ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୩୧ା୮: ଗତ କିଛି ମାସ ପରେ ଦଲାଲ ଷ୍ଟ୍ରିଟରେ ଏକ ବଡଧରଣର କାରବାର ହୋଇଥିବା ଜଣାପଡିଛି। ଫଳରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷ ମେ ୨୦ ପରେ ଏହା ସର୍ବବୃହତ ବଜାର ଲାଭ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧,୫୬୪ ପଏଣ୍ଟ (୨.୭%) ବଢି ୫୯,୫୩୭ ଅଙ୍କରେ ବନ୍ଦ ହୋଇଛି। ସେହିପରି ନ୍ୟାଶନାଲ୍‌ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସଇ) ନିଫ୍ଟି ୫୦ରେ ମଧ୍ୟ ୪୪୬ ପଏଣ୍ଟ (୨.୫୮%) ବୃଦ୍ଧି ପାଇ ୧୭,୭୫୯ ଅଙ୍କରେ ବନ୍ଦ ହୋଇଛି।
ଅପରପକ୍ଷରେ ବେଞ୍ଚମାର୍କ ଇଣ୍ଡେକ୍ସଗୁଡିକର କାରବାର ସୂଚୀ ଅନୁଯାୟୀ ନିବେଶକଙ୍କ ସମ୍ପତ୍ତି ୫.୬୮ ଟ୍ରିଲିୟନ (୨.୫%) ଟଙ୍କା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିଏସଇ ସେନସେକ୍ସ ୧,୫୬୪.୪୫ ପଏଣ୍ଟ (୨.୭୦%) ବୃଦ୍ଧି ପାଇ ୫୯,୫୩୭.୦୭ ଅଙ୍କରେ ସ୍ଥିର ରହିଛି। ଏପରିକି କାର୍ଯ୍ୟ ଦିବସର ସମସ୍ତ ମାନଦଣ୍ଡ ଅନୁସାରେ ୧,୬୨୭.୧୬ ପଏଣ୍ଟ (୨.୮୦%) ବୃଦ୍ଧି ପାଇ ୫୯,୫୯୯.୭୮ରେ ପହଞ୍ଚିଛି। ଫଳରେ ବିଏସଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ବଜାର ପୁଞ୍ଜୀକରଣ ୫,୬୮,୩୦୫.୫୬ କୋଟି ଟଙ୍କାକୁ ବୃଦ୍ଧି ପାଇ ୨,୮୦,୨୪,୬୨୧.୮୩ କୋଟିରେ ପହଞ୍ଚିଛି। ଏଭଳି ସ୍ଥିତିରେ ଏହାର ସମସ୍ତ ବିଏସଇ ବିଭାଗୀୟ ସୂଚକାଙ୍କ ସବୁଜ ରଙ୍ଗରେ କାରବାର ଶେଷ କରିଛନ୍ତି। ଯେଉଁଥିରେ ବାସ୍ତବତା ୩.୫୧%, ବ୍ୟାଙ୍କେକ୍ସ ଆଡଭାନ୍ସ ୩.୩୩%, ଆର୍ଥିକ ୩.୧୮%, ୟୁଟିଲିଟି ୨.୮୨%, ଶକ୍ତି ୨.୮୨% ଏବଂ ତୈଳ ଏବଂ ଗ୍ୟାସ ୨.୬୫%କୁ ବୃଦ୍ଧି ପାଇଛି। ଅନ୍ୟପଟେ ନିଫ୍ଟି ୫୦ ସୂଚୀର ସମସ୍ତ ୫୦ଟି ଉପାଦାନ ଯଥା ବଜାଜ ଟୁଇନ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଟେକ୍‌ ଏମ, ଟାଟା ମୋଟର୍ସ, କୋଟାକ୍‌ ବ୍ୟାଙ୍କ, ଏଚଡିଏଫସି, ଏଚୟୁଏଲ, ଟାଟା ଷ୍ଟିଲ, ଆକ୍ସିସ୍‌ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ଏସବିଆଇର ନିବେଶ ୩% ରୁ ୫.୪% ମଧ୍ୟରେ ବୃଦ୍ଧି ପାଇଛି। ସେହିଭଳି ବିଭାଗୀୟ ଦୃଷ୍ଟିରୁ ନିଫ୍ଟି ଆର୍ଥିକ ସେବା ସୂଚକାଙ୍କ (୩.୫%), ନିଫ୍ଟି ରିଅଲିଟି ସୂଚକାଙ୍କ (୩.୪%), ନିଫ୍ଟି ବ୍ୟାଙ୍କ ସୂଚକାଙ୍କ (୩.୩%) ଏବଂ ନିଫ୍ଟି ଆଇଟି ଏବଂ ଇଣ୍ଡେକ୍ସ (ପ୍ରତ୍ୟେକ ୨.୬% ) ରେ ରହିଥିଲା। ବିଗତ କିଛି ମାସ ହେବ ବିଭିନ୍ନ କାରଣ ଓ ଅନ୍ତଃରାଷ୍ଟ୍ରୀୟ ଘଟଣାଗୁଡିକ ପାଇଁ ଭାରତୀୟ ଶେୟାର ବଜାରରେ ଅସ୍ଥିରତା ଲାଗି ରହିଥିଲା। ଏପରିକି କିଛି ଦିନ ବଜାର କାରବାର ଭଲ ରହିଥିବା ବେଳେ କିଛି ଦିନ ମଧ୍ୟ କାରବାର ଖରାପ କାରଣରୁ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?