ମଦନପୁର କଟ୍‌ ହେଲେ ବନ୍ୟା ନିୟନ୍ତ୍ରଣ ହେବ

ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର ଲୁମ୍‌ ନିଜର ସତ୍ତା ହଜାଇଛି। ଏକଦା ବିଜୁବାବୁଙ୍କୁ ରାଜନୀତିରେ ଜୀବନ୍ୟାସ ଦେଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ ଥିବା ମଦନପୁର କଟ୍‌ କାର୍ଯ୍ୟକାରୀ ହେଲେ ବ୍ରାହ୍ମଣୀ ଓ କାଣୀ ନଦୀ ବନ୍ୟାକୁ ନିୟନ୍ତ୍ରଣ କରା ଯାଇପାରିବ। କଟ୍‌ର ଉଭୟପାର୍ଶ୍ୱ ବନ୍ଧ ପଥର ପ୍ୟାକିଂ କରାଗଲେ ଭିତର ଅଞ୍ଚଳ ଏକ ହ୍ରଦ ଭଲି ହୋଇଯିବ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ଓଡ଼ିଶା ଜନମଞ୍ଚର ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ମତବ୍ୟକ୍ତ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରହଲ୍ଲାଦ ମଲିକ ଜଳ ସମ୍ପଦ ମନ୍ତ୍ରୀ ଥିବାବେଳେ କେନ୍ଦ୍ରାପଡ଼ା ଜିଲାର ସବୁଠୁ ଅଧିକ ବନ୍ୟାପ୍ରବଣ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା ପାଇଁ ମଦନପୁରଠାରେ ଏକ କଟ୍‌ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ମଦନପୁରଠାରୁ ଉଦ୍‌ବୃତ୍ତ ବନ୍ୟାଜଳକୁ ସିଧାସଳଖ ସମୁଦ୍ରକୁ ନିଷ୍କାସନ ପାଇଁ ଏହି କଟ୍‌ ନିର୍ମାଣର ଯୋଜନା ରାଜ୍ୟ ସରକାର କରିଥିଲେ। ଏଥିପାଇଁ ଅର୍ଥର ବ୍ୟବସ୍ଥା କରି ଶତାଧିକ ଏକର ଜମି ସରକାର ଅଧିଗ୍ରହଣ କରିଥିଲେ। ଏହାର ଉଭୟପାର୍ଶ୍ୱରେ ପଥରବନ୍ଧ ନିର୍ମାଣ କରାଯାଇଥିଲା। ଏଥିପାଇଁ ଜଳସମ୍ପଦ ବିଭାଗର ଏକ ସ୍ବତନ୍ତ୍ର ସେକ୍ସନ କାର୍ଯ୍ୟାଳୟ ଖୋଲାଯାଇ ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଥିଲା। ମାତ୍ର ମଦନପୁର ନିକଟରେ ଉତିକଣ ବନ୍ୟାବନ୍ଧରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯାଇଥିଲେ କଟ୍‌ର ରୂପରେଖ ପୂର୍ଣ୍ଣାଙ୍ଗ ହୋଇଥାନ୍ତା। କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲାନାହିଁ। ପ୍ରତିବର୍ଷ ବ୍ରାହ୍ମଣୀ, କାଣୀରେ ବନ୍ୟା ଆସି ପଟ୍ଟାମୁଣ୍ଡାଇ ଓ ରାଜନଗରର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ କଟ୍‌ ପଥରବନ୍ଧରୁ ପଥର ତାଡି ବିଭାଗୀୟ ଠିକାଦାରମାନେ ଅନ୍ୟତ୍ର କାମରେ ଲଗାଇ ଚାଲିଛନ୍ତି। କ୍ରମଶଃ କଟ୍‌ର ଉଭୟପାର୍ଶ୍ୱ ବନ୍ଧ ପଥର ଶୂନ୍ୟ ହୋଇ ସାରିଲାଣି। ଏହି କଟ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ଜନମଞ୍ଚ ପକ୍ଷରୁ ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରହିଛି। କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଏବେ ସମୟ ଆସିଛି ଏହି କଟ୍‌କୁ କାର୍ଯ୍ୟକାରୀ କରାଗଲେ ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ଏହାର ଦୁଇପାର୍ଶ୍ୱ ବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ। କଟ୍‌ ମଧ୍ୟସ୍ଥଳ କଶ୍ମୀରର ଡାଲ୍‌ ଭଳି ହ୍ରଦଟିଏ ସୃଷ୍ଟି ହୋଇପାରିବ। ସେଠାରେ ଭାସମାନ ବଜାର, ବିଭିନ୍ନ ଅନୁଷ୍ଠାନ ଗଢା ଯାଇପାରିବ। ଏହି କୃତ୍ରିମ ହ୍ରଦର ଉଭୟପାର୍ଶ୍ୱରେ ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରାଯାଇ ପାରିବ। ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ଏହା ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହ ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ। ଏହା ଦ୍ୱାରା ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପର୍ଯ୍ୟଟନ ଶିଳ୍ପ ଅନ୍ୟାନ୍ୟ ସ୍ଥାନ ଅଧିକାର କରିବ। ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଲୋକମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri