Posted inରାଜ୍ୟ

‘ଯଦି ମୁଁ ମରିଯାଏ’, ହସ୍ପିଟାଲ ବେଡ୍‌ରୁ ଏମିତି କହିଦେଲେ ସୁଲତା, ରାଜ୍ୟରେ ଚହଳ

ଭୁବନେଶ୍ୱର,୧୭।୭: FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ କରିଥିଲା ପୋଲିସ। ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ହସ୍ପିଟାଲ ବେଡ୍‌ରୁ ସୁଲତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏକ ବିସ୍ଫୋରକ ବୟାନ ନେଇ କହିଛନ୍ତି, ମୋତେ ମର୍ଡର କରିବାକୁ ପ୍ଲାନ୍‌ କରାଯାଇଥିଲା। ମୁଣ୍ଡକୁ ଟାର୍ଗେଟ୍‌ କରିକି ରବର ବୁଲେଟ୍‌ ମରାଯାଇଥିଲା। କାହିଁକି ମୋତେ ଟାର୍ଗେଟ୍‌ ମାରିବାକୁ ଯୋଜନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା। ସମଗ୍ର ଓଡିଶାବାସୀଙ୍କ ଉପରେ ଛାଡୁଛି। ଅନେକ ଯୁବ ଛାତ୍ର, ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବବି ଭାଇଙ୍କ ଗୋଡ ଭାଙ୍ଗିଛି, ଡାନି ଭାଇଙ୍କ ବି ଗୋଡ ଭାଙ୍ଗିଛି। ମୁଁ ଆଜି ହସ୍ପିଟାଲ ବେଡ୍‌ରେ, ଜାଣିନି କ’ଣ କେତେବେଳେ ହେବ। ମଶାଣୀଙ୍କୁ ଯିବା ପର୍ଯ୍ୟନ୍ତ ମୁଁ କହିବି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଲନି, ସେ ଚାଲିଗଲା, କେତେ ସ୍ବପ୍ନ ସେ ଦେଖିଥିବ। କେତେ ଝିଅଙ୍କୁ ଏମିତି ମାରିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁଲତା।

ଅନ୍ୟପଟେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri