Categories: ଖେଳ

ପ୍ଲେ-ଅଫ୍‌ରେ ମ୍ୟାଚ୍‌ ଟାଇ ହେଲେ ସୁପର ଓଭର ବିନା ବି ବାହାରିବ ଫଳାଫଳ

ମୁମ୍ବାଇ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୫ତମ ଆଇପିଏଲ। ଏହି ସିଜନର ପ୍ଲେ-ଅଫ୍‌ସ କିମ୍ବା ଫାଇନାଲ ମ୍ୟାଚ୍‌ ଟାଇ ହେଲେ ବିନା ସୁପର ଓଭରରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିବ। ସୁପର ଓଭର କିମ୍ବା ଲଗାତାର ସୁପର ଓଭର ସମ୍ପୂର୍ଣ୍ଣ ନ ହେଲେ ପଏଣ୍ଟ ଟେବୁଲକୁ ହିସାବକୁ ନେଇ ବିଜେତା ନିର୍ଣ୍ଣୟ ହେବ। ପ୍ରତିପକ୍ଷ ଦଳ ଠାରୁ ପଏଣ୍ଟ ଟେବୁଲରେ ଉପରେ ରହିଥିବା ଦଳକୁ ବିଜେତା ବିବେଚିତ କରାଯିବ। ନିୟମରେ ଏଭଳି ପରିବର୍ତ୍ତନ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

“ଧାର୍ଯ୍ୟ ସମୟ ମଧ୍ୟରେ ଯଦି ସୁପର ଓଭର କିମ୍ବା ବାରମ୍ବାର ସୁପର ଓଭର ପାଇଁ ପରିସ୍ଥିତି ଅନୁମତି ନ ଦିଏ, ତେବେ ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ପଏଣ୍ଟ ଟେବୁଲରେ ପ୍ରତିପକ୍ଷ ଦଳଠାରୁ ଉଚ୍ଚରେ ଥିବା ଦଳକୁ ବିଜେତା ଘୋଷିତ କରାଯିବ” ବୋଲି ନିୟମରେ ଉଲ୍ଲେଖ ରହିଛି।

 

Share