ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ି ନ ଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି ଅର୍ଥକୁ ସରକାରଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯେଉଁମାନେ ୨୦୨୧ ସେପ୍ଟେମ୍ବର ୧ ପରେ ବିଦ୍ୟୁତ୍‌ଚାଳିତ ଗାଡ଼ି କିଣିଥିବେ ସେମାନେ ଏହି ଅତିରିକ୍ତ ସବ୍‌ସିଡି ଟଙ୍କା ଫେରସ୍ତ ପାଇବେ।
ସୋମବାର ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁୟାୟୀ, ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିଗୁଡିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୋମବାର ବିଭିନ୍ନ ପ୍ରକାର ଗାଡ଼ି ଉପରେ ୫ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଘୋଷଣା କରିଛନ୍ତି। ଏହି ସବ୍‌ସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ। ଇଲେକ୍ଟ୍ରି ଗାଡ଼ିର ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଆଦାୟକୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ। ରାଜ୍ୟରେ ସମସ୍ତ ପ୍ରକାର ଇଲେକ୍ଟ୍ରିଚାଳିତ ଗାଡ଼ିଗୁଡିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେଶନ ଫି ଓ ମୋଟର ଯାନ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି।
୨୦୨୧ ସେପ୍ଟେମ୍ବର ୨୯ରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିଲା। ଏବେ ପୁଣି ରାଜ୍ୟ ଇଲେକ୍ଟ୍ରି ଯାନ ନୀତି-୨୦୨୧ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ବିଦ୍ୟୁତ୍‌ଚାଳିତ ଯାନ କ୍ରୟ ଉପରେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି ଦେବାକୁ ନିଷ୍ପତ୍ତି କରିଛନ୍ତି। ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସବ୍‌ସିଡି ପ୍ରଦାନ କରାଯିବ। ବିଦ୍ୟୁତ୍‌ଚାଳିତ ୨ ଚକିଆ ଯାନର ସର୍ବାଧିକ ୫ ହଜାର ଟଙ୍କା, ତିନିଚକିଆ ଯାନରେ ୧୦ ହଜାର ଟଙ୍କା ଓ ୪ ଚକିଆ ଯାନରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ସରକାର ଯୋଗାଇବେ। ଏହାଛଡା ଉକ୍ତ ଗାଡ଼ିଗୁଡ଼ିକ କ୍ରୟବେଳେ ରେଜିଷ୍ଟ୍ରେଶନ ଫି କିମ୍ବା ମୋଟର ଯାନ ଟିକସ ଆଦାୟ ମଧ୍ୟ କରାଯିବ ନାହିଁ। ଓଡ଼ିଶା ଇଲେକ୍ଟ୍ରି ବାହନ ନୀତି-୨୦୨୧ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏସବୁ ଗାଡ଼ିର ବିକ୍ରି ଓ ଚଳପ୍ରଚଳ ବଢାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୨୧ ସେପ୍ଟେମ୍ବର ୧ ତାରିଖ ପରେ ଯେଉଁ ଗ୍ରାହକମାନେ ବିଦ୍ୟୁତ୍‌ଚାଳିତ ଗାଡ଼ି କ୍ରୟ କରିଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍‌ଟିଓ ମାଧ୍ୟମରେ ଏହି ସବ୍‌ସିଡି ଅର୍ଥ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri