Posted inଜାତୀୟ

ଆଇସିଏସ୍‌ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୭।୭: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା। ଛାତ୍ରୀଙ୍କ ପାସ ହାର ୯୯.୯୮ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷା ଦେଇଥିଲେ ମୋଟ ୨ ଲକ୍ଷ ୩୧ ହଜାର ୬୩ ଛାତ୍ରୀଛାତ୍ର। ନିଜ ଫଳାଫଳ ଜାଣିବା ପାଇଁ ଅପେକ୍ଷାରତ ଛାତ୍ରୀଛାତ୍ରମାନେ ଓ୍ବେବ୍‌ସାଇଟ୍‌ www.cisce.orgରେ ଆବଶ୍ୟକ ତଥ୍ୟ ଦେଇ ନିଜ ରେଜଲ୍ଟ ଜାଣିପାରିବେ। ଏଥିସହ ୦୯୨୪୮୦୮୨୮୮୩ ନମ୍ବରକୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ରେଜଲ୍ଟ ପାଇପାରିବେ।
ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଓ ଏପ୍ରିଲ-ମେରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ (ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ଦୁଇଟି ଯାକ ସେମିଷ୍ଟର ଦେଇଥିବା ଜୁରୁରୀ। ଯଦି କୌଣସି ଛାତ୍ରୀଛାତ୍ର ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିବେ ତେବେ ସେମାନଙ୍କର ରେଜଲ୍ଟ ବାହାରି ପାରିବ ନାହିଁ ବୋଲି ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି।

ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ର ଆପଣାନ୍ତୁ ଏହି ଉପାୟ
– ଦଶମ ଶ୍ରେଣୀ ଫଳାଫଳ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ www.cisce.org କୁ ଯାଆନ୍ତୁ।
-ଏହା ପରେ, ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ଫଳାଫଳ ଲିଙ୍କରେ କ୍ଲିକ କରନ୍ତୁ।
-ବର୍ତ୍ତମାନ ଛାତ୍ରୀଛାତ୍ର ଲଗଇନ ୱିଣ୍ଡୋରେ, ନିଜର ଆଇଡି, ଇଣ୍ଡେକ୍ସ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରବେଶ କରନ୍ତୁ।
– ଏବେ ଛାତ୍ରୀଛାତ୍ରଙ୍କ ଫଳାଫଳ ପରଦାରେ ଦେଖାଯିବ।
-ଏହା ପରେ ଛାତ୍ରୀଛାତ୍ରମାନେ ଫଳାଫଳ ଡାଉନଲୋଡ କରିପାରିବେ।
-ଶେଷରେ ଛାତ୍ରୀଛାତ୍ରମାନେ ଫଳାଫଳରୁ ଏକ ପ୍ରିଣ୍ଟ୍‌ଆଉଟ୍‌ ବାହାରକରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri