ସ୍କୁଲରୁ ଉଠାଇ ନେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ବିଞ୍ଝାରପୁର,୬।୮(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ପ୍ରୀତିପୁର ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ସ୍କୁଲ୍‌ରୁ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାପରେ ଏସ୍‌ପି ରାହୁଲ୍‌ ପିଆର୍‌ ଥାନାରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଥାନା ଅଧୀନ ପ୍ରୀତିପୁର ପଞ୍ଚାୟତ ନୂଆଗାଁ ଗ୍ରାମର ପ୍ରକାଶ ମଳିକ(୨୮)।
ଅଭିଯୋଗ ମୁତାବକ, ଛାତ୍ରୀ ଜଣକ ମଧ୍ୟାହ୍ନଭୋଜନ ଖାଇସାରିବା ପରେ ବିଦ୍ୟାଳୟରେ ଥିଲେ। ଏହି ସମୟରେ ଅଭିଯୁକ୍ତ ବିଦ୍ୟାଳୟରେ ପହଞ୍ଚତ୍ ଛାତ୍ରୀଙ୍କୁ ନିଜ ସାଇକେଲରେ ବସାଇ ପ୍ରୀତିପୁର ବଜାର ଆଡ଼କୁ ନେଇଥିଲେ। ଅନ୍ୟପଟେ ସ୍କୁଲ୍‌ ଛୁଟି ହେଲାପରେ ସବୁପିଲା ଘରକୁ ଯାଇଥିଲା ବେଳେ ଛାତ୍ରୀ ଫେରି ନ ଥିଲେ। ପରିବାର ଲୋକ ଛାତ୍ରୀଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସ୍ଥାନରେ ପାଇ ନ ଥିଲେ। ଛାତ୍ରୀଙ୍କୁ ପ୍ରକାଶ ସାଇକଲରେ ବସାଇ ପ୍ରୀତିପୁର ଆଡ଼କୁ ନେଇଥିବା ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହାଶୁଣି ପରିବାର ଲୋକ ପ୍ରୀତିପୁର ଆଡ଼କୁ ଦୌଡ଼ି ଯାଇଥିଲେ। ରାସ୍ତାର ଏକସ୍ଥାନରେ ପ୍ରକାଶ ସହିତ ଛାତ୍ରୀଙ୍କୁ ପରିବାର ଲୋକ ପାଇଥିଲେ। ଛାତ୍ରୀଙ୍କୁ ପ୍ରକାଶ ବଳାତ୍କାର କରିଥିବା ଛାତ୍ରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଅଭିଯୁକ୍ତ ପ୍ରକାଶଙ୍କୁ ଧରି ଅଳକୁଣ୍ଡ ଫାଣ୍ଡି ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ଅଭିଯୁକ୍ତ ଓ ଛାତ୍ରୀଙ୍କୁ ବିଞ୍ଝାରପୁର ଥାନାକୁ ନେଇଥିଲେ। ପୀଡ଼ିତା ଛାତ୍ରୀଙ୍କ ମା’ ଥାନାରେ ଅଭିଯୋଗ କଲାପରେ ଆଇଆଇସି ରଞ୍ଜିତ ମହାନ୍ତି ନଂ.୪୬୯/୨୨ରେ ଏକ ମାମଲା ରୁଜୁ କରିଛନ୍ତି। ଶନିବାର ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ: ଅଧ୍ୟାପକ,କର୍ମଚାରୀ ଦରମା ପାଇ ନ ଥିବା ଅଭିଯୋଗ

ତେଲକୋଇ, ୨୭।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ଥିବା ସିରିଗିଡା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଗତ ଜୁଲାଇ ମାସରୁ ଦରମା...

ଭଟଲି ବ୍ଲକ୍‌ର ୫ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷାଦେଲେ ୮୩୮ ଛାତ୍ରୀଛାତ୍ର

ଭଟଲି,୧୯ା୨(ଡି.ଏନ୍‌.ଏ.): ରାଜ୍ୟରେ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲା ଭଟଲି ବ୍ଲକ୍‌ର ୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ...

ମଶାଧୂପରୁ ଅଗ୍ନିକାଣ୍ଡ: ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ମାର୍ଶାଘାଇ, ୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ପରକୂଳା ପଞ୍ଚାୟତ ଆଙ୍କୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ...

ହେଲମେଟ୍‌ ପିନ୍ଧିବା ନେଇ ସହରବାସୀଙ୍କୁ ସଚେତନ କଲା ଟାଉନ ପୋଲିସ

କୋରାପୁଟ,୧୦ା୧୨(ସ୍ବ.ପ୍ର.): ପୂର୍ବରୁ ବାଇକ ଚଳାଇବା ବେଳେ କେବଳ ଗାଡ଼ିଚାଳକ ହେଲମେଟ୍‌ ପିନ୍ଧିବା ନିୟମ ଥିବାବେଳେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାଇକଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ...

୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି...

୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ...

ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ...

ଅଘୋଷିତ ବିଦ୍ୟୁତକାଟ: ପ୍ରତିବାଦରେ ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବୁଷ୍ଟେଶନ ଅଧୀନରେ ଥିବା ଧଉରାପାଲି, ଜଏରାଟ, ସଞ୍ଜାମୁରା, ହିମିତିରା, ଆମ୍ବପାଳ, ଅଙ୍ଗପଡ଼ା, ଉରୁକୁଳା, ଧଉରପାଳ ଆଦି...

Advertisement
Archives

Model This Week