ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ ସେମାନେ ନିଶ୍ଚୟ ଛବି ହେଉ ବା ୟୁଟ୍ୟୁବ ମାଧ୍ୟମରେ ସନ୍ଦର୍ଶନ କରିଥିବେ। ଏବେ ଓଟ ଚାଲୁଥିବା ରାସ୍ତା ଓ ତା’ ଉପରେ ବରଫ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଲାଣି। ନିକଟରେ ସାଉଦି ଆରବର ତାବୁକ, ଅଲ୍‌-ଜାଓ୍ବଫ୍‌ ସମେତ କିଛି ଅଞ୍ଚଳରେ ହୋଇଥିବା ହିମପାତ ମରୁଭୂମିଯୁକ୍ତ ପର୍ବତମାଳାକୁ ବରଫଯୁକ୍ତ ଦୃଶ୍ୟରେ ପରିଣତ କରିଦେଇଛି। ଏଭଳି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଫଳରେ ବାଲି ଉପରେ ବରଫ ପାହାଡ଼ ଦେଖାଦେଇଥିଲା। ୩୦ ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ହାଲୁକା ବରଫ ପଡ଼ିଥିବା ବେଳେ ଏବର ହିମପାତ ଆକାର ଚିନ୍ତା ସୃଷ୍ଟି କରିଛି। ଉଲ୍ଲେଖ କରାଯାଇପାରେ ଯେ, ସାଉଦି ଆରବ ଉଷ୍ମ ଜଳବାୟୁ ପାଇଁ ଜଣାଶୁଣା। ବାର୍ଷିକ ହାରାହାରି ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ରହୁଥିବା ବେଳେ ଶୀତ ଦିନରେ କେତେକ ଅଞ୍ଚଳରେ ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଯାଏ। ପ୍ରାୟ ଗ୍ରୀଷ୍ମ ଋତୁ ୫୦ ଡିଗ୍ରୀ ତାପମାତ୍ରାରେ କଟେ। ଏବର ସ୍ଥିତିରେ ସେଠାରେ ଶୀତଳ ତରଙ୍ଗ ବିଭିନ୍ନ ଅଞ୍ଚଳରେ ବରଫପାତ କରାଇବା ସହ ବ୍ୟାପକ ବର୍ଷା ଆଣିଦେଇଛି। ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବରଫଯୁକ୍ତ ମରୁଭୂମି ଦୃଶ୍ୟର ଭିଡିଓଗୁଡ଼ିକ ଭାଇରାଲ ହେବା ଅନେକଙ୍କୁ କ୍ଷଣିକ ଆନନ୍ଦ ଦେଇପାରେ। କିନ୍ତୁ ତାହା ଏକ ସୁନ୍ଦର ଦୃଶ୍ୟ ନୁହେଁ, ବରଂ ଏହା ଖରାପ ସଙ୍କେତ ଦେଉଛି। ଏଭଳି ବ୍ୟତିକ୍ରମ ଜଳବାୟୁ ପରିବର୍ତ୍ତନ କେତେ ମାତ୍ରାରେ ହୋଇଗଲାଣି, ତାହାକୁ ସୂଚାଉଛି।
ଉତ୍ତର ସାଉଦି ଆରବ ଉପର ଦେଇ ଏକ ଶୀତଳ ବାୟୁ ପ୍ରବାହ ଯୋଗୁ ପ୍ରବଳ ବର୍ଷା, ପବନ ସହ ତାପମାତ୍ରା ଯଥେଷ୍ଟ କମିଯିବା ହିମପାତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଇଛନ୍ତି। ମରୁଭୂମିରେ ହିମପାତ ପୃଥିବୀର ଜଳବାୟୁ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଘଟୁଛି ବୋଲି ଦର୍ଶାଇଥିବାରୁ ଏହା ସ୍ପଷ୍ଟ କୁହାଯାଇପାରେ ଯେ, ପ୍ରାଣୀଜଗତ ପାଇଁ ବିପଦ ବେଶି ଦୂରରେ ନାହିଁ। ଜଳବାୟୁ ବିଜ୍ଞାନୀମାନେ ଏହି ଘଟଣାକୁ ‘ସମ୍ପୂର୍ଣ୍ଣ ବିପରୀତ’ ବୋଲି ବର୍ଣ୍ଣନା କରିଛନ୍ତି । ଏହାକୁ ସାଉଦି ଆରବ ଇତିହାସରେ ସର୍ବାଧିକ ଚରମ ଜଳବାୟୁ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ଡିସେମ୍ବର ଶେଷ ସପ୍ତାହରେ ମରୁ ଅଞ୍ଚଳରେ ବରଫ ପଡ଼ିଥିବା ବେଳେ ଆଇସ୍‌ଲାଣ୍ଡ ଭଳି ପ୍ରବଳ ଥଣ୍ଡା ଭୂଖଣ୍ଡରେ ସର୍ବାଧିକ ତାପମାତ୍ରା ପାଖାପାଖି ୨୦ ଡିଗ୍ରୀରେ ପହଞ୍ଚତ୍ଛି। ଏଠାରେ କୁହାଯାଇପାରେ ଯେ, ପୃଥିବୀର ପ୍ରତ୍ୟେକ ଅଞ୍ଚଳ ସମାନ ସ୍ଥିତି ଅନୁଭବ କରୁନାହିଁ। ସାଉଦି ଆରବରେ ଏହି ବିରଳ ହିମପାତ ବିଶ୍ୱବ୍ୟାପୀ ପାଣିପାଗ ଅସ୍ଥିରତାର ତାଲିକାରେ ସଦ୍ୟ ଯୋଡ଼ି ହୋଇଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରେ ଅପ୍ରତ୍ୟାଶିତ ବର୍ଷା, ଦକ୍ଷିଣ ଏସିଆରେ ତୀବ୍ର ଉଷ୍ମ ବାୟୁ, ଶୁଷ୍କ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଆକସ୍ମିକ ବନ୍ୟା, ଉତ୍ତର ଆଫ୍ରିକାର କିଛି ଅଂଶରେ ହିମପାତ, ଉତ୍ତର ଆମେରିକା ଓ ୟୁରୋପରେ ଅତ୍ୟଧିକ ଶୁଷ୍କ-ଉଷ୍ମ ବାୟୁ ପ୍ରବାହ ବିଶ୍ୱବ୍ୟାପୀ ପାଣିପାଗର ଅସନ୍ତୁଳନ ସ୍ଥିତିକୁ ଦର୍ଶାଉଛି।
ଅନ୍ୟ ଦେଶ ବିଷୟରେ ଆଲୋଚନା ହେଉଥିବା ବେଳେ ଭାରତରେ ସ୍ଥିତି କିଭଳି ହେଲାଣି ସମସ୍ତେ ପ୍ରାୟ ଅନୁଭବ କଲେଣି। ଏଠାରେ ଆମେ ତାପଦାହ, ଅତ୍ୟଧିକ ବର୍ଷା ଏବଂ ଅପ୍ରତ୍ୟାଶିତ ଅଞ୍ଚଳରେ ଅଚାନକ ପ୍ରବଳ ଥଣ୍ଡା ଅନୁଭବ କରୁଛେ। ଏସବୁ ପଛରେ ମନୁଷ୍ୟକୃତ କାର୍ଯ୍ୟକଳାପ ଦାୟୀ ବୋଲି ଢେର ଆଲୋଚନା ହେଲାଣି। ସେଥିପାଇଁ ଅତ୍ୟଧିକ ଚାରାରୋପଣର ଆବଶ୍ୟକତା ବିଷୟରେ ଉଲ୍ଲେଖ କରାଯାଉଛି। କିନ୍ତୁ ଯେଉଁଭଳି ହାରରେ ଜଳବାୟୁ ପରିବର୍ତ୍ତନ ଘଟୁଛି, ତାହା ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଲକ୍ଷ୍ୟ କରାଗଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତରେ ବିତର୍କ ସୃଷ୍ଟି କରିଥିବା ‘ଆରାବଳି’ ପ୍ରସଙ୍ଗ ସମସ୍ତଙ୍କ ଆଖି ଖୋଲିଦେବା କଥା। ନୂଆ ପରିଭାଷା ସୃଷ୍ଟି କରାଯାଇ ତାହାର ବିଭିନ୍ନ ଅଂଶକୁ ଯଦି ନଷ୍ଟ କରି ଦିଆଯାଏ, ତାହା ହେଲେ ଆଗକୁ ସୃଷ୍ଟି ହେବାକୁ ଥିବା ବିପଦ ପାଇଁ ପ୍ରକୃତିକୁ ଦାୟୀ କରାଯାଇପାରିବ ନାହିଁ। ଏବେ ଚାରାରୋପଣ କଲେ ତାହା ପୁଣି ଦ୍ରୁମରେ ପରିଣତ ହେବାକୁ ଢେର ବର୍ଷ ଲାଗିଯିବ। ସେହି କଥା ନ ଭାବି ଅବିଚାରିତ ଭାବେ ଗଛ କାଟି ଦିଆଗଲେ ପରିଣତି ଭୟାବହ ହେବା ସୁନିଶ୍ଚିତ। ଏହି ସମୟରେ ଭାରତୀୟଙ୍କ ସମେତ ସମଗ୍ର ବିଶ୍ୱ ସାଉଦି ଜଳବାୟୁ ପରିବର୍ତ୍ତନରୁ ଶିକ୍ଷା ନେଇ ଅସ୍ବାଭାବିକ ସ୍ଥିତିର ମୁକାବିଲା ପାଇଁ ସଘନ ପ୍ରୟାସ କରିବାର ସମୟ ଉପନୀତ। ଏଥିରେ ଅବହେଳା କଲେ ପୃଥିବୀର କେତେକ ଅଞ୍ଚଳର ଜଳବାୟୁ ସହ ଖାପ ଖାଇ ବଞ୍ଚୁଥିବା ଜୀବ ଓ ଉଦ୍ଭିଦ ଲୋପ ପାଇଯିବେ, ଯାହା ଅନେକ ସ୍ଥାନରେ ଆରମ୍ଭ ହୋଇଗଲାଣି। ଏମିତିବି ହୋଇପାରେ ଓଟ ଉପରେ ବରଫର ଦୃଶ୍ୟକୁ ଉପଭୋଗ କରୁଥିବା ଆଜିର ଲୋକେ ଆଗାମୀ ସମୟରେ ଏହି ପ୍ରାଣୀର ଛବି ସେମାନଙ୍କ ପରପିଢ଼ିକୁ ଦେଖାଇବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri