ଆଇସ୍‌କ୍ରିମପ୍ରିୟ ତମନ୍ନା

ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ସେ ତ ପଛାଇ ନ ଥାନ୍ତି। ହେଲେ ଗୋଟିଏ ଜିନିଷ ଦେଖିଲେ ତାଙ୍କ ପାଟିରୁ ଲାଳ ଗଡ଼େ। ତାକୁ ନ ଖାଇବା ପର୍ଯ୍ୟନ୍ତ ତାଙ୍କ ମନକୁ ଶାନ୍ତି ଆସି ନ ଥାଏ। ତାହା କ’ଣ ଜାଣନ୍ତି ? ଆଇସକ୍ରିମ୍‌। ଆଇସକ୍ରିମ୍‌ ବ୍ୟତୀତ ଚକୋଲେଟ୍‌ ଖାଇବାକୁ ସେ ପସନ୍ଦ କରିଥାଆନ୍ତି। ତମନ୍ନା ଭାଟିଆଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୦୫ରୁ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୪ବର୍ଷ। ହେଲେ ପ୍ରଥମ ସିନେମା ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। କିନ୍ତୁ ବର୍ତ୍ତମାନ କେବଳ ଦକ୍ଷିଣ ଭାରତୀୟ ସିନେମା ନୁହେଁ ବଲିଉଡ୍‌ରେ ତମନ୍ନା ଭାଟିଆ ଜଣେ ପରିଚିତା ଅଭିନେତ୍ରୀ। ଏବେ ନିଜର ଅଭିନୟ ଦକ୍ଷତା ବଳରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ପସନ୍ଦୀୟ ରଙ୍ଗ ହେଲା ଧଳା। ପୁଣି ସେ ଅଧିକାଂଶ ସମୟ ଧଳା ଡ୍ରେସ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ସୁପରଷ୍ଟାର ମହେଶ ବାବୁ ହେଉଛନ୍ତି ତାଙ୍କର ମନ ପସନ୍ଦର ଅଭିନେତା। ସମୟ ମିଳିବା ମାତ୍ରେ ସେ ଜିମ୍‌ ଯାଇଥାଆନ୍ତି। ତା’ ସହ ଇଣ୍ଟରନେଟ୍‌ ସହ ନିଜକୁ ଜଡିତ ରଖନ୍ତି ଏବଂ ବହି ମଧ୍ୟ ପଢ଼ନ୍ତି। ଇଂଲିଶ, ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲମ, ସିନ୍ଧି ଏବଂ ମରାଠୀ ଭାଷାରେ ତାଙ୍କର ବେଶ୍‌ ଦକ୍ଷତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି...

ପୁଷ୍ପା-୨: ରିଲିଜ୍‌ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍‌...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚା ମଧ୍ୟରେ ଏମିତି ପ୍ରତିକ୍ରିୟା ଦେଲେ ଅଭିଷେକ ବଚ୍ଚନ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ଅଭିନେତ୍ରୀ ନିମ୍ରତ କୌରଙ୍କ...

ଡିସେମ୍ବର ୨୦ରେ ‘ବନବାସ’

ମୁମ୍ବାଇ: ‘ଗଦର: ଏକ୍‌ ପ୍ରେମ କଥା’, ‘ଅପ୍‌ନେ’, ‘ଗଦର ୨’ ଆଦି ହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମା ସୋମବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର...

ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି...

ଶେଷରେ କ୍ଷମା ମାଗିଲେ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍‌ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍‌ବଶତଃ ଉକ୍ତ ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍‌ସିପି...

କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳସୁତ୍ର ପିନ୍ଧିଲେ ସୋନାକ୍ଷୀ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାରା ଦେଶରେ ଧୂମଧାମରେ କରଓ୍ବାଚୌଥ ପାଳନ କରାଯାଇଛି। ବଲିଉଡରେ ମଧ୍ୟ ବିବାହିତ ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ଉପବାସ କରିଥିଲେ। ବିବାହ ପରେ ଅନେକ ବଲିଉଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri