ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଏହି ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପୂଜା ପ୍ରତିଷ୍ଠାନର ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ରାତି ସାଢ଼େ ୮ଟାରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂଜା ଭଣ୍ଡୁର କରିବା ପାଇଁ ଏହା ହୀନ ଚକ୍ରାନ୍ତ। ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସଭାପତି ମିଶ୍ର ଦାବି କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ସୋମବାର ରାତି ୧୧ଟା ସୁଦ୍ଧା କାରିଗରମାନେ ଗୋଟିଏ ସଖୀ ଏବଂ ୨ଟି ଦ୍ୱାରପାଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରି ଯାଇଥିଲେ। ସକାଳେ ଉକ୍ତ ମୂର୍ତ୍ତିଗୁଡ଼ିକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। କମିଟିର ୬୪ବର୍ଷ ପୂଜା ଇତିହାସରେ ଏଭଳି ଘଟଣା କେବେ ଘଟି ନ ଥିବା କର୍ମକର୍ତ୍ତାମାନେ କହିଛନ୍ତି। ଏକ ଗୋଷ୍ଠୀ ଅନ୍ୟ ଏକ ଅନୁଷ୍ଠାନ କରି ପୂଜା କରିବେ ବୋଲି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏହା ସେମାନଙ୍କ କାର୍ଯ୍ୟ ହୋଇଥିବା କମିଟି ସଦସ୍ୟ ସନ୍ଦେହ କରୁଛନ୍ତି।
ଏ ସମ୍ପର୍କରେ ସଭାପତି ମିଶ୍ର କୁହନ୍ତି, ୧୯୫୮ରୁ କାଠଗଡ଼ା, ଆନନ୍ଦନଗର, ଶ୍ୟାମାଚରଣପୁର ଏବଂ କଲେଜରୋଡ୍‌ ଅଞ୍ଚଳକୁ ନେଇ ଏହି ପୂଜା ଅନୁଷ୍ଠିତ ହେଉଛି। ୫-୧୦ ବର୍ଷ ହେଲା କେତେଜଣ ଲୋକ ଅଞ୍ଚଳରେ ସରକାରୀ ଜାଗା ଦଖଲ କରି ଆଉ ଏକ ପୂଜା କରିବା ପାଇଁ ଲୋକମାନଙ୍କୁ ବିଭ୍ରାନ୍ତି କରୁଥିଲେ। ସେମାନଙ୍କୁ ପ୍ରଶାସନ, ମିଳିତ ବଜାର ପୂଜା କମିଟି ଏବଂ ପୋଲିସ ବାରଣ କରିଥିଲା। ଏହାକୁ ନ ମାନିବାରୁ ପୋଲିସ ପୂଜା ବନ୍ଦ କରିବା ସହ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି ହୋଇଥିଲା। ଚଳିତବର୍ଷ ମିଳିତବଜାର ପୂଜା କମିଟି ବୈଠକରେ ସହରରେ ୩୮ ମଣ୍ଡପରେ ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି। ତଥାପି ସେମାନେ କାଠ ବାଉଁଶ ପୋତୁଥିବା ଜାଣି ପୋଲିସ ସେମାନଙ୍କୁ ବାରଣ କରିଛି। କିଛି ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବେଳେ ସେମାନେ ଏଭଳି କାମ କରିଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ପୋଲିସ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟିକୁ ଅବଗତ କରାଯାଇଛି। ଉଭୟ କମିଟି କର୍ମକର୍ତ୍ତା ଘଟଣାସ୍ଥଳ ପରିଦର୍ଶନ କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri