ରକ୍ଷକ ଯଦି ଭକ୍ଷକ ହୁଏ

ବିମଳ ପ୍ରସନ୍ନ ଦାସ

 

ଆଉ କେତୋଟି ଦିନ ପରେ ବର୍ଷ ୨୦୨୨ ବିଦାୟ ନେବ। ମାତ୍ର ସମୟର ବାଲୁକାରେ କେତେ ଘଟଣା, ଅଘଟଣ, ଦୁର୍ଘଟଣାର ଅଲିଭା ପଦଚିହ୍ନ ଛାଡ଼ିଯିବ। ସେଥି ମଧ୍ୟରୁ ଐତିହ୍ୟ ପ୍ରାଣୀ ଗଜରାଜ-ଯିଏ ଆମ ଶ୍ରୀଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ, ତା’ ପାଇଁ ୨୦୨୨ ଅଭିଶାପର ବର୍ଷ। ଆହୁରି ଦୁଃଖଦ ଯେ ଆମେ ମଣିଷମାନେ ନିଜ ସଂସ୍କୃତିକୁ ତୁଚ୍ଛ କରି ଅଥର୍ର୍ ଲୋଭରେ ଦନ୍ତାହାତୀକୁ ଖୋଜି ଖୋଜି ଶିକାର କରୁଛୁ। ଶିକାରୀମାନଙ୍କଠାରୁ ହାତୀକୁ କିଭଳି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସରକାରଙ୍କୁ ବୁଦ୍ଧିବାଟ ଦିଶୁ ନ ଥିବାବେଳେ ଖୋଦ୍‌ ବନ କର୍ମଚାରୀ (ରକ୍ଷକ) ଶିକାରୀଙ୍କ ସହଯୋଗୀ ହୋଇ (ଭକ୍ଷକ) ପାଲଟି ଯାଇଛନ୍ତି; ଯାହା ଶିମିଳିପାଳ ହାତୀ ହତ୍ୟା ଘଟଣାରୁ ଅତି ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି।
ଏହାକୁ ଅତି ସ୍ପର୍ଶକାତର ମନେକରି ହାଇକୋର୍ଟ ଗତ ୧୩ା୧୨ା୨୦୨୨ରେ ଜରୁରିକାଳୀନ ଶୁଣାଣି କରିଛନ୍ତି। ଓଡ଼ିଶାର ହାତୀଙ୍କ ପାଇଁ ବୋଧହୁଏ ଏହା ସବୁଠୁ ଖରାପ ବର୍ଷ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଛନ୍ତି। ଏ ଯାବତ୍‌ ରାଜ୍ୟରେ ୬୧(ଏକଷଠି) ହାତୀଙ୍କ ଅକାଳ ମୃତ୍ୟୁ ହୋଇଥିବା ତାଙ୍କୁ ଆହତ କରିଛି।
ଶିମିଳିପାଳରେ ହନ୍ତାହତୀକୁ ହତ୍ୟାକରି ତା’ର ଦାନ୍ତକାଟି ଓ ସେ ହାତୀକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ପରି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣୀପ୍ରେମୀ ଓ ପରିବେଶବିତ୍‌ମାନେ ଏ ସମ୍ପର୍କରେ କ୍ଷୋଭ ପ୍ରକାଶ କରିଛନ୍ତି। ହାଇକୋର୍ଟ ମଧ୍ୟ ଜଏଣ୍ଟ ଟାସ୍କ ଫୋର୍ସ କମିଟିର ମୁଖ୍ୟ ତଥା ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କୁ ଭର୍ତ୍ସନା କରିଛନ୍ତି, ୩(ତିନିଜଣ) ବନ କର୍ମଚାରୀଙ୍କୁ ନିଲମ୍ବିତ କରି ବନବିଭାଗ ଦାୟିତ୍ୱ ସାରି ଦେଇଥିବାବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇନାହିଁ ବୋଲି ମାନ୍ୟବର ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଆସନ୍ତା ୨୨ା୦୧ା୨୦୨୩ରେ ଶୁଣାଣି ହେବ।
ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଆଦେଶ ପରେ ଏସବୁ ମାମଲା ନୂଆମୋଡ଼ ନେବାର ସମ୍ଭାବନା ରହିଛି। ଜେଟିଏଫ୍‌ ମୁଖ୍ୟ ତଥା ପିସିସିଏଫ୍‌ (ବନ୍ୟପ୍ରାଣୀ) ହାଇକୋର୍ଟଙ୍କ ଆଗରେ ଉତ୍ତର ରଖିଲେ ଓ ମାନବସମ୍ବଳ ତଥା ଟେକ୍‌ନୋଲୋଜି ଅଭାବ ଆଦି ସମ୍ପର୍କରେ ଦର୍ଶାଇଲେ। ଏ ନେଇ ବ୍ୟବସ୍ଥା କରିବା ଦିଗରେ ରାଜ୍ୟ ସରକାରଙ୍କୁ ଜଣାଇ ଭିିତ୍ତିଭୂମି ସୁଦୃଢ଼ କରିବାକୁ ହାଇକୋର୍ଟ କହିବା ସହ ହାତୀମୃତ୍ୟୁ ରୋକିବା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ପିସିସିଏଫ୍‌ ସ୍ବୀକାର କଲେ ଯେ ବନକର୍ମଚାରୀମାନେ ମୃତହାତୀଙ୍କୁ ପୋଡ଼ି ପାଉଁଶ ନାଳରେ ଭସାଇ ଦେଇଛନ୍ତି। ନିଲମ୍ବିତ ତିନିଜଣ ବନକର୍ମଚାରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ।
ମାନ୍ୟବର ହାଇକୋର୍ଟଙ୍କ ଆଦେଶ ପରେ କେତେକ ଚର୍ଚ୍ଚିତ ମାମଲାରେ ନୂଆମୋଡ଼ ନେବାର ସମ୍ଭାବନା ଦେଖାଦେଇଛି। ନରସିଂହପୁର ୱେଷ୍ଟ ରେଞ୍ଜର ବାରାସିଂଘା ବିଟ୍‌ରେ ହାତୀକୁ ଜେସିବି ଲଗେଇ ମାଟି ଖୋଳି ପୋତିବା ଅପରାଧରେ ତତ୍କାଳୀନ ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ କେବଳ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ସେ ୩ଜଣ ଗିରଫ ହେବେ ଯଦି ହାଇକୋର୍ଟଙ୍କ ଆଦେଶ ଠିକ୍‌ ଭାବରେ ପାଳନ ହୁଏ, କାରଣ ସେମାନେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଏକ ଅପରାଧକୁ ଲୁଚାଇବାକୁ ଯାଇ ପ୍ରମାଣ ନଷ୍ଟ କରିଥିଲେ। ଅନୁରୂପ ଭାବରେ ସମ୍ବଲପୁର ଡିଭିଜନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଯାଇ ଦୁଇ ଦୁଇଟି ହାତୀକଙ୍କାଳ ପୋଡ଼ା ଯାଇଥିବା ପର୍ଦ୍ଦାଫାଶ କରିଥିଲା। ମାତ୍ର ଛଅମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ହାଇକୋର୍ଟଙ୍କ ରାୟ ପରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।
ସ୍ଥାନୀୟ ଡିଏଫ୍‌ଓଙ୍କୁ ବାଦଦେଇ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବି କରୁଛନ୍ତି। କେବଳ ନିଲମ୍ବନ ଏପରି ଅପରାଧକୁ ନିଷେଧ କରିପାରିବ ନାହିଁ। କିଛିଦିନ ପରେ ନିଲମ୍ବିତ କର୍ମଚାରୀମାନେ ଚାକିରିକୁ ଫେରିବେ ଓ ପୁଣି ଏ ପ୍ରକାର ଅପରାଧ ଅବାଧରେ ଚାଲିବ। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମାନ୍ୟବର ହାଇକୋର୍ଟଙ୍କ ରାୟ ସାରା ରାଜ୍ୟ ପାଇଁ ପ୍ରଯୁଜ୍ୟ ହୋଇଥିବାରୁ ସମ୍ବଲପୁର ଡିଏଫ୍‌ଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ। ପୂର୍ବତନ ପିସିସିଏଫ୍‌ ଡ. ବିଜୟ କେତନ ପଟ୍ଟନାୟକଙ୍କ ପରାମର୍ଶ ‘ହାତୀ ପାଇଁ ହାତଟିଏ’ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଗଜରାଜ ବଞ୍ଚତ୍ ରହୁ ଓ ଶିକାରୀ ରୂପୀ କୁମ୍ଭୀରମାନଙ୍କର ତୁରନ୍ତ ବିଚାର ହେଉ- ଏତିକି ନୂଆବର୍ଷରେ ପ୍ରାର୍ଥନା।
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?