Posted inଜାତୀୟ

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ ମଧ୍ୟରୁ ସହରବାସୀଙ୍କ ହୃଦୟର ନିକଟତର ଥିବା ‘ହଳଦିଆ ଟ୍ୟାକ୍ସି’ ଇତିହାସ ପାଲଟିବାକୁ ଯାଉଛି। କହିବାର ତାତ୍ପର୍ଯ୍ୟ ଖୁବ୍‌ଶୀଘ୍ର କୋଲକାତାର ରାସ୍ତାରେ ଆଉ ଏହି ଟ୍ୟାକ୍ସି ନଜର ଆସିବ ନାହିଁ। ଚଳିତ ବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ସରକାର କୋଲକାତାର ଐତିହାସିକ ଟ୍ରାମ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୭୩ରେ କୋଲକାତାରେ ଏହି ଟ୍ରାମ୍‌ର ଆରମ୍ଭ ହୋଇଥିଲା। ଏହାର ଲୋକଙ୍କ ସହ ୧୫୦ ବର୍ଷର ସମ୍ପର୍କ ରହିଛି।
କୋଲକାତାବାସୀଙ୍କ ଜୀବନରେ ‘ହଳଦିଆ ଟ୍ୟାକ୍ସିର ସ୍ଥାନ ସ୍ବତନ୍ତ୍ର। ପରିବାର ନଚେତ ବନ୍ଧୁଙ୍କ ସହ ଯାତ୍ରା ହେଉ, ଏହି ଟ୍ୟାକ୍ସି ସହ ସ୍ମୃତି ଅନେକେ। ହେଲେ ଏବେ ରାସ୍ତାରୁ ଗାଡ଼ି କମ୍‌ ହୋଇଯିବ। ଏଣୁ ଲୋକେ ତାକୁ ଝୁରି ହେବା ସ୍ବାଭାବିକ।
ମାର୍ଚ୍ଚ, ୨୦୨୫ ମଧ୍ୟରେ ପ୍ରାୟ ୮୦% ହଳଦିଆ ଟ୍ୟାକ୍ସି କୋଲକାତା ରାସ୍ତାରୁ ହଟାଯିବ। ଏହା ପଛର କାରଣଟି ହେଲା ଗାଡ଼ିଗୁଡ଼ିକ ୧୫ ବର୍ଷର ସର୍ଭିସ ପିରିଏଡ୍‌ ପୂରଣ କରିଛି। ଏଥିଲାଗି ରାଜ୍ୟର ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ଟ୍ୟାକ୍ସି ଗୁଡ଼ିକର ପ୍ରଡକ୍ସନ ବନ୍ଦ  ହୋଇଥିବାରୁ ୨୦୨୭ ମଧ୍ୟରେ ଏସବୁ ଆମ୍ବାସାଡାର ଟ୍ୟାକ୍ସି ସହରରୁ ଗାଏବ ହୋଇଯିବ ବୋଲି କୁହାଯାଉଛି।
କହିରଖୁଛୁ, ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହାନଗୁଡ଼ିକୁ ରାସ୍ତାରୁ ହଟାଇବାକୁ ୨୦୦୯ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ୭୦୦୦ରୁ ଅଧିକ ହଳଦିଆ ଟ୍ୟାକ୍ସି କୋଲକାତା ରାସ୍ତାରେ ନଜର ଆସିବ ନାହିଁ।
କିଏ ନିର୍ମାଣ କରିଥିଲା ହଳଦିଆ ଟ୍ୟାକ୍ସି:
୧୯୫୮ରେ ହିନ୍ଦୁସ୍ତାନ ମୋଟର୍ସ କୋଲକାତାରୁ ପ୍ରାୟ ୨୦ କିମି ଦୂରରେ ଥିବା ନିଜର କାରଖାନାରେ ଏହି ଆମ୍ବାସାଡାର ନିର୍ମାଣ କରିଥିଲା। ଏହ କାର ୧୯୫୬ର ମୋରିସ ଅକ୍ସଫୋଡ ସିରିଜ ୩ ଉପରେ ଆଧାରିତ ଥିଲା। ନିଜର ଲୁକ୍‌କୁ ନେଇ ଏହା ଭାରତର ଲୋକପ୍ରିୟ କାର୍‌ରୁ ଗୋଟିଏ  ପାଲଟିଥିଲା। ଏହା କେବଳ ଗୋଟିଏ ଷ୍ଟାଟସ୍‌ ସିମ୍ବଲ ନ ଥିଲା, ବରଂ ସରକାରୀ ଅଫିସରଙ୍କ ପ୍ରଥମ ପସନ୍ଦ ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri