ହଜିଯାଉଛି ଜୈବ ବିବିଧତା

ଜୀବମାନଙ୍କର ଭିନ୍ନତା ବା ବିବିଧତା ହେଉଛି ଜୈବ ବିବିଧତା। ଆମ ପରିବେଶରେ ବଞ୍ଚତ୍ଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଅବସ୍ଥିତିକୁ ମଧ୍ୟ ଜୈବ ବିବିଧତା କୁହାଯାଏ। ଆଜି କିନ୍ତୁ ଜୀବମାନଙ୍କର ବିବିଧତା ବିଲୁପ୍ତି ପଥରେ, ବିପନ୍ନ ଓ ବିଷଣ୍ଣ। ଏହାର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି, ସହରୀକରଣ, କଂକ୍ରିଟ ଜଙ୍ଗଲ ଓ ଶିଳ୍ପାୟନ। ଗତ ୫୦ ବର୍ଷ ତଳେ ଯେତେ ପ୍ରକାର ଧାନଚାଷ ହେଉଥିଲା, ଆଜି ସେସବୁ ହୁଏତ ଜିନ୍‌ ବ୍ୟାଙ୍କରେ ଅଥବା ବିଲୁପ୍ତିର ଅମଡ଼ାବାଟରେ। ଯେପରି ବାଈକୋଇଲି, ଲାଙ୍ଗୁଳା, ପଥର ଟିଙ୍କ, ହଜାରଚଉଦ ଓ ହଳଦୀଗୁଣ୍ଡି ପ୍ରଭୃତି ଧାନ। ଏସବୁ ପାରମ୍ପରିକ ଧାନଚାଷ ଥିଲା ନିଆରା ଓ ନିଖୁଣ। ଉଦୁଉଦିଆ ଖରାଦିନେ ଧାନବୁଣା ହେଉଥିଲା। ତା’ପରେ ଜମିକୁ ଖତ, ଗୋବର ଦେଇ ଉର୍ବରତା ବୃଦ୍ଧି କରାଯାଉଥିଲା ଓ ଶେଷରେ ବର୍ଷାଦିନେ ବେଉଷଣ କରି ପୁଣିଥରେ ଗୋବର ଓ ଖତ ଧାନ ଜମିରେ ଅତି ଯତ୍ନରେ ଚଷାପୁଅ ଦେଉଥିଲା। ପୁଷମାସରେ ଜମିରେ ଧାନ ବେଶ୍‌ ଅମଳ ହେଉଥିଲା ଓ ବର୍ଷାଦିନେ ଜମିରେ ମୁଗୁରା ଓ ବଜା ବସାଇ ମାଛ ମାରୁଥିଲା। ଏହି ଧାନରେ ପ୍ରାୟ ସାର, କୀଟନାଶକ ଦିଆଯାଉ ନ ଥିବାରୁ, ଅରୁଆ ବା ଉସୁନା ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ବେଶ୍‌ ସୁଆଦିଆ ଥିଲା। ଏହି ଭାତରୁ ପ୍ରସ୍ତୁତ ପଖାଳ ମନଲୋଭା, ରୁଚିପୂର୍ଣ୍ଣ ଓ ତୃଷା ନିବାରକ ଥିଲା। ପଖାଳ ତୋରାଣିର ମନଲୋଭା ଓ ସ୍ବାସ୍ଥ୍ୟପ୍ରଦ ସୁଆଦ ସମସ୍ତଙ୍କ ମନ ମୋହିନେଉଥିଲା। ତେଣୁ ସେ ପଖାଳର ମହକକୁ ଚଷାପୁଅ କହୁଥିଲା ”ଉତ୍କଳେ ପଖାଳ ସଞ୍ଜୀବନୀ ସୁଧା, ହରେ ଏକାଥରେ ତୃଷା ଆଉ କ୍ଷୁଧା।“ ସେସବୁ ଧାନଗଛ ପ୍ରାକୃତିକ ଦୁର୍ବିପାକ ସହ ସଂଗ୍ରାମ କରି ବଞ୍ଚତ୍ରହି ଅମଳ ହେଉଥିଲା। ଲମ୍ବା ଲମ୍ବା ଛଣ ଛପର ଘର କରିବା, ଗୋଖାଦ୍ୟ ରୂପେ ନଡ଼ା ରୂପେ ବ୍ୟବହାର ହେବା ଓ ଛଣ ତାଟି ଖରା ଓ ବର୍ଷାରୁ ଚଷାପୁଅକୁ ରକ୍ଷା କରୁଥିଲା। ଏହି ଛଣ ବା ନଡ଼ାର ବିଶେଷତ୍ୱ ହେଉଛି ବର୍ଷା ପଡ଼ିଲେ ବି ସହଜରେ ପଚିଶଢ଼ି ଯାଏନି। ତେଣୁ ସେତେବେଳେ ଛଣରେ ଛପର କଲେ ଦୀର୍ଘଦିନ ଧରି ସୁରକ୍ଷା ପ୍ରଦାନ କରିଥାଏ। ବାସମତୀ ଧାନଠାରୁ ଭଲ ଧାନ କୃଷ୍ଣସୁନ୍ଦରୀ କଳାଧାନ ବା ‘ଓରାଇଜା ସାଟାଇଭା’। ଏ ପ୍ରକାର ଚାଉଳ ଏତେ ଭଲ ଥିଲା ଯେ ଚାଇନା ଦେଶର ଶାସକମାନେ ଏହା ସାଧାରଣ ଲୋକଙ୍କୁ ଖାଇବାକୁ ବାରଣ କରିଥିଲେ। ଏବେ ବୈଜ୍ଞାନିକମାନେ କହିଲେଣି କଳାଧାନ ପୁଷ୍ଟିକର ଓ ଔଷଧୀୟ ଗୁଣଯୁକ୍ତ। ଏହା କର୍କଟ ଓ ବିଭିନ୍ନ ଚର୍ମରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏହି ଧାନ ଆମ ଦେଶରେ ଚାଷ ହେଉନି। କୋରାପୁଟ ଧାନଚାଷର ଅନ୍ତୁଡ଼ିଶାଳ। ଅନେକ କିସମର ପାରମ୍ପରିକ ଧାନ କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ସାଇତି ରଖାଯାଇଛି। ଆମ ଦେଶ ସ୍ବାଧୀନ ହେବା ବେଳକୁ ୧୫୦୦ରୁ ବେଶି କିସମର ପାରମ୍ପରିକ ଧାନଚାଷ ହେଉଥିବାବେଳେ, ଏବେ ଏହା ପ୍ରାୟ ମାତ୍ର ୨୦୦ କିସମରେ ସୀମିତ ଅଛି। ଏହାର ମୁଖ୍ୟ କାରଣ ଜୈବ ବିବିଧତା ସଂରକ୍ଷଣ ପ୍ରତି ବିଶେଷ ଦୃଷ୍ଟି ନ ଦେବା। ଜାତିସଂଘର ଦୃଷ୍ଟି ଆକର୍ଷଣ କରିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପ୍ରଚେଷ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟର ମାଲକାନଗିରିରୁ ମଙ୍ଗଳାଯୋଡ଼ି, ଗଞ୍ଜାମରୁ ଗହୀରମଥା, ବାରିପଦାରୁ ବାଲିଗୁଡ଼ା, ଚନ୍ଦ୍ରଗିରିରୁ ଚିଲିକା, ଡଙ୍ଗସରାରୁ ଡାଙ୍ଗମାଳ, ନବରଙ୍ଗପୁରରୁ ନିୟମଗିରି ଜୈବବିବିଧତା ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟରେ ପ୍ରାୟ ୬୫ ଜାତିର ସ୍ତନ୍ୟପାୟୀ, ୪୪୬ ଜାତିର ପକ୍ଷୀ ଓ ୮୪ ପ୍ରକାର ସରୀସୃପ ଦେଖାଯାଆନ୍ତି। ଝରଣା ଓ ଜଳପ୍ରପାତ ଭଳି ସ୍ଥାନମାନଙ୍କରେ ରହିଥିବା ମାଛ ଓ ଜଳଚର ଜୀବମାନଙ୍କ ଉପରେ ବିଧିବଦ୍ଧ ଗବେଷଣା ହେବା ଉଚିତ। ପ୍ରତିବର୍ଷ ପ୍ରାୟ ଦୁଇଟି ଜାତିର ଜୀବ ପୃଥିବୀରୁ ବିଦାୟ ନେଉଛନ୍ତି। ଆଗାମୀ ଦିନମାନଙ୍କରେ ୧୭ଲକ୍ଷ ପ୍ରକାରର ଜୀବଙ୍କ ମଧ୍ୟରୁ ଏକତୃତୀୟାଂଶ ସବୁଦିନ ପାଇଁ ହଜିଯିବାର ଆଶଙ୍କା ସୃଷ୍ଟି ହୋଇଛି। ବିପନ୍ନ ଜୀବମାନଙ୍କ ମଧ୍ୟରେ ଅଛନ୍ତି ଶାଗୁଣା, ଶାଳିଆପତନି, ଶଙ୍ଖଚିଲ, ହଳଦୀବସନ୍ତ, କୋଇଲି, କଜଳପାତି, ଭଦଭଦଳିଆ ପକ୍ଷୀ, ଡୋଡୋପକ୍ଷୀ, ଓଧ, ଝିଙ୍କ ବିଭର୍‌, ଘରଚଟିଆ, ବଣି, କୁଣ୍ଡାଖାଇ, ଟେଣ୍ଟେଇ ବଣି, ହେଟାବାଘ, କୋକିଶିଆଳି, ବିଲୁଆ, ଗୋଧି, ରାମଶିଆଳ ଓ ସଲୁରୀ ଇତ୍ୟାଦି। ସେହିପରି ଦୁର୍ଲଭ ବୃକ୍ଷଲତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଲୁଣା ଜଙ୍ଗଲ, ଫୁଲଝରନ୍‌ (କଳାହାଣ୍ଡି), ଜଙ୍ଗଲ, କୋରାପୁଟ, ଫୁଲବାଣୀ, ରାୟଗଡ଼ା, ବାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳ ଜଙ୍ଗଲରେ ଥିବା ଦୁର୍ଲଭ ବୃକ୍ଷଲତାର ସଂରକ୍ଷଣ ଆଗେଇ ଆସିଲେ ଅନେକ ବନୌଷଧି, ଚେରମୂଳି ଓ ସେମାନଙ୍କର ପତ୍ର ଆରୋଗ୍ୟ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଦିଗବାରେଣି ଭଳି କାମ କରିବ। ବଣଚୁଆ, ପାଣିଆମ୍ବ, ଫାସି, ହେନ୍ତାଳ, ବନୀ, ଧଳାବନୀ, ଖାର୍ସୀ, ସିଙ୍ଗଲାବନୀ, ବଡ଼ବନୀ, ସୁନ୍ଦରୀ, କାଳିଆଚୁଆ, ବନ୍ଦାରୀ, ଡଟ୍‌, ଗରନୀ, କନିକା ସୁନ୍ଦରୀ, ଝାଉଁ ଗୁଅଁ ଚୁରୁଣ୍ଡ, ସିନ୍ଦୁକ, ରାଇ, ଓରୁଆ, ଖରଖରୀ, ପିତାକୋରୁଆ ଓ ଶିଶୁମାର ପ୍ରଭୃତି ଆମ ଓଡ଼ିଶାର ହେନ୍ତାଳ ବଣରେ ଦେଖାଯାଏ, ଯାହାକି ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ୧୯୯୯ ମସିହା ମହାବାତ୍ୟା, ଫନୀ ଓ ହୁଡ଼ହୁଡ଼ ସମୟରେ ସୁରକ୍ଷା ପ୍ରଦାନ କରିଥିଲା। ଏହାର ସୁରକ୍ଷା ଆହୁରି ହେଲେ ଜୀବଜନ୍ତୁ, ଗଛଲତା ଓ ମଣିଷ ସମାଜ ଉପକୃତ ହେବେ। ପ୍ରତ୍ୟେକ ସାଧାରଣ ଲୋକ, ବୈଜ୍ଞାନିକ, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଜୀବଜଗତ ତଥା ଜୈବ ବିବିଧତାର ବିଲୁପ୍ତି ଆଗରେ ଢାଲ ସଦୃଶ ଛିଡ଼ା ହେବାକୁ ସମୟ ଆସିଛି। ସମସ୍ତେ ଏ ଦିଗରେ ଜୈବ ବିବିଧତାର ସଂରକ୍ଷଣ ଦିଗରେ ଆଗେଇ ଆସିବା ସର୍ବାଦୌ ଉଚିତ। ଏହାଦ୍ୱାରା ଆମ ସୁନ୍ଦର, ସବୁଜ ପୃଥିବୀ ହସିଉଠିବ। ଏହାର ମୁଖ୍ୟ ଚାବି ଆମ ହାତରେ।

ବସନ୍ତ କୁମାର ଦାସ
-ବି/୧୧୩, ସେକ୍ଟର-୧, ଦାମନଯୋଡ଼ି, କୋରାପୁଟ
ମୋ: ୮୩୨୭୭୫୯୭୬୫


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପାୟରେ ରୁହନ୍ତୁ ଫ୍ରେଶ୍‌

ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ଲାଗିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ...

ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ...

ପାଖରେ ରହୁନାହିଁ କି ଟଙ୍କା? ଜାଣନ୍ତୁ ଚଞ୍ଚଳା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି,...

ତ୍ୱଚା ସମସ୍ୟା ଦୂରକରେ ପିଆଜ

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ...

ଦୃଷ୍ଟିଶକ୍ତି ବଢ଼ାଇଥାଏ ଏସବୁ ଖାଦ୍ୟ

ଆଜିକାଲି ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି କମ୍‌ ରହୁଛି। ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଅଧିକ ସମୟ ଟିଭି, ମୋବାଇଲ୍‌, କମ୍ପ୍ୟୁଟର ଆଦି ଦେଖିବା ଯୋଗୁ...

ଅଧିକ ହଳଦୀ ସେବନ ହୋଇଥାଏ କ୍ଷତିକାରକ

ସ୍ବାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାରଠାରୁ ଆରମ୍ଭ କରି ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ। ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି...

ପ୍ଲାଷ୍ଟିକ ଫୁଲରେ ଘର ସଜାଉଥିଲେ ସାବଧାନ ହୋଇପାରେ ଏମିତି କ୍ଷତି

ବର୍ତ୍ତମାନ ସମୟରେ ଲୋକେ ବିଳାସପୂର୍ଣ୍ଣ ଭାବରେ ଜୀବନ ବିତାଇବାକୁ ଚାହାନ୍ତି। ଏ ନେଇ ଚାକଚକ୍ୟ ଜୀବନଶୈଳୀ ଆପଣାଇଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଘର ସାଜସଜା...

ସାଇଲେଣ୍ଟ୍‌ କିଲର୍‌…

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା...

Advertisement
Archives

Model This Week