ୟାସଭ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ। ସେଥିମଧ୍ୟରେ ଯାଜପୁର ଜିଲାରେ ପ୍ରବାହିତ ବୈତରଣୀ ନଦୀ ଏବଂ ଏହାର ଶାଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବିଧାୟିକା ମଲ୍ଲିକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ତାହା ହେଲା ଭଦ୍ରକ ଜିଲାର ଅର୍ଦ୍ଦାଳୁଆଠାରେ ବୈତରଣୀ ନଦୀର ଶାଖାନଦୀ କୋଚିଲାରେ ଏକ ଡ୍ୟାମ ନିର୍ମାଣ, ଯାହାକି ପ୍ରଶାସନିକ ମଞ୍ଜୁର ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଓ ଯାଜପୁର ଜିଲାର ପ୍ରାୟ ୭ ହଜାର ହେକ୍ଟର ଜମିରେ ଜଳସେଚିତ ହେବା ସହ ବନ୍ୟା ନିୟନ୍ତ୍ରଣ ହୋଇପାରିବ। କିନ୍ତୁ ପ୍ରକଳ୍ପ ପ୍ରସ୍ତାବ ଉପରେ ଏଯାଏ ପଦକ୍ଷେପ ନିଆଯାଇପାରିଲାନାହିଁ।
୨୦୨୦ ଅଗଷ୍ଟରେ ବନ୍ୟା ଏବଂ ଗତ ମେ ୨୬ରେ ବାତ୍ୟା ‘ୟାସ୍‌’ ଓ ପରବର୍ତ୍ତୀ ବନ୍ୟା ଯୋଗୁ ଯାଜପୁର ଜିଲାରେ ବିପୁଳ କ୍ଷୟକ୍ଷତି ହୋଇଛି। ବୈତରଣୀ ଓ ଏହାର ଶାଖାନଦୀରେ ପର୍ଯ୍ୟାୟକ୍ରମେ ୯ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ଲୋକଙ୍କ ଜୀବନ ଜୀବିକା ବିପଦାପନ୍ନ ହୋଇଛି। ଲଗାଣ ବର୍ଷା ହେଲେ ଅନେକ ଜାଗାରେ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହୁଛି। ବର୍ଷାଜଳ ନିଷ୍କାସନ ପାଇଁ ଆଡିବନ୍ଧରେ ଯେଉଁ ପରିମାଣର ସ୍ଲୁଇସ୍‌ ଗେଟ୍‌ ରହିବା କଥା ତାହା ନାହିଁ। ଏଥିଯୋଗୁ ବନ୍ୟା ପାଣି ନଦୀଗୁଡିକରୁ ନିଷ୍କାସିତ ହୋଇପାରୁନାହିଁ। ତେଣୁ ବୈତରଣୀ ଡାହାଣ ଏବଂ ଖରସ୍ରୋତା ଡାହାଣ ଓ ବାମ ପାର୍ଶ୍ୱ ଆଡିବନ୍ଧରେ ଅଧିକ ପରିମାଣରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଅଞ୍ଚଳରେ ବନ୍ୟା କିଛିମାତ୍ରାରେ ନିୟନ୍ତ୍ରଣ ହୋଇ ପାରନ୍ତା ବୋଲି ବିଧାୟିକା ମଲ୍ଲିକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାହା ଯେଭଳି ଅଣଦେଖା ହୋଇରହିଛି, ସେଥିରୁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଥିବା ସ୍ପଷ୍ଟ ହୋଇଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଶାଖାନଦୀ କୋଚିଲା ଉପରେ ଏକ ଡ୍ୟାମ ନିର୍ମାଣ ଲାଗି ଆସିଥିବା ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରି ନିମନ୍ତେ ଡିଭିଜନସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri