ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର ବାରିପଟ ମାଟିତଳୁ ଗୁରୁବାର ଭୋରରୁ ପ୍ରାୟ ୪ ଇଞ୍ଚ ଲମ୍ବା ବିଶିଷ୍ଟ ସୁନା ନିର୍ମିତ ମା ‘ କାଳୀଙ୍କ ମୂର୍ତ୍ତି ମିଳିଥିବା ଜଣାପଡିଛି । ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ବଜାପଲ୍ଲୀ ଏବଂ ଆଖପାଖ ଗାଁର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୁଧିଷ୍ଠିରଙ୍କ ଘର ସମ୍ମୁଖରେ ପହଞ୍ଚି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ବୁଧବାର ଯୁଧିଷ୍ଠିରଙ୍କ ଝିଅ ବି.କାମିନୀ ରେଡ୍ଡୀ ଗାଧୋଉଥିବା ବେଳେ ନିକଟରେ ଥିବା ମଇଳା ପାଣି କୁଣ୍ଡରେ ତାଙ୍କ ସୁନା ମଙ୍ଗଳସୂତ୍ରଟି ପଡିଯାଇଥିଲା। କାମିନୀ ଘରେ ପହଞ୍ଚି ବାପାଙ୍କୁ କହିବାରୁ ସେ ସେଠାରେ ପହଁଚି କୁଣ୍ଡ ନିକଟରୁ ମାଟି ଖୋଳି ମଙ୍ଗଳସୂତ୍ରକୁ ପାଇଥିଲେ । ପରିବାର ଲୋକେ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ରାତି ପ୍ରାୟ ୧ ଟାରେ ଝିଅ କାମିନୀଙ୍କୁ ମା ‘ କାଳୀ ସ୍ବପ୍ନରେ ଦେଖାଦେଇ ତୋର ସୁନା ମାଳି ତୁ ପାଇଗଲୁ । ମୁଁ ସେହି ମାଟି ତଳେ ପୋତି ହୋଇ ରହିଛି । ମୋତେ ସେଠାରୁ ଉଦ୍ଧାର କରି ପୂଜାର୍ଚ୍ଚନା ପାଇଁ ସ୍ଵପ୍ନାଦେଶ ହୋଇଥିଲା।

ପରେ ମା ‘ କାଳୀ ତାଙ୍କ ଦେହରେ ଆବିର୍ଭୁତ ହେବାରୁ ସେ ଅସ୍ବାଭାବିକ ଆଚରଣ ଦେଖାଇଥିଲେ । ପାଖରେ ଶୋଇଥିବା ବାପା ଯୁଧିଷ୍ଠିରଙ୍କ ବେକରେ କାମିନୀ ଗୋଡ଼ ପକାଇ ଚୁଟିକୁ ମୁକୁଳା କରି ଝୁଲିଥିଲେ । ପରିବାରର ଅନ୍ୟମାନେ ନିଦରୁ ଉଠି କାମିନୀଙ୍କ ଭୟଙ୍କର ରୂପ ଓ ଆଚରଣକୁ ଦେଖି ଭୟଭୀତ ହୋଇଥିଲେ । ପରେ କାମିନୀ ଘର ଭିତରେ ଉଦଣ୍ଡ ନୃତ୍ୟ କରି ସ୍ୱପ୍ନାଦେଶରେ ଦେଖିଥିବା ସବୁ କଥା ବଖାଣିଥିଲେ।

ଯୁଧିଷ୍ଠିର ଓ ତାଙ୍କ ସ୍ତ୍ରୀ ସୁଲଭ ସାହି ପଡୋଶୀଙ୍କୁ ଉଠାଇ ସବୁ କଥା ଜଣାଇଥିଲେ । ଭୋର ହେବା ପରେ ଯୁଧିଷ୍ଠିର ଓ ପରିବାର ଲୋକେ ଘର ବାରିପଟକୁ ଯାଇ ନିର୍ଦ୍ଧାରିତ ସ୍ଥାନରେ ମାଟି ଖୋଳିବା ପରେ ମା ‘ କାଳୀଙ୍କ ମୂର୍ତ୍ତି ମିଳିଥିଲା। ଉକ୍ତ ମା’ କାଳୀଙ୍କ ମୂର୍ତ୍ତିକୁ ଚୁଆ, ଚନ୍ଦନ, ଅଗୁର, କୁଙ୍କୁମ, ହଳଦୀ ପାଣିରେ ଗାଧୋଇ ଫୁଲ ଚନ୍ଦନ ଧୂପ ଦୀପନୈବେଦ୍ୟ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଜ୍ଞ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା; ସିଜେପି (CJP)କହିଲା, ’ଆମେ ସେମାନଙ୍କଠାରୁ ଏଭଳି ନାଟକର…’

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘୧୦୮-କୁଣ୍ଡୀୟ ଯଜ୍ଞ’ରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?