ସଂସ୍କୃତ ଭାଷା ନ ବଞ୍ଚିଲେ ସଂସ୍କୃତି ଲୋପ ପାଇବ

କେନ୍ଦ୍ରାପଡ଼ା,୧୦ା୭ (ଜଗନ୍ନାଥ ଧଳ): ଦିନ ଥିଲା ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସକ୍ଷମ ହେଉଥିଲା। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଆର୍ଯ୍ୟ ସଂସ୍କୃତି ଓ ଗୁରୁକୂଳ ଆଶ୍ରମରେ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଯାଉଥିଲା। ଭାରତରେ ସଂସ୍କୃତ ଭାଷାରେ ବେଦ, ଉପନିଷଦ, ରାମାୟଣ, ମହାଭାରତ, ଭଗବଦ୍‌ ଗୀତା, ଗାଣିତିକ ସୂତ୍ର, ପାତଞ୍ଜଳିଙ୍କ ଯୋଗ, ଜୟଦେବଙ୍କ ଗୀତଗୋବିନ୍ଦ ଭଳି ଅନେକ ଉପାଦେୟ ଗ୍ରନ୍ଥ ଋଦ୍ଧିମନ୍ତ କରିଛି। ଏହି ଉପାଦେୟ ପୁସ୍ତକଗୁଡ଼ିକରେ କଳା, ସଂସ୍କୃତି, ଚାଲିଚଳଣି ଆଦି ଶିକ୍ଷଣୀୟ ତଥ୍ୟ ରହିଛି। ତେଣୁ ସଂସ୍କୃତ ଭାଷା ସହ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜନନୀ ସଂସ୍କୃତ ଭାଷାରୁ ବହୁ ଉପଭାଷାର ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ। ପୁରାଣ କାଳରୁ ସଂସ୍କୃତ ବିଦ୍ୟା ଅର୍ଜନ ପାଇଁ ସଂସ୍କୃତ ବିଦ୍ୟାଳୟ, ମହାବିଦ୍ୟାଳୟମାନ ଖୋଲାଯିବା ସହ ଓଡ଼ିଆ ଭାଷା ପଠନରେ ସଂସ୍କୃତ ବାଧ୍ୟତାମୂଳକ ବିଷୟ ଥିଲା। ମାତ୍ର ସମୟ ବଦଳି ଯାଇଛି। ପ୍ରଶାସନର ଅବହେଳାରୁ ଏହି ପ୍ରାଚୀନ ସଂସ୍କୃତ ବିଦ୍ୟାଳୟମାନ ଲୋପ ପାଇବାକୁ ବସିଲାଣି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ରାଧାରମଣ ମଠ ତତ୍ତ୍ୱାବଧାନରେ ଥିବା ସଂସ୍କୃତ ବିଦ୍ୟାଳୟଟି ପ୍ରାୟ ବିଲୁପ୍ତ ହୋଇସାରିଛି। ଉକ୍ତ ଜାଗାରେ ବ୍ୟବସାୟ ଆଳରେ ବଡ଼ବଡ଼ ଗୃହ ଛିଡ଼ା ହୋଇଛି। ରାଧାରମଣ ସଂସ୍କୃତ ମହାବିଦ୍ୟାଳୟଟି ଏକ ଭଡ଼ାଘରେ ପାଠପଢ଼ା ହେଉଛି। ଯଦି ସଂସ୍କୃତ ଭାଷା ନ ବଞ୍ଚତ୍ଲେ ସଂସ୍କୃତି ଲୋପପାଇବ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
୨୦୨୧ ଅଗଷ୍ଟ ୨୯ରେ ୮୦ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଜାରି ରଖିଛନ୍ତି। ଏଥିସହ ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି କହିଥିଲେ। ସଂସ୍କୃତ ଭାଷାରେ ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି। ସଂସ୍କୃତ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇପାରିବ। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏ ନେଇ ଶିକ୍ଷାଦାନ କରାଯାଉଛି ବୋଲି ସେ କହିଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ଦିଆଯାଇଛି ା
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ, ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ ସଞ୍ଜୟ ପଣ୍ଡା, ପ୍ରତାପ ପାଢୀ, କ୍ଷୀରୋଦ ମଲ୍ଲିକ କହିଛନ୍ତି, ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା। ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟଭ୍ରଷ୍ଟ କରି ଦିଆଯାଇଥିଲା। ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲୁ। ମହାନ୍‌ ବ୍ୟକ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ଓ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହେଲା। ଏ ନେଇ ୧୯୨୬ ମସିହାରେ ତତ୍‌କାଳୀନ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ହୃଷୀକେଶ ଦାସ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ମଠ ତତ୍ତ୍ୱାବଧାନରେ ସଂସ୍କୃତ ପଠାଗାର ଖୋଲିଥିଲେ। ସମୟାନୁକ୍ରମେ ଏହା ସଂସ୍କୃତ ପାଠାଗାର, ବିଦ୍ୟାଳୟ ଓ ୧୯୮୯ରେ ମହାବିଦ୍ୟାଳୟ ହୋଇ ମଠ ଜାଗାରେ ଉଭା ହୋଇଥିଲା। ମାତ୍ର ୩ବର୍ଷ ହେବ ଏଠାରୁ ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗି ଦିଆଯିବା ସହ ମହାବିଦ୍ୟାଳୟକୁ ଅନ୍ୟତ୍ର ନେଇଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏବେ ରାଧାରମଣ ମଠର ଉକ୍ତ ଜାଗାକୁ ବ୍ୟବସାୟିକ ଆଳରେ ବଡ଼ବଡ଼ ଘର ନିର୍ମାଣ ହେଉଥିବା ବେଳେ ଅନ୍ୟ ଘରଗୁଡ଼ିକରେ ଏକ ପବ୍ଲିକ ସ୍କୁଲ ଓ କେତେଗୋଟି ବ୍ୟବସାୟ ଅନୁଷ୍ଠାନକୁ ଭଡ଼ା ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଏବିଇଓ ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପଚାରିବାରେ ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri