Posted inଫୁରସତ

୫୫୦୦ରୁ କମ୍‌ ଉପହାର ଦେଲେ ବିବାହକୁ ଆସିବା ଦରକାର ନାହିଁ: ନିମନ୍ତ୍ରଣପତ୍ରରେ ଏଭଳି ସର୍ତ୍ତ ଦେଖି…

ସାଧାରଣତଃ ବିବାହ ସମାରୋହରେ ଯୋଗଦେବାକୁ ଯିବା ବେଳେ ଲୋକେ ପୋଷାକ ପରିଧାନ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିସହ ମନ ମୁତାବକ ଉପହାର ମଧ୍ୟ ନିଜେ ଚୟନ କରନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ବିବାହର ଏଭଳି ଏକ ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ନିମନ୍ତ୍ରଣପତ୍ରରେ ବରବଧୂ ଅତିଥିଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସେହି ଗାଇଡ୍‌ଲାଇନ୍‌ରେ ଅତିଥିମାନେ କ’ଣ କରିବେ ଏବଂ କ’ଣ ନ କରିବେ ତାହା କୁହାଯାଇଛି। ବିଶେଷକରି ବରବଧୂଙ୍କ ସହ କଥାବାର୍ତ୍ତା କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ। ଉପହାରସ୍ବରୂପ ସେମାନେ ୭୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୫୫୦୦ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି।

ଜଣେ ଓ୍ବେଡିଂ ପ୍ଲାନର ଉକ୍ତ ବିବାହରେ ଯୋଗଦେବାକୁ ଥିବା ସମସ୍ତ ଅତିଥି ବରବଧୂଙ୍କ ଖାସ୍‌ ଦିନରେ ସାମିଲ ହେବେ କି ନାହିଁ ତାହା ଜାଣିବାକୁ ଇମେଲ ପଠାଇଥିଲେ। ଏଥିରେ ସେ ବିବାହରେ ଯୋଗଦେବାକୁ ହେଲେ କିଛି ନିୟମ ପାଳନ କରିବାକୁ ହେବ ବୋଲି କହିଥିଲେ। ହେଲେ ଉକ୍ତ ନିୟମର ଅସାଧାରଣ ତାଲିକା ପଢ଼ି ସମସ୍ତେ ଚକିତ ହୋଇଯାଇଥିଲେ। ଏବେ ଏହା ଭାଇରାଲ ହେଉଛି।

ଇମେଲ୍‌ରେ ପ୍ଲାନର ଲେଖିଥିଲେ, ଶୁଭସକାଳ। ମୁଁ ସମସ୍ତ ଅତିଥିମାନଙ୍କର ଶେଷ ଗଣନା ପ୍ରସ୍ତୁତ କରୁଛି। ବିବାହରେ ଯୋଗଦେଉଥିବା ଲୋକଙ୍କ ପାଇଁ କିଛି ବିଶେଷ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଆପଣମାନେ ଏକାକୀ ଆସୁଛନ୍ତି ନା ଅନ୍ୟ କେହି ଆପଣଙ୍କ ସହ ଆସିବେ ତାହା କୁହନ୍ତୁ ବୋଲି କହିଛନ୍ତି।

୧- ଦୟାକରି ୧୫-୩୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ।
୨- ଦୟାକରି ଧଳା, କ୍ରିମ୍‌ କିମ୍ବା ହାତୀଦାନ୍ତ ପିନ୍ଧିବେ ନାହିଁ।
୩- ସମ୍ପୂର୍ଣ୍ଣ ଚେହେରାରେ ମେକ୍‌ଅପ୍‌ ଲଗାନ୍ତୁ ନାହିଁ।
୪-ସମାରୋହରେ ଭିଡିଓ କରିବେ ନାହିଁ।
୫-ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଫେସ୍‌ବୁକ୍‌ରେ ଚେକ୍‌ଇନ୍‌ କରନ୍ତୁ ନାହିଁ।
୬- ସମସ୍ତ ଫଟୋ ପୋଷ୍ଟ କରିବାବେଳେ #ଡିଲିଟ୍‌ ବ୍ୟବହାର କରନ୍ତୁ।
୭- ବଧୂଙ୍କ ସହ ଆଦୌ କଥା ହୁଅନ୍ତୁ ନାହିଁ।
୮-ସମସ୍ତ ରେମିଙ୍କ ସହ ଟୋଷ୍ଟ କରିବେ।
୯-ଶେଷରେ ୭୫ ଡଲାର କିମ୍ବା ତା’ଠାରୁ ଅଧକ ଉପହାର ସହ ଆସିବା ଆବଶ୍ୟକ। ନଚେତ ପ୍ରବେଶ କରିବାକୁ ଦିଆଯିବ ନାହିଁ।
୧୦- ବେଶିକ୍‌ ବବ୍‌ କିମ୍ବା ପୋନିଟେଲ୍‌ ଛଡ଼ା ଅନ୍ୟ କିଛି ପିନ୍ଧନ୍ତୁ ନାହିଁ।

ସୋସିଆଲ ମିଡିଆରେ ଏହି ନିୟମର ସୂଚି ଭାଇରାଲ ହେବା ପରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ବିବାହରେ ଯୋଗଦେବା ଅପେକ୍ଷା ବହିଷ୍କାର କରିବା ପସନ୍ଦ କରିବେ ବୋଲି ଜଣେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?