ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ ଠିକ୍‌ ଭାବେ ଉଠାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ମିଲର୍ସଙ୍କ ଟ୍ୟାଗ୍‌ (ଆଲଟମେଣ୍ଟ) ନ ଥିବା, କଟନୀଛଟନୀ ଆଦି ଆଳ ଦେଖାଇ ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ବିଭିନ୍ନ ମଣ୍ଡିରେ ଧାନକୁ ଜଗି ରହିଛନ୍ତି। ଏଭଳି ଧାନ କିଣାବିକା ସମସ୍ୟା ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ତୁରନ୍ତ ଉଠାଇବା ଦାବି କରି ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମଙ୍ଗଳବାର ଏହି ଧାରଣା ପଞ୍ଚମ ଦିନରେ ପହଞ୍ଚତ୍ଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ପାଖକୁ ଆଲୋଚନା ପାଇଁ ପହଞ୍ଚତ୍ ନ ଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି। ମଣ୍ଡିରେ ସମସ୍ତ ଧାନ ଯେତେଦିନ ପର୍ଯ୍ୟନ୍ତ ଉଠିବନାହିଁ, ସେତେଦିନ ଯାଏ ଧାରଣା ଜାରି ରହିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।
ବରଗଡ଼ ଜିଲାରେ ଗତ ନଭେମ୍ବର ୨୦ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନରେ ଧାନ ସଂଗ୍ରହ ପାଇଁ ୨୨୯ମଣ୍ଡି ଖୋଲିଥିଲା। ମଣ୍ଡି ଖୋଲିବା ଆରମ୍ଭରୁ ଟୋକନ କଟକଣା ଧାନବିକ୍ରିରେ ବାଧକ ସାଜିଥିଲା। ଯେଉଁ ଚାଷୀଙ୍କ ଧାନ ଅମଳ ସେତେବେଳେ ସରିଥିଲା, ସେଭଳି ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ଅର୍ଥାତ୍‌ ଡିସେମ୍ବର, ଜାନୁୟାରୀ ମାସରେ ରହିଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସେହିଭଳି ଯେଉଁମାନେ ଧାନ ଅମଳ ସାରି ନ ଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିଲା। ଏଭଳି କ୍ଷେତ୍ରରେ ଚାଷୀମାନଙ୍କୁ ହଟହଟା ହେବାକୁ ପଡ଼ିଥିଲା।
ବର୍ତ୍ତମାନ ଜିଲାର ସମସ୍ତ ଚାଷୀ ଧାନ ଅମଳ ସାରିଥିବାବେଳେ ଜାନୁୟାରୀ ପହିଲାରୁ କେନାଲ ପାଣି ଛାଡ଼ିଲେ ରବି ଚାଷକାର୍ଯ୍ୟ ଆରମ୍ଭ କରିବେ। କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉ ନ ଥିବାରୁ ରବି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ନୂଆ ସରକାର ଶାସନକୁ ଆସିବା ପୂର୍ବରୁ ନିର୍ବାଚନୀ ପ୍ରଚାର ସମୟରେ ବିନା କଟନୀଛଟନୀରେ ଧାନ କିଣାଯିବ ଏବଂ ସମସ୍ତ ମଣ୍ଡି ଦଲାଲମୁକ୍ତ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାସ୍ତବତା ବଦଳି ଯାଇଛି ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। କଟନୀଛଟନୀରେ ରାଜି ନ ହେଲେ ମଣ୍ଡିରୁ ଧାନ ଉଠାଯାଉନାହିଁ ଏବଂ ମିଲର୍ସଙ୍କ ମର୍ଜିରେ ସବୁ ମଣ୍ଡି ଚାଲୁଥିବାବେଳେ ମଣ୍ଡିଗୁଡ଼ିକରେ ଦଲାଲଙ୍କ ଦାଦାଗିରି ଚାଲୁଛି। ଏଭଳି ଅଭିଯୋଗ କରି ବିନା କଟନୀଛଟନୀରେ ମଣ୍ଡିରେ ଥିବା ସମସ୍ତ ଧାନ ଉଠାଯିବା ଏବଂ ମଣ୍ଡି ଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ଦାବିରେ ଗତ ଶୁକ୍ରବାରଠାରୁ ସଂଯୁକ୍ତ କୃଷକ ସଙ୍ଗଠନ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଛି। ମଙ୍ଗଳବାର ସୋନପୁର କୃଷକ ସଙ୍ଗଠନର ପ୍ରଦ୍ୟୁମ୍ନ ପାଢ଼ୀ, ବିଜୟ ନାୟକ, ଶୁଭମ ସାହୁ ପ୍ରମୁଖ ପହଞ୍ଚତ୍ ଧାରଣାକୁ ସମର୍ଥନ ଜଣାଇଥିଲେ। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ଅରବିନ୍ଦ ପଣ୍ଡା, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ନରେଶ ପଧାନ, ପୁରୋହିତ ପୋଢ଼, ହାରାଧନ ସାହୁ, ଥବିର ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri