ଆନୁଷଙ୍ଗିକ ଶିଳ୍ପକୁ ବଡ଼ ଶିଳ୍ପର ଅଣଦେଖା

ଯାଜପୁର, ୧୮ା୬(ହର୍ଷବର୍ଦ୍ଧନ ବେହେରା)ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ଜିଲାରେ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଗତ ୫ବର୍ଷ ମଧ୍ୟରେ ଯାଜପୁର ଜିଲାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଶତାଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ସୁକିନ୍ଦା ଓ ଦାନଗଦି ବ୍ଲକରେ ଲଗାଲଗି ହୋଇ କାରଖାନା ପ୍ରତିଷ୍ଠା ଯୋଗୁ ପରିବେଶ ପ୍ରଦୂଷିତ ହୋଇଛି। ହେଲେ ଏହାର ଲାଭ ସ୍ଥାନୀୟ ଲୋକଙ୍କୁ ମିଳିପାରିନାହିଁ। ସମସ୍ତ କଳକାରଖାନା ଖୁବ୍‌ କମ୍‌ସଂଖ୍ୟକ ଲୋକଙ୍କୁ ନିୟମିତ ନିଯୁକ୍ତି ଦେଉଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟର ଅଧିବାସୀ ଅଟନ୍ତି। କାରଖାନା କାର୍ଯ୍ୟ ମୁଖ୍ୟତଃ ଠିକାଦାର ଶ୍ରମିକଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଉଭୟ ଠିକାଦାର ଓ ଠିକା ଶ୍ରମିକ ମଧ୍ୟ ରାଜ୍ୟ ବାହାରୁ ଆସୁଛନ୍ତି। ଖାଲି ସେତିକି ନୁହେଁ, ସମସ୍ତ କଳକାରଖାନାର ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ରାଜ୍ୟ ବାହାରର ଠିକାଦାର ଓ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଛି। ଯେ କୌଣସି ଶିଳ୍ପ କମ୍ପାନୀ କାରଖାନା ପ୍ରତିଷ୍ଠା ପୂର୍ବରୁ ସରକାରଙ୍କ ସହ କରୁଥିବା ରାଜିନାମାରେ ଅଞ୍ଚଳର ଉଦ୍ୟୋଗୀଙ୍କୁ ସହାୟତା ଦେଇ ଆନୁଷଙ୍ଗିକ (ଆନ୍‌ସିଲାରି) ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ଜିଲାରେ କୌଣସି ଶିଳ୍ପ ସଂସ୍ଥା ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ପରିଲକ୍ଷିତ ହେଉନାହିଁ।
ଜିଲାରେ ପ୍ରିଣ୍ଟିଂ ପ୍ରେସ୍‌, ଫେବ୍ରିକେଶନ ୟୁନିଟ୍‌, ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତି ପ୍ରଭୃତି ଶତାଧିକ ଆନ୍‌ସିଲାରି ୟୁନିଟ୍‌ କାର୍ଯ୍ୟ କରୁଛି। ଏହାବାଦ୍‌ ଫ୍ଲାଇ ଆଶ୍‌ (ଇଟା) ନିର୍ମାଣ କରୁଥିବା ଏକାଧିକ ଇଟା ଭାଟି ରହିଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ଶିଳ୍ପସଂସ୍ଥା ଗୋଟିଏ ହେଲେ ଆନସିଲାରି ୟୁନିଟ୍‌କୁ ପ୍ରୋତ୍ସାହିତ କରିନାହାନ୍ତି। ଅପରପକ୍ଷେ ଜିଲାରେ କ୍ଷୁଦ୍ରଶିଳ୍ପର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳି ନ ଥିବାରୁ କଳିଙ୍ଗନଗରର ୩୬ଟି ସ୍ମଲ୍‌ ସ୍କେଲ ଇଣ୍ଡଷ୍ଟ୍ରିଜ (ଏସ୍‌ଏସ୍‌ଆଇ) ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ୍‌, ବିଦ୍ୟୁତୀକରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମିଳି ନ ଥିବାରୁ ଡାଉନଷ୍ଟ୍ରିମ୍‌ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଆନ୍‌ସିଲାରି ୟୁନିଟ୍‌ ଉପରେ ପ୍ରଶାସନ ପ୍ରାୟତଃ ଆଖିବୁଜି ଦେଇଥିବା ମନେହେଉଛି। ଅନ୍ୟପକ୍ଷେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ବିସ୍ଥାପିତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଯେଉଁମାନେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇ ନୂତନ ପରିବାର କଲେଣି, ସେମାନଙ୍କୁ କ୍ଷତିପୂରଣ ପ୍ରଦାନରୁ ବଞ୍ଚିତ କରାଯାଉଛି। ଏଥିପାଇଁ କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରି ଗାଁର ଶତାଧିକ ପରିବାର ଉପଯୁକ୍ତ କ୍ଷତିପୂରଣ ଦାବିରେ ନିୟମିତ ଭାବେ ଆନ୍ଦୋଳନ କରୁଛନ୍ତି। ତଥାପି ଜିଲା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରି ଜବରଦସ୍ତ ବିସ୍ଥାପିତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ନୀତିନିୟମ ଅନୁସାରେ ବିସ୍ଥାପନ ପ୍ରକ୍ରିୟା ଚାଲିଛି ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri