ଆପଣଙ୍କର ଏହି ୬ ଅଭ୍ୟାସ ଅଛି କି? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ କେଉଁ ଅଭ୍ୟାସ ତ୍ୟାଗ କରିବା ଉଚିତ୍‌ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ
ଶ୍ଳୋକ:

कुचैलिनं दन्तमलोपधारिणं बह्वाशिनं निष्ठुरभाषिणं च।
सूर्योदये चास्तमिते शयानं विमुञ्चतिश्रीर्यदि चक्रपाणि:।।

– ଜଣେ ବ୍ୟକ୍ତିକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ମଇଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟକୁ କେବେବି ଲକ୍ଷ୍ମୀ ଆସନ୍ତି ନାହିଁ। କାରଣ ଏପରି ଲୋକଙ୍କୁ ସବୁ ଦିଗରୁ ଘୃଣା କରାଯାଇଥାଏ ।

-ମଇଳା ଦାନ୍ତ ଥିବା ଲୋକମାନଙ୍କ ପାଖରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ। ତାଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିଥାଏ। ଦାନ୍ତ ସଫା କରୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।

– ଆବଶ୍ୟକଠାରୁ ଅଧିକ ଖାଉଥିବା ଲୋକ କେବେବି ଧନୀ ହୋଇପାରିବ ନାହିଁ। ଗରିବ ଲୋକ ଅଧିକ ଦାରିଦ୍ର୍ୟର ଶିକାର ହୁଅନ୍ତି ।

– ତିକ୍ତ ଶବ୍ଦ କହୁଥିବା ବ୍ୟକ୍ତି ଧନୀ ହୋଇପାରିବ ନାହିଁ। କାରଣ ତାର କଥାରେ ଅନ୍ୟଲୋକ ଆହତ ହୋଇଥାନ୍ତି। ଏଣୁ ସର୍ବଦା ବୁଝି ବିଚାରି କଥା କହିବା ଉଚିତ।

-ଅଧିକ ଶୋଉଥିବା ବ୍ୟକ୍ତିଙ୍କ ନିକଟକୁ ଲକ୍ଷ୍ମୀ ଆସନ୍ତି ନାହିଁ। ଏପରି ବ୍ୟକ୍ତି ମଧ୍ୟ କେବେ ଧନୀ ହୁଅନ୍ତି ନାହିଁ । ବିନା କାରଣରେ ଶୋଇବା କ୍ଷତିକାରକ ମଧ୍ୟ ହୋଇପାରେ।
– ପ୍ରତାରଣା ଏବଂ ଅସାଧୁତା ଦ୍ୱାରା ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଅଧିକ ସମୟ ଧରି ଧନୀ ରହନ୍ତି ନାହିଁ। ସେମାନେ ଶୀଘ୍ର ଟଙ୍କା ହରାନ୍ତି ବୋଲି ଚାଣକ୍ୟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri