ରାସ୍ତାରେ ଗୋରୁ ବୁଲିଲେ ମାଲିକ ଦେବେ ଜରିମାନା

ନୟାଗଡ଼,୨୧ା୧୦(ଲୋକନାଥ ମିଶ୍ର): ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବାକୁ ନୟାଗଡ଼ ମ୍ୟୁନିସିପାଲିଟି ଉଦ୍ୟମ କରିଛି। ରାସ୍ତାରେ ଗୋରୁ ବୁଲିଲେ ସେମାନଙ୍କୁ ଉଦ୍ଧାର କରି ଗୋଶାଳାରେ ରଖାଯିବ। ଗୋ ମାଲିକ ଜରିମାନା ଦେଲେ ଛଡା ଯିବ। କେହି ଦାବିଦାର ନ ଥିଲେ ବିକ୍ରି ବି କରାଯିବ। ଗୋରଙ୍କ ଉପରେ ଲାଗିଥିବା କଟକଣା ନେଇ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସଫେଇ ଗାଡିରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ପ୍ରଚାର କରାଯାଉଛି। ଅନ୍ୟପକ୍ଷେ ଶୁକ୍ରବାର ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ କାର୍ଯ୍ୟକାରୀ କରାଯିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲା ସଦର ମହକୁମାରେ ଥିବା ନୟାଗଡ଼ ମ୍ୟୁନିସିପାଲିଟିରେ ଗୋରୁ ଓ କୁକୁର ରାସ୍ତାଘାଟରେ ସବୁବେଳେ ବୁଲୁ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି। ସହର ମଧ୍ୟ ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଯାଇଛି। ରାଜପଥରେ ମଧ୍ୟରେ ଗାଈ ଓ କୁକୁରଙ୍କ ଉତ୍ପାଦ ଲାଗି ରହିଛି। ଗୋରୁ ମାଲିକମାନେ କ୍ଷୀର ଦୁହିଁ ଗାଈକୁ ଛାଡି ଦେଉଛନ୍ତି। ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ବାରମ୍ବାର ତାଗିଦ୍‌ ପରେ ସୁଫଳ ମିଳି ନ ଥିଲା। ଶେଷର ନୟାଗଡ଼ ମ୍ୟୁନିସିପାଲିଟି କଠୋର ହୋଇଛି। ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ପ୍ରଚାର ପରେ ବି ଶୁକ୍ରବାର ଗୋରୁ ୫୭ ନଂ. ଜାତୀୟ ରାଜପଥ, ନୟାଗଡ଼ ସହରର ବିଭିନ୍ନ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ ମ୍ୟୁନିସିପାଲିଟିର ପ୍ରଚାର ଗୋରୁ ମାଲିକଙ୍କ ଉପରେ କିଛି ପ୍ରଭାବ ପକାଇନି। ମ୍ୟୁନିସିପାଲିଟି ଗାଈଙ୍କୁ ଉଦ୍ଧାର କରି ଗୋଶାଳା ପଠାଇବା ଓ ଫାଇନ ଲାଗୁ କରିବା ପରେ ସ୍ଥିତି ଜଣାପଡିବ। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟି ଚେୟାରମ୍ୟାନ ନିରୁପମା ଖଟେଇ କହିଛନ୍ତି, ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସେବାକୁ ସୁଧାରିବାକୁ ଯାଇ ଗୋରୁଙ୍କ ଉପରେ ଊଗାମ ଲଗାଇବାକୁ ନିଷ୍ପତ୍ତି ହୋଇଛି। ରାସ୍ତାରୁ ଗୋରୁ ହଟିଲେ ଟ୍ରାଫିକ ବିଶୃଙ୍ଖଳା ଦୂର ହେବ ବୋଲି ଆଶା କରାଯାଉଛି। ଗୋ ମାଲିକଙ୍କୁ ଏ ନେଇ ସଚେତନତା କରାଯାଉଛି। ପରେ କଟକଣାକୁ ଲାଗୁ କରାଯିବ ବୋଲି କହିଛନ୍ତି। ସହର ବାସିନ୍ଦା ଧ୍ରୁବ ସାହୁ କୁହନ୍ତି, ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି। ତେବେ ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ରାସ୍ତାରେ ଗୋରୁ ଉପରେ କଟକଣା ଲାଗିବା ଦରକାର। ଏହାକୁ ସମସ୍ତେ ସ୍ବାଗତ କରୁଛନ୍ତି। ତେବେ ଆନ୍ତରିକତାର ସହ ଏ ନେଇ କାର୍ଯ୍ୟ ନ କଲେ କଟକଣା ବାଟବଣା ହୋଇଯିବ। କାରଣ ବିଭିନ୍ନ ସମୟରେ ଏହାକୁ ଲାଗୁ କରାଯାଇଛି। ଚାପରେ ଚେପା ହୋଇ ପୁଣି ନିୟମ ବାଟବଣା ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri