ଟଙ୍କା ନ ଦେଲେ ଏସ୍‌ଏଲ୍‌ସି ମିଳୁନି

ପୁରୀ ଅଫିସ,୨୩।୮:ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସାମିଲ ଥିବା ସରକାରୀ ବିଦ୍ୟାଳୟରେ ବି ପିଲାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ (ଏସ୍‌ଏଲ୍‌ସି) ଦେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନିଆଯାଉଛି। ଟଙ୍କା ନ ଦେଇପାରିଲେ ଫେରାଇ ଦିଆଯାଉଛି। ଫଳରେ ସମ୍ପୃକ୍ତ ଛାତ୍ରୀଛାତ୍ର ଏକପ୍ରକାର ଅପମାନିତ ବୋଧ କରୁଛନ୍ତି। ପୂର୍ବରୁ ପୁରୀ ଜିଲାର ଗୋପ ଅଞ୍ଚଳରେ ଏଭଳି ଚିତ୍ର ସାମ୍ନାକୁ ଆସିଥିବାବେଳେ ଏବେ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୁଇଜଣ ଛାତ୍ର ଅଭିଯୋଗ ଆଣିଛନ୍ତି। ଏନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହୋଇଛି। ଏଠାରେ ଅତ୍ୟାଧୁନିକ କ୍ଲାସ୍‌ରୁମ୍‌ ଓ ଶୈକ୍ଷିକ ପରିବେଶର ବ୍ୟବସ୍ଥା କରାଯାଇଛି। ତେବେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ଏସ୍‌ଏଲ୍‌ସି ଦେବା ବାବଦକୁ ଶହେରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନିଆଯାଉଛି। ଯେଉଁମାନେ ଟଙ୍କା ଦେବାକୁ ମନା କରୁଛନ୍ତି, ସେମାନଙ୍କୁ ଏସ୍‌ଏଲ୍‌ସି ମିଳୁନାହିଁ। ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏସ୍‌ଏଲ୍‌ସି ଦେବା ପାଇଁ ପିଲାଙ୍କଠାରୁ ଟଙ୍କାଟିଏ ଆଦାୟ କରାଯିବ ନାହିଁ। ମାତ୍ର ଉକ୍ତ ସ୍କୁଲରେ ସେହି ନିର୍ଦ୍ଦେଶନାମାର ଉଲ୍ଲଂଘନ ହେଉଛି। ‘ଏସ୍‌ଏଲ୍‌ସି ପାଇଁ ମୋତେ ଶହେ ଟଙ୍କା ଦେବାକୁ ବାଧ୍ୟ କରାଗଲା। ସାଙ୍ଗରେ ପଇସା ଆଣି ନ ଥିଲି ବୋଲି ମୋତେ ଫେରାଇ ଦିଆଗଲା। ପଇସା ଆଣିଲେ ଏସ୍‌ଏଲ୍‌ସି ମିଳିବ ବୋଲି ପ୍ରଧାନଶିକ୍ଷକ କହିଲେ। ସ୍କୁଲଠାରୁ ଘର ଦୂର ହୋଇଥିବାରୁ ଜଣେ ଦୋକାନୀଙ୍କଠାରୁ ଧାର କରି ଟଙ୍କା ଦେଲି ଓ ଏସ୍‌ଏଲ୍‌ସି ଆଣିଲି। ଟଙ୍କା ବାବଦ ରସିଦ ମାଗିବାରୁ ମୋତେ ମନା କରିଦିଆଗଲା। ୫-ଟି ସ୍କୁଲରେ ପାଠ ପଢ଼ୁଛୁ, ଆମେ କାହିଁକି ଟଙ୍କା ଦେବୁ’ ବୋଲି ପ୍ରଶ୍ନ କରିଛନ୍ତି ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ଛାତ୍ର ଅଭିଜିତ ପାତ୍ର। ସେହିପରି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ଜଣେ ଛାତ୍ର ନୃସିଂହ ପ୍ରସାଦ ପାତ୍ର କହିଛନ୍ତି, ମୋ’ ଅଭିଭାବକମାନେ ପ୍ରଥମେ ଟଙ୍କା ଦେବାକୁ ମନା କଲେ। ସେମାନେ ଭାବିଲେ ଯେ, ମୁଁ ମିଛ କହୁଛି। ମାତ୍ର ସ୍କୁଲ ଶିକ୍ଷକଙ୍କଠାରୁ ବୁଝିବା ପରେ ଟଙ୍କା ଦେଇଥିଲେ। ଏସ୍‌ଏଲ୍‌ସି ପାଇଁ ଟଙ୍କା ନିଆଯାଉଥିଲେ ମଧ୍ୟ କେହି ପ୍ରତିବାଦ କରୁନାହାନ୍ତି। ଆମ ପ୍ରମାଣପତ୍ର ପାଇବା ଆମ ଅଧିକାର। ଏଥିପାଇଁ ଆମେ କାହାରିକୁ କାହିଁକି ଟଙ୍କା ଦେବୁ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ଆମକୁ ଟଙ୍କା ଫେରସ୍ତ କରାଯାଉ ବୋଲି ନୃସିଂହ ଦାବି କରିଛନ୍ତି। ଏ ନେଇ ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ସରକାରୀ ବ୍ୟବସ୍ଥାରେ ୫-ଟି ବିଦ୍ୟାଳୟ ଏକ ବଡ଼ ପରିବର୍ତ୍ତନ। ମାତ୍ର ସରକାରଙ୍କ ଅଜାଣତରେ କେତେଜଣ ଶିକ୍ଷକ ଏଭଳି କାର୍ଯ୍ୟକଳାପ କରୁଛନ୍ତି ଯାହା ବେଆଇନ। ତେଣୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅନ୍ୟପକ୍ଷରେ ଏସ୍‌ଏଲ୍‌ସି ଲାଗି ପିଲାଙ୍କଠାରୁ ଟଙ୍କା ନିଆଯାଉଥିବା ସ୍କୁଲର ପ୍ରଧାନ ଶିକ୍ଷକ ତୋଫାନ କୁମାର ଜେନା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ବୋର୍ଡ ଅଫିସ ଯିବା ପାଇଁ ଖର୍ଚ୍ଚ ହେଉଛି। କାଗଜପତ୍ର ବାବଦକୁ ମଧ୍ୟ ବିଦ୍ୟାଳୟର ଖର୍ଚ୍ଚ ରହିଛି। ଏଣୁ ପିଲାଙ୍କଠାରୁ ମାତ୍ର ୫୦ ଟଙ୍କା ଲେଖାଏ ନେଉଛୁ। ତେବେ ଏ ନେଇ ରସିଦ ଦିଆଯାଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର କହିଛନ୍ତି, ଏ ସମ୍ପର୍କରେ ଆମେ ଅବଗତ ନ ଥିଲୁ। ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ। ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବିଦ୍ୟାଳୟ ସ୍ତରରେ ଏସ୍‌ଏଲ୍‌ସି ଦେବା ପାଇଁ କେହି ଟଙ୍କା ନେଇପାରିବେ ନାହିଁ। ଗୋପରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ। ବ୍ରହ୍ମଗିରି ବିଦ୍ୟାଳୟର ଘଟଣା ଉପରେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri