Categories: ଖେଳ

‘କୋହଲି ପୁଣି ନେତୃତ୍ୱ ନେଲେ, ଆର୍‌ସିବି ପାଇଁ ସହଜ ହୁଅନ୍ତା’

ମୁମ୍ବାଇ,୭।୨: ଯଦି ବିରାଟ କୋହଲି ଆଗାମୀ ଆଇପିଏଲ ସିଜନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ୱ ଭାର ସମ୍ଭାଳନ୍ତି, ତେବେ ତାହା ଫ୍ରାଞ୍ଚାଇଜ ପାଇଁ ସହଜ ସମାଧାନ ହୁଅନ୍ତା। ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ପେସର ଅଜିତ ଅଗରକର। କୋହଲି ୨୦୨୧ ଆଇପିଏଲ୍‌ ପରେ ଆର୍‌ସିବି ଦଳର ଅଧିନାୟକ ପଦରୁ ଓହରି ଯାଇଥିଲେ। ତାଙ୍କୁ ଆଗାମୀ ମେଗା ଅକ୍‌ଶନ ପୂର୍ବରୁ ରିଟେନ କରିଛି ବାଙ୍ଗୋଲୋର।

“ ଯଦି କୋହଲି ଖୁସିର ସହିତ ଏହି ଦାୟିତ୍ୱ ନିଅନ୍ତି, ତେବେ ଏହା ଆରସିବି ପାଇଁ ସହଜ ସମାଧାନ ହେବ। ଆମେ ଦୀର୍ଘ ବର୍ଷ ହେଲା ଆରସିବିକୁ ଦେଖୁଛେ। ସେମାନେ କଦାପି ୧୨, ୧୩ କି ୧୪ ଖେଳାଳିଙ୍କୁ ନେଇ ଦଳ ଗଢ଼ିବା ଉପରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ। ସର୍ବଦା ଟପ୍‌ ୩ ଖେଳାଳିଙ୍କ ଉପରେ ସେମାନେ ନିର୍ଭର କରନ୍ତି। ଏଥିରେ ସେମାନଙ୍କ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଏ। ଟଙ୍କା ଅଭାବରୁ ଏହି ଫ୍ରାଞ୍ଚାଇଜ ମଧ୍ୟକ୍ରମର ଖେଳାଳିଙ୍କ ଉପରେ ନିବେଶ କରିପାରେ ନାହିଁ। ଯଦି ଜଣେ ଖେଳାଳିଙ୍କ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରାଯାଏ, ସେ ଯେତେ ଭଲ ଖେଳାଳି ହୋଇଥିଲେ ମଧ୍ୟ ସେ ଟୁର୍ନାମେଣ୍ଟ ଜିତାଇ ପାରିବେ ନାହିଁ” ବୋଲି ପୂର୍ବତନ ଭାରତୀୟ ପେସର କହିଛନ୍ତି।

Share