ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ ଏଭଳି କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଯାତ୍ରା ସମୟରେ ଦେଖିଲେ ଶୁଭ ବୋଲି କୁହାଯାଏ। ଏପରିକି ଯେଉଁ କାମରେ ଯାଉଥିବ ତାହା ପୂରଣ ହୁଏ । ଆସନ୍ତୁ ଜାଣିବା:

-ଗାଇ ଦେଖିବା ଶୁଭ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ବ୍ୟକ୍ତି କୌଣସି ଜରୁରୀ କାମରେ ଘରୁ ବାହାରେ ସେତେବେଳେ ରାସ୍ତାରେ ଗାଇ ତାର ବାଛୁରୀକୁ କ୍ଷୀର ଖୁଆଉଥିବା ଦେଖିଲେ ଶୁଭଫଳ ମିଳେ। ଯାତ୍ରା ମଙ୍ଗଳମୟ ହୁଏ। ଏହାଛଡ଼ା ଗାଇର ଗୋବର ଦେଖିଲେ ଶୁଭ ବୋଲି କୁହାଯାଏ।

-ଶବ ଯାତ୍ରା ଦେଖିବା ଶୁଭ: ଘରୁ ବାହାରକୁ ବାହାରିବା ସମୟରେ ଯଦି କାହାର ଅନ୍ତିମ ଯାତ୍ରା ଆଖିରେ ପଡେ ତେବେ ଶୁଭ ଫଳ ମିଳିଥାଏ। ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏମିତିରେ ଶବଯାତ୍ରାଙ୍କୁ ହାତ ଯୋଡ଼ି ପ୍ରଣାମ କରି ଆଗକୁ ଯାଆନ୍ତୁ।

-ଶଙ୍ଖ କିମ୍ବା ଘଣ୍ଟି ଧ୍ୱନୀ ଶୁଭିବା ଶୁଭ: ଘରୁ ବାହାରକୁ ବାହାରୁଥିବା ସମୟରେ ଯଦି ଶଙ୍ଖ ଅଥବା ଘଣ୍ଟି ବାଜିବା ଶବ୍ଦ କାନରେ ପଡେ ତେବେ ଯାତ୍ରା ସଫଳ ହେବ ବୋଲି ଜାଣି ନିଅନ୍ତୁ।

-ସକାଳୁ ଭିକାରିକୁ କରନ୍ତୁ ଦାନ: ସକାଳୁ ସକାଳୁ ଯଦି ଭିକାରି ଘରୁ ଆସନ୍ତି ତେବେ ତାହା ଶୁଭ। କୁହାଯାଏ ଯଦି ଭିକାରିକୁ ଦାନ କରିବ ତେବେ ଶୀଘ୍ର ଆପଣଙ୍କ ଫସି ରହିଥିବା କାମ , ଉଧାର ଦେଇଥିବା ଧନ ନଚେତ ବ୍ୟାପାରରେ ଲାଭ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri