ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ ଠିକ୍‌ ଭାବେ ଉଠାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ମିଲର୍ସଙ୍କ ଟ୍ୟାଗ୍‌ (ଆଲଟମେଣ୍ଟ) ନ ଥିବା, କଟନୀଛଟନୀ ଆଦି ଆଳ ଦେଖାଇ ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ବିଭିନ୍ନ ମଣ୍ଡିରେ ଧାନକୁ ଜଗି ରହିଛନ୍ତି। ଏଭଳି ଧାନ କିଣାବିକା ସମସ୍ୟା ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ତୁରନ୍ତ ଉଠାଇବା ଦାବି କରି ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମଙ୍ଗଳବାର ଏହି ଧାରଣା ପଞ୍ଚମ ଦିନରେ ପହଞ୍ଚତ୍ଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ପାଖକୁ ଆଲୋଚନା ପାଇଁ ପହଞ୍ଚତ୍ ନ ଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି। ମଣ୍ଡିରେ ସମସ୍ତ ଧାନ ଯେତେଦିନ ପର୍ଯ୍ୟନ୍ତ ଉଠିବନାହିଁ, ସେତେଦିନ ଯାଏ ଧାରଣା ଜାରି ରହିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।
ବରଗଡ଼ ଜିଲାରେ ଗତ ନଭେମ୍ବର ୨୦ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନରେ ଧାନ ସଂଗ୍ରହ ପାଇଁ ୨୨୯ମଣ୍ଡି ଖୋଲିଥିଲା। ମଣ୍ଡି ଖୋଲିବା ଆରମ୍ଭରୁ ଟୋକନ କଟକଣା ଧାନବିକ୍ରିରେ ବାଧକ ସାଜିଥିଲା। ଯେଉଁ ଚାଷୀଙ୍କ ଧାନ ଅମଳ ସେତେବେଳେ ସରିଥିଲା, ସେଭଳି ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ଅର୍ଥାତ୍‌ ଡିସେମ୍ବର, ଜାନୁୟାରୀ ମାସରେ ରହିଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସେହିଭଳି ଯେଉଁମାନେ ଧାନ ଅମଳ ସାରି ନ ଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିଲା। ଏଭଳି କ୍ଷେତ୍ରରେ ଚାଷୀମାନଙ୍କୁ ହଟହଟା ହେବାକୁ ପଡ଼ିଥିଲା।
ବର୍ତ୍ତମାନ ଜିଲାର ସମସ୍ତ ଚାଷୀ ଧାନ ଅମଳ ସାରିଥିବାବେଳେ ଜାନୁୟାରୀ ପହିଲାରୁ କେନାଲ ପାଣି ଛାଡ଼ିଲେ ରବି ଚାଷକାର୍ଯ୍ୟ ଆରମ୍ଭ କରିବେ। କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉ ନ ଥିବାରୁ ରବି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ନୂଆ ସରକାର ଶାସନକୁ ଆସିବା ପୂର୍ବରୁ ନିର୍ବାଚନୀ ପ୍ରଚାର ସମୟରେ ବିନା କଟନୀଛଟନୀରେ ଧାନ କିଣାଯିବ ଏବଂ ସମସ୍ତ ମଣ୍ଡି ଦଲାଲମୁକ୍ତ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାସ୍ତବତା ବଦଳି ଯାଇଛି ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। କଟନୀଛଟନୀରେ ରାଜି ନ ହେଲେ ମଣ୍ଡିରୁ ଧାନ ଉଠାଯାଉନାହିଁ ଏବଂ ମିଲର୍ସଙ୍କ ମର୍ଜିରେ ସବୁ ମଣ୍ଡି ଚାଲୁଥିବାବେଳେ ମଣ୍ଡିଗୁଡ଼ିକରେ ଦଲାଲଙ୍କ ଦାଦାଗିରି ଚାଲୁଛି। ଏଭଳି ଅଭିଯୋଗ କରି ବିନା କଟନୀଛଟନୀରେ ମଣ୍ଡିରେ ଥିବା ସମସ୍ତ ଧାନ ଉଠାଯିବା ଏବଂ ମଣ୍ଡି ଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ଦାବିରେ ଗତ ଶୁକ୍ରବାରଠାରୁ ସଂଯୁକ୍ତ କୃଷକ ସଙ୍ଗଠନ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଛି। ମଙ୍ଗଳବାର ସୋନପୁର କୃଷକ ସଙ୍ଗଠନର ପ୍ରଦ୍ୟୁମ୍ନ ପାଢ଼ୀ, ବିଜୟ ନାୟକ, ଶୁଭମ ସାହୁ ପ୍ରମୁଖ ପହଞ୍ଚତ୍ ଧାରଣାକୁ ସମର୍ଥନ ଜଣାଇଥିଲେ। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ଅରବିନ୍ଦ ପଣ୍ଡା, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ନରେଶ ପଧାନ, ପୁରୋହିତ ପୋଢ଼, ହାରାଧନ ସାହୁ, ଥବିର ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri