ଫାସ୍‌ଟାଗ୍‌ରେ ଆଇସିଆଇସିଆଇ, ଫୋନ୍‌ପେ ଚୁକ୍ତି

ନୂଆଦିଲ୍ଲୀ,୧୧।୪:  ଫୋନ୍‌ପେ ଆପ୍‌ରେ ୟୁପିଆଇକୁ ବ୍ୟବହାର ଦ୍ୱାରା ଫାସ୍‌ଟାଗ୍‌ ଜାରି କରାଯିବ। ଏ ନେଇ ଫୋନ୍‌ପେ ଏବଂ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଭଳି ପଦକ୍ଷେପ ଦ୍ୱାରା ଫୋନ୍‌ପେରେ ଥିବା ୨୮୦ ନିୟୁତ ଗ୍ରାହକ ଅତି ସହଜରେ ଫାସ୍‌ଟାଗ୍‌ ପାଇବାକୁ ସକ୍ଷମ ହେବେ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଫାସ୍‌ଟାଗ୍‌ କିଣିବାର ସୁବିଧା ମିଳିବ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟୋର କିମ୍ବା ଟୋଲ୍‌ ପ୍ଲାଜାକୁ ଦୌଡ଼ିବାକୁ ପଡିବ ନାହିଁ। ଫାସ୍‌ଟାଗ୍‌ର ଡିଜିଟାଲ ଗ୍ରହଣୀୟତା ବଢ଼ାଇବା ଲାଗି ଫୋନ୍‌ପେ ଏବଂ ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରି ଅତ୍ୟନ୍ତ ଖୁସି ବୋଲି ଆଇସିଆଇସିଆଇର ଅନ୍‌ସିକ୍ୟୁରଡ ଆସେଟ୍‌ସ ମୁଖ୍ୟ ସୁଦୀପ୍ତ ରାୟ କହିଛନ୍ତି। ଏହାଦ୍ୱାରା ଫୋନ୍‌ପେର ନିୟୁତାଧିକ ୟୁଜର ଫାସ୍‌ଟାଗ୍‌ ଲାଗି ଆବେଦନ କରିପାରିବେ। ଯେଉଁମାନେ ୟୁପିଆଇର ଗ୍ରାହକ ନୁହନ୍ତି ସେମାନେ ଏହାକୁ ମଧ୍ୟ ବରାଦ କରିପାରିବେ। ପରବର୍ତ୍ତୀ ସମୟରେ ୟୁପିଆଇ ମାଧ୍ୟମରେ ଏହାକୁ ରିଚାର୍ଜ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri