ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହୁଅନ୍ତୁ, ୧୦ ଦିନରେ ହେବେ ସୁସ୍ଥ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୁଅନ୍ତୁ। ୧୦ ଦିନରେ ଭଲ ହୋଇଯିବେ। ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହେଲେ ମେଡିକାଲରୁ ବୋଝ କମିବ ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।