ହସ୍ପିଟାଲରେ ପଶିଲା ଆଇଡିଏଫ୍‌

ଗାଜା ସିଟି/ଜେରୁଜେଲମ୍‌,୧୬ା୧୧ : ଉତ୍ତର ଗାଜାକୁ ଇସ୍ରାଏଲ ନିଜ ସୈନ୍ୟ ଓ ଟ୍ୟାଙ୍କ୍‌ ପ୍ରେରଣର ଅଢ଼େଇ ସପ୍ତାହ ପରେ ବୁଧବାର ଇସ୍ରାଏଲୀ ବଳ ଅଲ୍‌ ଶିଫା ହସ୍ପିଟାଲରେ ପ୍ରବେଶ କରିଛି। ଇସ୍ରାଏଲ ସୈନ୍ୟମାନେ ସେଠାରେ ଆଶ୍ରୟ ନେଇଥିବା ବହୁ ଲୋକଙ୍କୁ ବାହାର କରିଛନ୍ତି। ହସ୍ପିଟାଲ ପରିସରରେ ହମାସ୍‌ ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ଠାବ ହୋଇଥିବା ଇସ୍ରାଏଲ ସୈନ୍ୟ ସୂଚନା ଦେଇଛନ୍ତି।

ଗାଜା ଷ୍ଟ୍ରିପ୍‌ର ଏହି ସର୍ବବୃହତ୍‌ ହସ୍ପିଟାଲରେ ଇସ୍ରାଏଲର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ‘ଡାକ୍ତରଖାନା ଯୁଦ୍ଧଭୂଇଁ ନୁହେଁ’ ବୋଲି ଅସନ୍ତୋଷ ବ୍ୟକ୍ତ କରିଛି। ଅକ୍ଟୋବର ୭ରେ ସଂଘର୍ଷ ଆରମ୍ଭ ପରଠୁ ହମାସ୍‌ ଆତଙ୍କବାଦୀମାନେ ୧୨୦୦ ଇସ୍ରାଏଲୀଙ୍କୁ ହତ୍ୟା କରିଥିବାବେଳେ ୨୪୦ ଜଣଙ୍କୁ ପଣବନ୍ଦୀ ରଖିଥିଲେ। ହମାସ୍‌ର ମୂଳୋତ୍ପାଟନ ପାଇଁ ପଣ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନିର୍ଦ୍ଦେଶକ୍ରମେ ସାମରିକ ବଳ ଗାଜାକୁ ଏକପ୍ରକାର ଦଖଲ କରିସାରିଲେଣି। ଯୁଦ୍ଧର ଘନଘଟା ଭିତରେ ଗାଜା ସିଟିର ଅଲ୍‌ ଶିଫା ହସ୍ପିଟାଲ ପାଲେଷ୍ଟିନୀୟ ନାଗରିକଙ୍କ ଦୁର୍ଦ୍ଦଶାର କାହାଣୀ ବୟାନ କରୁଛି।

ଏହି ହସ୍ପିଟାଲ ତଳେ ଥିବା ଅଣ୍ଡରଗ୍ରାଉଣ୍ଡ୍‌କୁ ହମାସ୍‌ ନିଜ କମାଣ୍ଡ୍‌ ସେଣ୍ଟର ରୂପେ ବ୍ୟବହାର କରୁଥିବା ଦର୍ଶାଇ ଇସ୍ରାଏଲ ଏହାକୁ ଦଖଲ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ଉଭୟ ହମାସ୍‌ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଜାରେ ହସ୍ପିଟାଲ ନିର୍ଦ୍ଦେଶକ ମୋହମେଦ୍‌ ଜାକୋଉଟ୍‌ କହିଛନ୍ତି, ଇସ୍ରାଏଲୀ ଟ୍ୟାଙ୍କ୍‌ଗୁଡ଼ିକ ମେଡିକାଲ ପରିସରକୁ ପ୍ରବେଶ କରିଛି। ସୈନ୍ୟମାନେ ହସ୍ପିଟାଲର ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ) ଥିବା ଜରୁରିକାଳୀନ ସେବା ଓ ଅସ୍ତ୍ରୋପଚାର ବିଭାଗ ବିଲ୍ଡିଂରେ ପଶିଛନ୍ତି। ହସ୍ପିଟାଲରୁ ଅନେକ ହଜାର ଲୋକ ପଳାୟନ କରିଥିବାବେଳେ ଶିଶୁଙ୍କ ସମେତ ଶତାଧିକ ଲୋକ ଏବେ ମଧ୍ୟ ଯୁଦ୍ଧ ଯୋଗୁ ଫସିରହିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଇସ୍ରାଏଲ-ହମାସ୍‌ ଯୁଦ୍ଧ ଉପରେ ପଞ୍ଚମ ସଂକଳ୍ପନାମା ଗୃହୀତ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକର ସଙ୍ଗଠନ (ଆସିଆନ୍‌) ପ୍ରତିରକ୍ଷା ମୁଖ୍ୟମାନେ ଗାଜାରେ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଛନ୍ତି। ଓ୍ବାଶିଂଟନ୍‌ରେ ଇସ୍ରାଏଲ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗାଜାବାସୀ ଆସିସିଙ୍କ ଦ୍ୱାରସ୍ଥ

ଗାଜାର ଯୁଦ୍ଧ ପ୍ରଭାବିତଙ୍କ ଓକିଲମାନେ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)ରେ ପିଟିଶନ ଦାଖଲ କରିଛନ୍ତି। ପାଲେଷ୍ଟିନୀୟଙ୍କ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ସେମାନେ ଗଣହତ୍ୟା ରୂପେ ଅଭିହିତ କରିଛନ୍ତି। ଆଇସିସି ଏହାର ଉପଯୁକ୍ତ ବିଚାର କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri