Posted inଫୁରସତ

୫୫୦୦ରୁ କମ୍‌ ଉପହାର ଦେଲେ ବିବାହକୁ ଆସିବା ଦରକାର ନାହିଁ: ନିମନ୍ତ୍ରଣପତ୍ରରେ ଏଭଳି ସର୍ତ୍ତ ଦେଖି…

ସାଧାରଣତଃ ବିବାହ ସମାରୋହରେ ଯୋଗଦେବାକୁ ଯିବା ବେଳେ ଲୋକେ ପୋଷାକ ପରିଧାନ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିସହ ମନ ମୁତାବକ ଉପହାର ମଧ୍ୟ ନିଜେ ଚୟନ କରନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ବିବାହର ଏଭଳି ଏକ ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ନିମନ୍ତ୍ରଣପତ୍ରରେ ବରବଧୂ ଅତିଥିଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସେହି ଗାଇଡ୍‌ଲାଇନ୍‌ରେ ଅତିଥିମାନେ କ’ଣ କରିବେ ଏବଂ କ’ଣ ନ କରିବେ ତାହା କୁହାଯାଇଛି। ବିଶେଷକରି ବରବଧୂଙ୍କ ସହ କଥାବାର୍ତ୍ତା କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ। ଉପହାରସ୍ବରୂପ ସେମାନେ ୭୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୫୫୦୦ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି।

ଜଣେ ଓ୍ବେଡିଂ ପ୍ଲାନର ଉକ୍ତ ବିବାହରେ ଯୋଗଦେବାକୁ ଥିବା ସମସ୍ତ ଅତିଥି ବରବଧୂଙ୍କ ଖାସ୍‌ ଦିନରେ ସାମିଲ ହେବେ କି ନାହିଁ ତାହା ଜାଣିବାକୁ ଇମେଲ ପଠାଇଥିଲେ। ଏଥିରେ ସେ ବିବାହରେ ଯୋଗଦେବାକୁ ହେଲେ କିଛି ନିୟମ ପାଳନ କରିବାକୁ ହେବ ବୋଲି କହିଥିଲେ। ହେଲେ ଉକ୍ତ ନିୟମର ଅସାଧାରଣ ତାଲିକା ପଢ଼ି ସମସ୍ତେ ଚକିତ ହୋଇଯାଇଥିଲେ। ଏବେ ଏହା ଭାଇରାଲ ହେଉଛି।

ଇମେଲ୍‌ରେ ପ୍ଲାନର ଲେଖିଥିଲେ, ଶୁଭସକାଳ। ମୁଁ ସମସ୍ତ ଅତିଥିମାନଙ୍କର ଶେଷ ଗଣନା ପ୍ରସ୍ତୁତ କରୁଛି। ବିବାହରେ ଯୋଗଦେଉଥିବା ଲୋକଙ୍କ ପାଇଁ କିଛି ବିଶେଷ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଆପଣମାନେ ଏକାକୀ ଆସୁଛନ୍ତି ନା ଅନ୍ୟ କେହି ଆପଣଙ୍କ ସହ ଆସିବେ ତାହା କୁହନ୍ତୁ ବୋଲି କହିଛନ୍ତି।

୧- ଦୟାକରି ୧୫-୩୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ।
୨- ଦୟାକରି ଧଳା, କ୍ରିମ୍‌ କିମ୍ବା ହାତୀଦାନ୍ତ ପିନ୍ଧିବେ ନାହିଁ।
୩- ସମ୍ପୂର୍ଣ୍ଣ ଚେହେରାରେ ମେକ୍‌ଅପ୍‌ ଲଗାନ୍ତୁ ନାହିଁ।
୪-ସମାରୋହରେ ଭିଡିଓ କରିବେ ନାହିଁ।
୫-ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଫେସ୍‌ବୁକ୍‌ରେ ଚେକ୍‌ଇନ୍‌ କରନ୍ତୁ ନାହିଁ।
୬- ସମସ୍ତ ଫଟୋ ପୋଷ୍ଟ କରିବାବେଳେ #ଡିଲିଟ୍‌ ବ୍ୟବହାର କରନ୍ତୁ।
୭- ବଧୂଙ୍କ ସହ ଆଦୌ କଥା ହୁଅନ୍ତୁ ନାହିଁ।
୮-ସମସ୍ତ ରେମିଙ୍କ ସହ ଟୋଷ୍ଟ କରିବେ।
୯-ଶେଷରେ ୭୫ ଡଲାର କିମ୍ବା ତା’ଠାରୁ ଅଧକ ଉପହାର ସହ ଆସିବା ଆବଶ୍ୟକ। ନଚେତ ପ୍ରବେଶ କରିବାକୁ ଦିଆଯିବ ନାହିଁ।
୧୦- ବେଶିକ୍‌ ବବ୍‌ କିମ୍ବା ପୋନିଟେଲ୍‌ ଛଡ଼ା ଅନ୍ୟ କିଛି ପିନ୍ଧନ୍ତୁ ନାହିଁ।

ସୋସିଆଲ ମିଡିଆରେ ଏହି ନିୟମର ସୂଚି ଭାଇରାଲ ହେବା ପରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ବିବାହରେ ଯୋଗଦେବା ଅପେକ୍ଷା ବହିଷ୍କାର କରିବା ପସନ୍ଦ କରିବେ ବୋଲି ଜଣେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri