Posted inଖେଳ

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ନିକଟରେ ଏଭଳି କିଛି କରିଥଲା ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବୋର୍ଡ ଟୁର୍ନାମେଣ୍ଟର ଟ୍ରଫିକୁ ବିଭିନ୍ନ ସ୍ଥାନକୁ ନିଆଯିବ  ବୋଲି କହିଥିଲା। ହେଲେ ଆଇସିସି ଏବେ ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି।
ବିସିସିଆଇ ସଚିବ ଜୟ ଶାହା ପାକିସ୍ତାନ ଅଧିକୃତ କଶ୍ମୀରରେ ଟ୍ରଫି ବୁଲାଇବାକୁ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିଲେ ଏବଂ ନିନ୍ଦା କରିଥିଲେ। ଏହି ଘଟଣା ପରେ ଆଇସିସି ପିସିବିକୁ ଚାମ୍ପିଅନ୍ସ ଟ୍ରଫିକୁ କୌଣସି ବିବାଦୀୟ ସ୍ଥାନକୁ ନେବାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ଏଣୁ ଚାମ୍ପିଅନ୍ସ ଟ୍ରଫିର ଯାତ୍ରା ପିଓକେକୁ ହେବ ନାହିଁ। ଆଇସିସି ନୂତନ ସହରର ନାମ ଘୋଷଣା କରିଥିବା ବେଳେ ଏଥିରେ ପିଓକେର କୌଣସି ସହର ନାହିଁ।
ଆଇସିସିର ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ୧୬ ନଭେମ୍ବରରେ ଇସଲାମାବାଦ, ୧୭ ନଭେମ୍ବରରେ ତକ୍ଷଶିଳା ଏବଂ ଖାନ୍‌ପୁର, ୧୮ ନଭେମ୍ବରରେ ଆବଟ୍ଟାବାଦ, ୧୯ ନଭେମ୍ବରରେ ମୁରେ, ୨୦ ନଭେମ୍ବରରେ ନାଥିଆ ଗଲି ଏବଂ ୨୨ ରୁ ୨୫ ନଭେମ୍ବରରେ କରାଚି ଯାତ୍ରା କରିବ। ଏହା ପରେ ବାକି ୭ ଟି ଦେଶକୁ ଟ୍ରଫି ପଠାଯିବ, ଯିଏ ଏହି ଟୁର୍ନାମେଣ୍ଟରେ ଖେଳବେ। ଏଥିରେ ଭାରତର ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଚାମ୍ପିଅନ୍ସ ଟ୍ରଫି ଯାତ୍ରା ୧୫ ଜାନୁୟାରୀ ୨୦୦୫ ରୁ ୨୬ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଭାରତରେ ଚାଲିବ, ଏହା ପରେ ଟ୍ରଫି ଆୟୋଜକ ପାକିସ୍ତାନକୁ ଫେରିଯିବ ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ଯାତ୍ରା କାର୍ଯ୍ୟସୂଚୀ
୧୬ ନଭେମ୍ବର ଇସଲାମାବାଦ, ପାକିସ୍ଥାନ
୧୭ ନଭେମ୍ବର – ପାକିସ୍ତାନ ଟ୍ୟାକ୍ସିଲା ଏବଂ ଖାନପୁର
୧୮ ନଭେମ୍ବର ଆବୋଟାବାଦ, ପାକିସ୍ତାନ
୧୯ ନଭେମ୍ବର- ମୁରି, ପାକିସ୍ଥାନ
୨୦ ନଭେମ୍ବର- ନାଥିଆ ଗାଲି, ପାକିସ୍ଥାନ
୨୨ – ୨୫ ନଭେମ୍ବର – କରାଚି, ପାକିସ୍ଥାନ
୨୬ – ୨୮ ନଭେମ୍ବର – ଆଫଗାନିସ୍ତାନ
୧୦ – ୧୩ ଡିସେମ୍ବର – ବାଂଲାଦେଶ
୧୫ ୨୨ ଡିସେମ୍ବର ଦକ୍ଷିଣ ଆଫ୍ରିକା
୨୫ ଡିସେମ୍ବର ୫ ଜାନୁଆରୀ ଅଷ୍ଟ୍ରେଲିଆ
୬ ୧୧ ଜାନୁଆରୀ ନ୍ୟୁଜିଲ୍ୟାଣ୍ଡ
୧୨ ୧୪ ଜାନୁଆରୀ ଇଂଲଣ୍ଡ
୧୫ ୨୬ ଜାନୁଆରୀ ଭାରତ
୨୭ ଜାନୁଆରୀରୁ ପାକିସ୍ତାନ

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?