Posted inଖେଳ

ରାଗିକି ନିଆଁବାଣ ହେଲେ କୋହଲି

ପର୍ଥ,୩୧।୧୦: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ସେପଟେ ବିରାଟ କୋହଲିଙ୍କ ହୋଟେଲ ରୁମର ଏକ ଭିଡିଓ ଲିକ ହୋଇଛି। ଭିଡିଓ ଲିକ୍‌ ହେବା ପରେ କୋହଲି ରାଗିକି ନିଆଁବାଣ ହୋଇପଡିଛନ୍ତି।
ବିରାଟ କୋହଲିଙ୍କ ହୋଟେଲ ରୁମର ଏହି ଭିଡିଓ ଜଣେ ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ରଶଂସକଙ୍କ ଏହି କାର୍ଯ୍ୟ ଉପରେ ବିରାଟ କୋହଲି ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ବୁଝିପାରୁଛି ଯେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖି ବହୁତ ଖୁସି ହୁଅନ୍ତି। ତାଙ୍କୁ ଭେଟିବାକୁ ଉତ୍ସାହିତ ଏବଂ ମୁଁ ଏହାକୁ ସର୍ବଦା ସପୋର୍ଟ କରିଛି କିନ୍ତୁ ଏହି ଭିଡିଓ ଭୟଙ୍କର ଅଟେ। ଏହା ମୋର ଗୋପନୀୟତା ପଦାରେ ପକାଇଛି।
ବିରାଟ କୋହଲି ଆହୁରି ଲେଖିଛନ୍ତି, ଯଦି ମୁଁ ମୋର ହୋଟେଲ ରୁମରେ ଗୋପନୀୟତା ରକ୍ଷା କରିପାରିବି ନାହିଁ, ତେବେ ମୁଁ ଆଉ କେଉଁଠି ବ୍ୟକ୍ତିଗତ ସ୍ଥାନ ଆଶା କରିପାରିବି ? ଗୋପନୀୟତାର ଏପରି ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ମୁଁ ସହମତ ନୁହେଁ। ଦୟାକରି ଲୋକଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କୁ ମନୋରଞ୍ଜନର ବସ୍ତୁ ଭାବରେ ବ୍ୟବହାର କରନ୍ତୁ ନାହିଁ।
ଟିମ ଇଣ୍ଡିଆ ରବିବାର ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୨ରେ ତୃତୀୟ ମ୍ୟାଚ ଖେଳଥିଲା। ତେଣୁ ଏହି ଭିଡିଓ ପର୍ଥର ଏକ ହୋଟେଲ ବୋଲି ଜଣାପଡିଛି। ଟିମ ଇଣ୍ଡିଆ ପୂର୍ବରୁ ମେଲବୋର୍ନ ଏବଂ ସିଡନୀରେ ଏହାର ଦୁଇଟି ମ୍ୟାଚ ଖେଳିଥିଲା। ଏହି ଭାଇରାଲ ଭିଡିଓରେ ବିରାଟ କୋହଲିଙ୍କ ଟିମ ଜର୍ସି, ୱାଚ ଭଳି ବ୍ୟକ୍ତିଗତ ଜିନିଷ ଦୃଶ୍ୟମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ଗାନ୍ଧିଛକରେ ଉଡୁଛି ଛିଣ୍ଡା ତ୍ରିରଙ୍ଗା: ନୂଆ ଲଗାଇବାକୁ ଦାବି, ଦେଖନ୍ତୁ Video

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଝଡବତାସରେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି…

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri