ହଜିଯାଉଛି ଜୈବ ବିବିଧତା

ଜୀବମାନଙ୍କର ଭିନ୍ନତା ବା ବିବିଧତା ହେଉଛି ଜୈବ ବିବିଧତା। ଆମ ପରିବେଶରେ ବଞ୍ଚତ୍ଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଅବସ୍ଥିତିକୁ ମଧ୍ୟ ଜୈବ ବିବିଧତା କୁହାଯାଏ। ଆଜି କିନ୍ତୁ ଜୀବମାନଙ୍କର ବିବିଧତା ବିଲୁପ୍ତି ପଥରେ, ବିପନ୍ନ ଓ ବିଷଣ୍ଣ। ଏହାର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି, ସହରୀକରଣ, କଂକ୍ରିଟ ଜଙ୍ଗଲ ଓ ଶିଳ୍ପାୟନ। ଗତ ୫୦ ବର୍ଷ ତଳେ ଯେତେ ପ୍ରକାର ଧାନଚାଷ ହେଉଥିଲା, ଆଜି ସେସବୁ ହୁଏତ ଜିନ୍‌ ବ୍ୟାଙ୍କରେ ଅଥବା ବିଲୁପ୍ତିର ଅମଡ଼ାବାଟରେ। ଯେପରି ବାଈକୋଇଲି, ଲାଙ୍ଗୁଳା, ପଥର ଟିଙ୍କ, ହଜାରଚଉଦ ଓ ହଳଦୀଗୁଣ୍ଡି ପ୍ରଭୃତି ଧାନ। ଏସବୁ ପାରମ୍ପରିକ ଧାନଚାଷ ଥିଲା ନିଆରା ଓ ନିଖୁଣ। ଉଦୁଉଦିଆ ଖରାଦିନେ ଧାନବୁଣା ହେଉଥିଲା। ତା’ପରେ ଜମିକୁ ଖତ, ଗୋବର ଦେଇ ଉର୍ବରତା ବୃଦ୍ଧି କରାଯାଉଥିଲା ଓ ଶେଷରେ ବର୍ଷାଦିନେ ବେଉଷଣ କରି ପୁଣିଥରେ ଗୋବର ଓ ଖତ ଧାନ ଜମିରେ ଅତି ଯତ୍ନରେ ଚଷାପୁଅ ଦେଉଥିଲା। ପୁଷମାସରେ ଜମିରେ ଧାନ ବେଶ୍‌ ଅମଳ ହେଉଥିଲା ଓ ବର୍ଷାଦିନେ ଜମିରେ ମୁଗୁରା ଓ ବଜା ବସାଇ ମାଛ ମାରୁଥିଲା। ଏହି ଧାନରେ ପ୍ରାୟ ସାର, କୀଟନାଶକ ଦିଆଯାଉ ନ ଥିବାରୁ, ଅରୁଆ ବା ଉସୁନା ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ବେଶ୍‌ ସୁଆଦିଆ ଥିଲା। ଏହି ଭାତରୁ ପ୍ରସ୍ତୁତ ପଖାଳ ମନଲୋଭା, ରୁଚିପୂର୍ଣ୍ଣ ଓ ତୃଷା ନିବାରକ ଥିଲା। ପଖାଳ ତୋରାଣିର ମନଲୋଭା ଓ ସ୍ବାସ୍ଥ୍ୟପ୍ରଦ ସୁଆଦ ସମସ୍ତଙ୍କ ମନ ମୋହିନେଉଥିଲା। ତେଣୁ ସେ ପଖାଳର ମହକକୁ ଚଷାପୁଅ କହୁଥିଲା ”ଉତ୍କଳେ ପଖାଳ ସଞ୍ଜୀବନୀ ସୁଧା, ହରେ ଏକାଥରେ ତୃଷା ଆଉ କ୍ଷୁଧା।“ ସେସବୁ ଧାନଗଛ ପ୍ରାକୃତିକ ଦୁର୍ବିପାକ ସହ ସଂଗ୍ରାମ କରି ବଞ୍ଚତ୍ରହି ଅମଳ ହେଉଥିଲା। ଲମ୍ବା ଲମ୍ବା ଛଣ ଛପର ଘର କରିବା, ଗୋଖାଦ୍ୟ ରୂପେ ନଡ଼ା ରୂପେ ବ୍ୟବହାର ହେବା ଓ ଛଣ ତାଟି ଖରା ଓ ବର୍ଷାରୁ ଚଷାପୁଅକୁ ରକ୍ଷା କରୁଥିଲା। ଏହି ଛଣ ବା ନଡ଼ାର ବିଶେଷତ୍ୱ ହେଉଛି ବର୍ଷା ପଡ଼ିଲେ ବି ସହଜରେ ପଚିଶଢ଼ି ଯାଏନି। ତେଣୁ ସେତେବେଳେ ଛଣରେ ଛପର କଲେ ଦୀର୍ଘଦିନ ଧରି ସୁରକ୍ଷା ପ୍ରଦାନ କରିଥାଏ। ବାସମତୀ ଧାନଠାରୁ ଭଲ ଧାନ କୃଷ୍ଣସୁନ୍ଦରୀ କଳାଧାନ ବା ‘ଓରାଇଜା ସାଟାଇଭା’। ଏ ପ୍ରକାର ଚାଉଳ ଏତେ ଭଲ ଥିଲା ଯେ ଚାଇନା ଦେଶର ଶାସକମାନେ ଏହା ସାଧାରଣ ଲୋକଙ୍କୁ ଖାଇବାକୁ ବାରଣ କରିଥିଲେ। ଏବେ ବୈଜ୍ଞାନିକମାନେ କହିଲେଣି କଳାଧାନ ପୁଷ୍ଟିକର ଓ ଔଷଧୀୟ ଗୁଣଯୁକ୍ତ। ଏହା କର୍କଟ ଓ ବିଭିନ୍ନ ଚର୍ମରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏହି ଧାନ ଆମ ଦେଶରେ ଚାଷ ହେଉନି। କୋରାପୁଟ ଧାନଚାଷର ଅନ୍ତୁଡ଼ିଶାଳ। ଅନେକ କିସମର ପାରମ୍ପରିକ ଧାନ କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ସାଇତି ରଖାଯାଇଛି। ଆମ ଦେଶ ସ୍ବାଧୀନ ହେବା ବେଳକୁ ୧୫୦୦ରୁ ବେଶି କିସମର ପାରମ୍ପରିକ ଧାନଚାଷ ହେଉଥିବାବେଳେ, ଏବେ ଏହା ପ୍ରାୟ ମାତ୍ର ୨୦୦ କିସମରେ ସୀମିତ ଅଛି। ଏହାର ମୁଖ୍ୟ କାରଣ ଜୈବ ବିବିଧତା ସଂରକ୍ଷଣ ପ୍ରତି ବିଶେଷ ଦୃଷ୍ଟି ନ ଦେବା। ଜାତିସଂଘର ଦୃଷ୍ଟି ଆକର୍ଷଣ କରିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ପ୍ରଚେଷ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟର ମାଲକାନଗିରିରୁ ମଙ୍ଗଳାଯୋଡ଼ି, ଗଞ୍ଜାମରୁ ଗହୀରମଥା, ବାରିପଦାରୁ ବାଲିଗୁଡ଼ା, ଚନ୍ଦ୍ରଗିରିରୁ ଚିଲିକା, ଡଙ୍ଗସରାରୁ ଡାଙ୍ଗମାଳ, ନବରଙ୍ଗପୁରରୁ ନିୟମଗିରି ଜୈବବିବିଧତା ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟରେ ପ୍ରାୟ ୬୫ ଜାତିର ସ୍ତନ୍ୟପାୟୀ, ୪୪୬ ଜାତିର ପକ୍ଷୀ ଓ ୮୪ ପ୍ରକାର ସରୀସୃପ ଦେଖାଯାଆନ୍ତି। ଝରଣା ଓ ଜଳପ୍ରପାତ ଭଳି ସ୍ଥାନମାନଙ୍କରେ ରହିଥିବା ମାଛ ଓ ଜଳଚର ଜୀବମାନଙ୍କ ଉପରେ ବିଧିବଦ୍ଧ ଗବେଷଣା ହେବା ଉଚିତ। ପ୍ରତିବର୍ଷ ପ୍ରାୟ ଦୁଇଟି ଜାତିର ଜୀବ ପୃଥିବୀରୁ ବିଦାୟ ନେଉଛନ୍ତି। ଆଗାମୀ ଦିନମାନଙ୍କରେ ୧୭ଲକ୍ଷ ପ୍ରକାରର ଜୀବଙ୍କ ମଧ୍ୟରୁ ଏକତୃତୀୟାଂଶ ସବୁଦିନ ପାଇଁ ହଜିଯିବାର ଆଶଙ୍କା ସୃଷ୍ଟି ହୋଇଛି। ବିପନ୍ନ ଜୀବମାନଙ୍କ ମଧ୍ୟରେ ଅଛନ୍ତି ଶାଗୁଣା, ଶାଳିଆପତନି, ଶଙ୍ଖଚିଲ, ହଳଦୀବସନ୍ତ, କୋଇଲି, କଜଳପାତି, ଭଦଭଦଳିଆ ପକ୍ଷୀ, ଡୋଡୋପକ୍ଷୀ, ଓଧ, ଝିଙ୍କ ବିଭର୍‌, ଘରଚଟିଆ, ବଣି, କୁଣ୍ଡାଖାଇ, ଟେଣ୍ଟେଇ ବଣି, ହେଟାବାଘ, କୋକିଶିଆଳି, ବିଲୁଆ, ଗୋଧି, ରାମଶିଆଳ ଓ ସଲୁରୀ ଇତ୍ୟାଦି। ସେହିପରି ଦୁର୍ଲଭ ବୃକ୍ଷଲତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଲୁଣା ଜଙ୍ଗଲ, ଫୁଲଝରନ୍‌ (କଳାହାଣ୍ଡି), ଜଙ୍ଗଲ, କୋରାପୁଟ, ଫୁଲବାଣୀ, ରାୟଗଡ଼ା, ବାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳ ଜଙ୍ଗଲରେ ଥିବା ଦୁର୍ଲଭ ବୃକ୍ଷଲତାର ସଂରକ୍ଷଣ ଆଗେଇ ଆସିଲେ ଅନେକ ବନୌଷଧି, ଚେରମୂଳି ଓ ସେମାନଙ୍କର ପତ୍ର ଆରୋଗ୍ୟ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଦିଗବାରେଣି ଭଳି କାମ କରିବ। ବଣଚୁଆ, ପାଣିଆମ୍ବ, ଫାସି, ହେନ୍ତାଳ, ବନୀ, ଧଳାବନୀ, ଖାର୍ସୀ, ସିଙ୍ଗଲାବନୀ, ବଡ଼ବନୀ, ସୁନ୍ଦରୀ, କାଳିଆଚୁଆ, ବନ୍ଦାରୀ, ଡଟ୍‌, ଗରନୀ, କନିକା ସୁନ୍ଦରୀ, ଝାଉଁ ଗୁଅଁ ଚୁରୁଣ୍ଡ, ସିନ୍ଦୁକ, ରାଇ, ଓରୁଆ, ଖରଖରୀ, ପିତାକୋରୁଆ ଓ ଶିଶୁମାର ପ୍ରଭୃତି ଆମ ଓଡ଼ିଶାର ହେନ୍ତାଳ ବଣରେ ଦେଖାଯାଏ, ଯାହାକି ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ୧୯୯୯ ମସିହା ମହାବାତ୍ୟା, ଫନୀ ଓ ହୁଡ଼ହୁଡ଼ ସମୟରେ ସୁରକ୍ଷା ପ୍ରଦାନ କରିଥିଲା। ଏହାର ସୁରକ୍ଷା ଆହୁରି ହେଲେ ଜୀବଜନ୍ତୁ, ଗଛଲତା ଓ ମଣିଷ ସମାଜ ଉପକୃତ ହେବେ। ପ୍ରତ୍ୟେକ ସାଧାରଣ ଲୋକ, ବୈଜ୍ଞାନିକ, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଜୀବଜଗତ ତଥା ଜୈବ ବିବିଧତାର ବିଲୁପ୍ତି ଆଗରେ ଢାଲ ସଦୃଶ ଛିଡ଼ା ହେବାକୁ ସମୟ ଆସିଛି। ସମସ୍ତେ ଏ ଦିଗରେ ଜୈବ ବିବିଧତାର ସଂରକ୍ଷଣ ଦିଗରେ ଆଗେଇ ଆସିବା ସର୍ବାଦୌ ଉଚିତ। ଏହାଦ୍ୱାରା ଆମ ସୁନ୍ଦର, ସବୁଜ ପୃଥିବୀ ହସିଉଠିବ। ଏହାର ମୁଖ୍ୟ ଚାବି ଆମ ହାତରେ।

ବସନ୍ତ କୁମାର ଦାସ
-ବି/୧୧୩, ସେକ୍ଟର-୧, ଦାମନଯୋଡ଼ି, କୋରାପୁଟ
ମୋ: ୮୩୨୭୭୫୯୭୬୫


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?