କେସିଙ୍ଗା,୨୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୈଲିକ ହଳଦିଆ ସାହୁ ସମାଜର ମୁହୁନି ବଂଶର ଏକତା ପାଇଁ ଏକ ସାଧାରଣ ବୈଠକ ଓ ମୁହୁନି ବଂଶର ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ରମ ସଭାପତି ମନୋହର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତୈଲିକ ହଳଦିଆ ସାହୁ ସମାଜର ଜିଲାର ବିଭିନ୍ନ ଗ୍ରାମରୁ କେବଳ ମୁହୁନି ବଂଶ ଲୋକେ ଅଂଶଗ୍ରହଣ କରିଥିଲେ। ଜିଲାରେ ମୁହୁନି ବଂଶ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇ ଜନଗଣନା କରି ଲିପିବଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଆଗାମୀ ଦିନରେ ମୁହୁନି ବଂଶର ସମସ୍ତ ସଦସ୍ୟଙ୍କୁ ଏକତ୍ରିତ କରି କାର୍ଯ୍ୟକାରୀ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ଏହି ବଂଶର ସଂଗଠନକୁ ମଜଭୁତ କରିବାକୁ ନିଜସ୍ବ ପାଣ୍ଠି ସଂଗ୍ରହ କରିବା ସହିତ ଆଗାମୀ ଦିନରେ ଏହି ବଂଶର ସମସ୍ତ ପରିବାରକୁ ନେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ କରିବା ସହ ଗରିବ ଶ୍ରେଣୀର ପୁଅ ଝିଅଙ୍କୁ ବିବାହ କାର୍ଯ୍ୟକ୍ରମରେ ସହଯୋଗ କରିବା ସାମିଲ ଥିଲା। ବର୍ଷକ ମଧ୍ୟରେ ନୂଆଖାଇ ଭେଟଘାଟ,ବଣଭୋଜି, କରିବା ସହିତ ଆଗାମୀ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପ୍ରତ୍ୟେକ ଗ୍ରାମର ମୁହୁନି ବଂଶର ସଦସ୍ୟଙ୍କୁ ନେଇ ଏକ ବଡ଼ ଧରଣର ବୈଠକ କରିବାକୁ ନେଇ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ଗ୍ରାମରୁ ଏହି ବଂଶ ସଦସ୍ୟଙ୍କୁ ନେଇ ଦାୟିତ୍ୱ ପ୍ରଦାନ କରିବା ସହିତ ନାମ ଗ୍ରାମ ମୋବାଇଲ ନମ୍ବର ସଂଗ୍ରହ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶିବ ସାହୁ୍ଙ୍କ ଆହ୍ବାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।