କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଥିବାବେଳେ ନୂଆ କରି ଜାରି କରାଯାଇଛି କୋଭିଡ୍‌ ଗାଇଡ୍‌ଲାଇନ। ତଦନୁଯାୟୀ ଆସନ୍ତା ୨୪ ତାରିଖଠାରୁ ସମସ୍ତ ସହରାଞ୍ଚଳରେ ଶନିବାର, ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହେବ। ଜରୁରିକାଳୀନ ସେବା ବ୍ୟତୀତ ଆଉ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ସଂକ୍ରମଣ ଚେନ୍‌ ଭାଙ୍ଗିବା, ଜିଲାକୁ ଆସୁଥିବା ପ୍ରବାସୀଙ୍କୁ ଥଇଥାନ କରିବା ଏବଂ ଟେଷ୍ଟ ସଂଖ୍ୟା ବଢ଼ାଇବାକୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଅମାନିଆଙ୍କ ମନମାନିରେ ପ୍ରଶାସନର ସବୁ ଉଦ୍ୟମ ଫସର ଫାଟିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ହେବାକୁ ପୋଲିସ, ପ୍ରଶାସନ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା।
ଢେଙ୍କାନାଳ ପୌରାଞ୍ଚଳର ପ୍ରମୁଖ ବଜାର, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଜନଗହଳି ଏଡ଼ାଇବା ଲାଗି ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ସେହିପରି ବିନା କାରଣରେ ଘରୁ ବାହାରକୁ ବାହାରି ନିଜର ଏବଂ ଅନ୍ୟମାନଙ୍କ ଜୀବନ ବିପଦରେ ନ ପକାଇବାକୁ ସତର୍କ କରାଯାଉଛି। କଟକଣା ସମୟରେ ବାହାରକୁ ବାହାରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପଟେ କଟକଣା ଯୋଗୁ ହୋଟେଲ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ଦିନବେଳା କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ଗ୍ରାହକଙ୍କୁ ସେବା ଯୋଗାଇବା କଷ୍ଟକର ହୋଇପଡୁଥିବାବେଳେ ଏବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ସେମାନଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଗତବର୍ଷ କରୋନା ମହାମାରୀରେ ଜିଲାର ହୋଟେଲ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବ୍ୟବସାୟ ଟ୍ରାକ୍‌କୁ ଫେରୁଥିବାବେଳେ କଟକଣା ସେମାନଙ୍କ ଆର୍ଥିକସ୍ଥିତିକୁ ଦୋହଲାଇ ଦେବ ବୋଲି ହୋଟେଲ ମାଲିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସରକାରୀ କଟକଣା ପାଳନପୂର୍ବକ ବ୍ୟବସାୟ କରିବାକୁ ସେମାନେ ମାନସିକସ୍ତରରେ ପ୍ରସ୍ତୁତ ହେଉଛନ୍ତି।

ଅମାନିଆଙ୍କ ପାଇଁ ବିପଦ ବଢୁଛି
କରୋନା ଲଢ଼େଇରେ ସପ୍ତାହାନ୍ତ ଶଟ୍‌ଡାଉନ ଫଳପ୍ରଦ ହୋଇପାରେ। ସରକାରଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ୨୦ ପ୍ରତିଶତ ଅମାନିଆଙ୍କ ପାଇଁ ୮୦ ପ୍ରତିଶତ ଲୋକ ସମସ୍ୟା ଭୋଗୁଛନ୍ତି। ଦ୍ୱିତୀୟ ଲହରରେ ଜୀବନ ପ୍ରତି ଅଧିକ ବିପଦ ଥିବା ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି। କଟକଣା ଜଗିବାକୁ ନିୟୋଜିତ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଧିକ ସତର୍କ ହେବା ଦରକାର। ଏସବୁ ଭିତରେ ଜୀବନ ଜୀବିକା ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ
କ୍ଷତି ସହିବେ ହୋଟେଲ ବ୍ୟବସାୟୀ
ଗତବର୍ଷ କରୋନା କାରଣରୁ ହୋଟେଲ ବ୍ୟବସାୟୀ ବ୍ୟାପକ କ୍ଷତି ସହିଛନ୍ତି। କଟକଣା କୋହଳ ପରେ ବ୍ୟବସାୟ ସ୍ବାଭାବିକ ହୋଇ ଆସୁଥିଲା। ଏବେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମାସକୁ ୮ଦିନ ହୋଟେଲ ବନ୍ଦ ରହିବ। ଏଥିପୂର୍ବରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ରାତି ୯ଟା ପୂର୍ବରୁ ଦୋକାନ ବନ୍ଦ କରିବାକୁ ପଡୁଥିବାରୁ ବ୍ୟବସାୟ ପ୍ରଭାବିତ ହେଉଛି।
-ଜ୍ଞାନେନ୍ଦ୍ର ବେହେରା, ହୋଟେଲ ବ୍ୟବସାୟୀ
ଦାୟିତ୍ୱବାନ ହେଉ ପ୍ରଶାସନ
କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କଲାଣି। ରୋଗର ଲକ୍ଷଣ ଜଣାପଡୁନାହିଁ। ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପ୍ରତି ଶନିବାର ଏବଂ ରବିବାର ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସଂକ୍ରମଣ ଚେନ୍‌ ଭାଙ୍ଗିବା ଲାଗି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କୋଭିଡ୍‌ କଟକଣା ପାଳନରେ ଜନତାଙ୍କ ସହଯୋଗ ଲୋଡ଼ା। ପ୍ରଶାସନ ଦାୟିତ୍ୱବାନ ହୋଇ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ପରିଚାଳନା କରିବା ଜରୁରୀ।
-ସୁଧାଂଶୁ କୁମାର ଦଳେଇ, ପୂର୍ବତନ ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri