ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୨୯।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଆଇ.ଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସକାଳୁ ଡିଆର୍‌ଜି ଯବାନମାନେ ଅପରେଶନ ପାଇଁ ଜେଭଲାପଦର ରାସ୍ତାରେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ମାଓବାଦୀ ଟାର୍ଗେଟ୍‌ କରିଥିଲେ। ପୂର୍ବରୁ ମାଓବାଦୀମାନେ ଉକ୍ତ ରାସ୍ତାରେ ଏକ ଆଇଡି ଖଞ୍ଜିଥିଲେ। ତେବେ ଯେତେବେଳେ ସେହି ଅଞ୍ଚଳରେ ଯବାନମାନେ ଶର୍ଚ୍ଚ ଅପରେଶନ ପାଇଁ ବାହାରି ଥିଲେ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ସରାୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଜଣଙ୍କ ଅବସ୍ଥା ସ୍ବଭାବିକ ଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛିିି । ଉକ୍ତ ଅଞ୍ଚଳରେ ଅପରେଶନ ଜାରି ରହିଛି।