ଟ୍ରୁଡୋଙ୍କ ଉପରେ ବର୍ଷିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ, କହିଲେ ଆମେ ଭାରତକୁ ସମର୍ଥନ…

ଅଟାଓ୍ବା,୨୩।୯:ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଆମେରିକା କାନାଡାର ଅଭିଯୋଗ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ସମୟରେ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଆଣ୍ଟୋନିଙ୍କ ଉପରେ ବର୍ଷିଛନ୍ତି।

ଇରାନର କୁଦ୍ସ ମୁଖ୍ୟ କାସୀମ ସୁଲେମାନି ଓ ଅଲ-କାଏଦାର ମୁଖ୍ୟ ଓସାମା ବିନ ଲାଡେନଙ୍କ ହତ୍ୟାକୁ ନେଇ ରୁବିନ କହିଛନ୍ତି, ଏହି ତଥ୍ୟ ପରେ ବ୍ଲିଙ୍କେନ କହିପାରିବେ କି ଆମେରିକା ସର୍ବଦା ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ବିରୋଧରେ ଛିଡା ହୋଇଛି? ଏହା ପରେ ମଧ୍ୟ, ଯଦି ବ୍ଲିଙ୍କେନ ଏହି ବୟାନ ଦିଅନ୍ତି ତେବେ ଆମେ ପ୍ରକୃତରେ କପଟୀ ଅଟୁ। ଆମେରିକା ଯଦି ଚାହୁଁଛି ତେବେ ଦୁଇ ଦେଶ ମଧ୍ୟରୁ ଗୋଟିଏକୁ ସମର୍ଥନ କରୁ। କାରଣ ସମ୍ପର୍କ ସବୁଠି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆମକୁ କୁହାଯିବ ତେବେ ଆମେ ଭାରତକୁ ବାଛିବୁ। ନିଜାର ଜଣେ ଆତଙ୍କବାଦୀ ଓ ଟ୍ରୁଡୋ ଏନେଇ ଭୁଲ ତଥ୍ୟରେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି।

ପୂର୍ବରୁ ଆଣ୍ଟୋନି କହିଥିଲେ ଯେ ସେ ‘ଅନ୍ତର୍ଜାତୀୟ ଦମନ’ ଘଟଣାଗୁଡ଼ିକ ଉପରେ ଆମେରିକାର ନଜର ରହିଛି। କାନାଡା କରିଥିବା ଅଭିଯୋଗର ତଦନ୍ତରେ ଭାରତ ସହଯୋଗ କରୁ ବୋଲି ଆଣ୍ଟୋନି କହିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ଆମରିକା ସିଧାସଳଖ ମନ୍ତବ୍ୟ ଦେବ ନାହିଁ ବୋଲି କହିଛି।

ତେବେ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଆଣ୍ଟୋନିଙ୍କ ବୟାନରେ ପ୍ରଭାବିତ ନୁହଁନ୍ତି ବୋଲି କହିଛନ୍ତି। କାନାଡା ଭାରତ ବିରୋଧରେ କରିଥିବା ଅଭିଯୋଗର ପ୍ରମାଣ ଉପସ୍ଥାପନ କରି ନ ଥିବାରୁ ସେ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ଟ୍ରୁଡୋ ଅନ୍ଧାରରେ ଗୁଳି ଚଳାଉଛନ୍ତି ବୋଲି କହିଛନ୍ତି।
ରୁବିନ କହିଛନ୍ତି, ଆମେ ନିଜକୁ ମୁର୍ଖ ବୋଲାଉଛୁ। ନିଜାର ଜଣେ ଆତଙ୍କବାଦୀ, ତାଙ୍କ ହାତରେ ରକ୍ତ ଲାଗିଛି। ସେ ଜଣେ ପ୍ଲମ୍ବର ନୁହନ୍ତି ଯେପରି ଓସାମା ବିନ ଲାଦେନ ଜଣେ ଇଞ୍ଜିନିୟର ନୁହନ୍ତି। ଯାହାକୁ କାନାଡା ନିଜର ନାଗରିକ ବୋଲି ଦାବି କରୁଛି। ଟ୍ରୁଡୋ ବଡ ଭୁଲ କରିଛନ୍ତି। ସେ ଏପରି ଏକ ଅଭିଯୋଗ ଲଗାଇଛନ୍ତି ଯେ ସେ ଏହାକୁ କେହି ବି ସମର୍ଥନ ମଧ୍ୟ କରିିବେ ନାହିଁ। ଅଭିଯୋଗକୁ ସଠିକ୍‌ ଦର୍ଶାଇବା ପାଇଁ ତାଙ୍କ ପାଖରେ ାକଣସି ପ୍ରମାଣ ନାହିଁ। ଏପରି କରି କାନାଡା ଆତଙ୍କବାଦୀଙ୍କୁ କାହିଁକି ଆଶ୍ରୟ ଦେଉଛି ବୋଲି ସେ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri