ରାଜ୍ୟର ପ୍ରଥମ ମ୍ୟୁନିସିପାଲିଟିକୁ ଅବହେଳା

କେନ୍ଦ୍ରାପଡ଼ା ଅଫିସ, ୩୧ା୮: ୧୮ ମେ ୧୮୮୫ ମସିହାରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ ଯାଜପୁରକୁ ଦୁଇଟି ସବ୍‌ଡିଭିଜନରେ ପରିଣତ କରିଥିଲେ। ଏହାର ଠିକ୍‌ ୧୦ବର୍ଷ ପରେ ଅର୍ଥାତ୍‌ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। କେନ୍ଦ୍ରାପଡ଼ା କେବଳ ପ୍ରଥମ ମ୍ୟୁନିସିପାଲିଟି ନୁହେଁ। ଏହି ସହର ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ରାଜ୍ୟର ପ୍ରଥମ କେନାଲ (୧୮୬୯ ମେ ୨୯) ଭାବେ ମାନ୍ୟତା ପାଇଛି। ସେହିପରି ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଇଂରେଜମାନେ ଫେଜର ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରଥମଥର ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍‌ଷ୍ଟାଣ୍ଡର ଡାଇମଣ୍ଡ ଜୁବୁଲି ପାଠାଗାର ଐତିହାସିକ ସ୍ବାକ୍ଷର ବହନ କରୁଛି। ଆଖପାଖ ୬.୪୭ ବର୍ଗ କିମି ମଧ୍ୟରେ ଥିବା ୧୪ଟି ପଡ଼ା ଗ୍ରାମକୁ ନେଇ ଗଠିତ ଏହି ମ୍ୟୁନିସିପାଲିଟିରେ ୧୮୮୭ରେ ଲୋକାଲ ବୋର୍ଡ ଗଠନ ହୋଇଥିଲା। ଏଠାରେ ପ୍ରଥମ ଥର ୱାର୍ଡ କାଉନ୍‌ସିଲର ନିର୍ବାଚନ ୧୯୧୧ରେ ଅନୁଷ୍ଠିତ ହୋଇଥିଲା। ୧୮୮୫-୮୬ରେ ଏହାର ଲୋକସଂଖ୍ୟା ମାତ୍ର ୧୫, ୭୧୯ ଜଣ। ସମ୍ପ୍ରତି ଏହି ମ୍ୟୁନିସିପାଲିଟି ପରିବର୍ଦ୍ଧିତ ହୋଇ ୨୧ଟି ୱାର୍ଡରେ ପରିଣତ ହୋଇଛି। ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସହରର କଳେବର ବଢ଼ୁଛି।
କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଯମଧରଠାରୁ ଜଜାଙ୍ଗ, ଅପରପକ୍ଷରେ ଥିବା ୫୩ ନଂ.(କ) ଜାତୀୟ ରାଜପଥର ଛତାଠାରୁ ହଜାରୀ ଛକଯାଏ ସହର ଲମ୍ବି ଗଲାଣି। ଏହାକୁ ହିସାବ ରଖିଲେ କେନ୍ଦ୍ରାପଡ଼ା ସହରରେ ଏବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ କଳେବର ବୃଦ୍ଧି ପାଉଥିଲେ ମଧ୍ୟ ପୌରାଞ୍ଚଳର ପରିସୀମା ବୃଦ୍ଧି ପାଉନି। ନିକଟରେ ଏହି ସହରର ପରିସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହିତ ୧୫୩ ବର୍ଷର ଏହି ପୌରାଞ୍ଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତ୍ତିଭୂମିରେ ବହୁ ପଛୁଆ ଅଛି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ସହରବାସୀଙ୍କ ସମେତ ଜିଲାବାସୀ ବହୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ୨୦୧୮ରେ ନିର୍ମାଣ ଶେଷ ହେବାକୁ ଥିବା ଶାମଗୁଡିଆସ୍ଥିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ସତ୍ତ୍ୱେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଆଗାମୀଦିନରେ ଜିଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସହ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ସହରର ରାସ୍ତା ସମସ୍ୟା ଅଧିକ ଉତ୍କଟ ହେବ। ତିନିମୁହାଣି ସହରର ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ସରକାରୀ ଓ ବେସରକାରୀ ଅବରୋଧ ଅଧିକ ହୋଇଛି। ଆସନ୍ତା ୫୦ ବର୍ଷର ସହର ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ, ଆଇ ଲଭ କେନ୍ଦ୍ରାପଡ଼ା, ଭେଣ୍ଡିଂ ଜୋନ ଆଦି ଅପ୍ରାସଙ୍ଗିକ ହୋଇପଡିବ। ସେହିପରି ନିର୍ମାଣାଧୀନ ଗାନ୍ଧୀ ସ୍ମୃତି ପୀଠର ସ୍ଥାନାନ୍ତର ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ସ୍ବର ଉଠାଇଛନ୍ତି। ବାଇପାସ୍‌ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି। ମହାଭୋଇ ପୋଖରୀ, ଗୋବରୀ ନଦୀ, କେନାଲରେ ନୌବିହାର, ଫୁଟପାଥ ନିର୍ମାଣ ଓ ଆଲୋକୀକରଣ ସହର ପାଇଁ ଆବଶ୍ୟକ। ସହର ମଧ୍ୟରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରଶସ୍ଥ ରାସ୍ତା, ବିଦ୍ୟୁତ୍‌ ଖୁଣ୍ଟ ଆଦି ବାଧା ସୃଷ୍ଟି କରୁଛି। ଏହି ସହରରେ ବହୁ ଐତିହାସିକ ସ୍ମାରକୀ ଅଛି। ସୂର୍ଯ୍ୟଘଡି, ପୁରୁଣା ବଳଦେବଜୀଉ ମନ୍ଦିରର ସୁନାକୂଅ, ବାଲାବାବା ମନ୍ଦିର ପରିସରରେ ଥିବା ରାଜାବାବାଙ୍କ ମୂର୍ତ୍ତି ପଛପଟର ସୁଡ଼ଙ୍ଗ ଆଦିକୁ ଅଧିକ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ବିରେଜ ସିଷ୍ଟମ, ପଲିଥିନ ବ୍ୟାନ, ରସାବଳି ଓ ପୋଟଳି ପିଠାକୁ ଜିଲାର ମିଠା ଭାବେ ସ୍ବୀକୃତି ଦେବା, ଶ୍ରୀବଳଦେବଜୀଉ ଓ ଅନ୍ୟ ଧାର୍ମିକ ପୀଠିସ୍ଥଳକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସହରବାସୀ ସଦାସର୍ବଦା ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri