ମଦନପୁର କଟ୍‌ ହେଲେ ବନ୍ୟା ନିୟନ୍ତ୍ରଣ ହେବ

ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର ଲୁମ୍‌ ନିଜର ସତ୍ତା ହଜାଇଛି। ଏକଦା ବିଜୁବାବୁଙ୍କୁ ରାଜନୀତିରେ ଜୀବନ୍ୟାସ ଦେଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ ଥିବା ମଦନପୁର କଟ୍‌ କାର୍ଯ୍ୟକାରୀ ହେଲେ ବ୍ରାହ୍ମଣୀ ଓ କାଣୀ ନଦୀ ବନ୍ୟାକୁ ନିୟନ୍ତ୍ରଣ କରା ଯାଇପାରିବ। କଟ୍‌ର ଉଭୟପାର୍ଶ୍ୱ ବନ୍ଧ ପଥର ପ୍ୟାକିଂ କରାଗଲେ ଭିତର ଅଞ୍ଚଳ ଏକ ହ୍ରଦ ଭଲି ହୋଇଯିବ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ଓଡ଼ିଶା ଜନମଞ୍ଚର ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ମତବ୍ୟକ୍ତ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରହଲ୍ଲାଦ ମଲିକ ଜଳ ସମ୍ପଦ ମନ୍ତ୍ରୀ ଥିବାବେଳେ କେନ୍ଦ୍ରାପଡ଼ା ଜିଲାର ସବୁଠୁ ଅଧିକ ବନ୍ୟାପ୍ରବଣ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା ପାଇଁ ମଦନପୁରଠାରେ ଏକ କଟ୍‌ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ମଦନପୁରଠାରୁ ଉଦ୍‌ବୃତ୍ତ ବନ୍ୟାଜଳକୁ ସିଧାସଳଖ ସମୁଦ୍ରକୁ ନିଷ୍କାସନ ପାଇଁ ଏହି କଟ୍‌ ନିର୍ମାଣର ଯୋଜନା ରାଜ୍ୟ ସରକାର କରିଥିଲେ। ଏଥିପାଇଁ ଅର୍ଥର ବ୍ୟବସ୍ଥା କରି ଶତାଧିକ ଏକର ଜମି ସରକାର ଅଧିଗ୍ରହଣ କରିଥିଲେ। ଏହାର ଉଭୟପାର୍ଶ୍ୱରେ ପଥରବନ୍ଧ ନିର୍ମାଣ କରାଯାଇଥିଲା। ଏଥିପାଇଁ ଜଳସମ୍ପଦ ବିଭାଗର ଏକ ସ୍ବତନ୍ତ୍ର ସେକ୍ସନ କାର୍ଯ୍ୟାଳୟ ଖୋଲାଯାଇ ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଥିଲା। ମାତ୍ର ମଦନପୁର ନିକଟରେ ଉତିକଣ ବନ୍ୟାବନ୍ଧରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯାଇଥିଲେ କଟ୍‌ର ରୂପରେଖ ପୂର୍ଣ୍ଣାଙ୍ଗ ହୋଇଥାନ୍ତା। କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲାନାହିଁ। ପ୍ରତିବର୍ଷ ବ୍ରାହ୍ମଣୀ, କାଣୀରେ ବନ୍ୟା ଆସି ପଟ୍ଟାମୁଣ୍ଡାଇ ଓ ରାଜନଗରର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ କଟ୍‌ ପଥରବନ୍ଧରୁ ପଥର ତାଡି ବିଭାଗୀୟ ଠିକାଦାରମାନେ ଅନ୍ୟତ୍ର କାମରେ ଲଗାଇ ଚାଲିଛନ୍ତି। କ୍ରମଶଃ କଟ୍‌ର ଉଭୟପାର୍ଶ୍ୱ ବନ୍ଧ ପଥର ଶୂନ୍ୟ ହୋଇ ସାରିଲାଣି। ଏହି କଟ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ଜନମଞ୍ଚ ପକ୍ଷରୁ ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରହିଛି। କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଏବେ ସମୟ ଆସିଛି ଏହି କଟ୍‌କୁ କାର୍ଯ୍ୟକାରୀ କରାଗଲେ ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ଏହାର ଦୁଇପାର୍ଶ୍ୱ ବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ। କଟ୍‌ ମଧ୍ୟସ୍ଥଳ କଶ୍ମୀରର ଡାଲ୍‌ ଭଳି ହ୍ରଦଟିଏ ସୃଷ୍ଟି ହୋଇପାରିବ। ସେଠାରେ ଭାସମାନ ବଜାର, ବିଭିନ୍ନ ଅନୁଷ୍ଠାନ ଗଢା ଯାଇପାରିବ। ଏହି କୃତ୍ରିମ ହ୍ରଦର ଉଭୟପାର୍ଶ୍ୱରେ ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରାଯାଇ ପାରିବ। ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ଏହା ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହ ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ। ଏହା ଦ୍ୱାରା ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପର୍ଯ୍ୟଟନ ଶିଳ୍ପ ଅନ୍ୟାନ୍ୟ ସ୍ଥାନ ଅଧିକାର କରିବ। ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଲୋକମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri