ଚାଇନାର ନାଲି ଆଖିକୁ ବେଖାତିର: ଶକ୍ତି କ୍ଷେତ୍ରରେ ବୁଝାମଣା କରିବେ ଭାରତ-ନେପାଳ…

ନୂଆଦିଲ୍ଲୀ/କାଠମାଣ୍ଡୁ,୨।୧ : ଚାଇନାର ଧମକ ସତ୍ତ୍ୱେ ନେପାଳ ଭାରତ ସହ ଦୀର୍ଘକାଳୀନ ଶକ୍ତି ଚୁକ୍ତି ଘୋଷଣା କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏନ ଜୟଶଙ୍କରଙ୍କ ନେପାଳ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏହା ବ୍ୟତୀତ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ପାଇଁ ଅର୍ଥ ବୃଦ୍ଧି ପାଇଁ ଭାରତର ପ୍ରସ୍ତାବରେ ମଧ୍ୟ ସ୍ବାକ୍ଷର କରାଯିବ। ଜୟଶଙ୍କର ଗୁରୁବାର କାଠମାଣ୍ଡୁ ଗସ୍ତରେ ଯାଉଛନ୍ତି। ସେ ଭାରତ-ନେପାଳ ମିଳିତ ଆୟୋଗର ସପ୍ତମ ବୈଠକରେ ଏକ ଭାରତୀୟ ପ୍ରତିନିଧୀଙ୍କର ମଧ୍ୟ ନେତୃତ୍ୱ ନେଉଛନ୍ତି, ଯାହା ଭାରତ ଏବଂ ନେପାଳ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ପ୍ରଣାଳୀ। ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏହି କମିଶନ କାର୍ଯ୍ୟ କରେ ।

କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଜୟଶଙ୍କରଙ୍କ ନେପାଳ ଗସ୍ତର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ, ଖବରକାଗଜ ସୂତ୍ରରୁ ପ୍ରକାଶ ଜୟଶଙ୍କର ଗୁରୁବାର ସକାଳେ କାଠମାଣ୍ଡୁରେ ପହଞ୍ଚି ନେପାଳର ପ୍ରତିପକ୍ଷ ମନ୍ତ୍ରୀଙ୍କ ସହ ଆୟୋଗର ବୈଠକରେ ଯୋଗଦେବେ। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏନପି ସଉଦଙ୍କ ନେତୃତ୍ୱରେ ନେପାଳର ପ୍ରତିନିଧୀ ଦଳ ଆଲୋଚନା କରିବେ। ଜୟଶଙ୍କର ଶେଷ ଥର ପାଇଁ ୨୦୧୯ରେ କାଠମାଣ୍ଡୁ ଗସ୍ତ କରିଥିଲେ।

ଆରମ୍ଭରୁ ଭାରତ-ନେପାଳ ଶକ୍ତି ଚୁକ୍ତିନାମାକୁ ଚାଇନା ବିରୋଧ କରିଆସୁଛି। ଗତ ବର୍ଷ ସେପ୍ଟେମ୍ବରରେ ନେପାଳରେ ଚାଇନାର ରାଷ୍ଟ୍ରଦୂତ ଚେନ ସୋଙ୍ଗ୍‌ ଏହି ଚୁକ୍ତିନାମା ବିରୁଦ୍ଧରେ ମନ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri