Posted inଖେଳ

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ,୩।୧୦(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମହିଳା ଟି୨୦ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି। ସେହିପରି ଦିନିକିଆ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ମହିଳା ଦଳ ପୂର୍ବପରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଶୁକ୍ରବାର ପ୍ରକାଶିତ ଏହି ଟି୨୦ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୨୯୧ ଓ ଇଂଲଣ୍ଡ ୨୮୦ ପଏଣ୍ଟ ହାସଲ କରିଛନ୍ତି। ଭାରତ ୨୭୦ ପଏଣ୍ଟ ହାସଲ କରିଛି। ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ତେବେ ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ୨୬୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।
ର଼୍ୟାଙ୍କିଙ୍ଗ୍‌ରେ ବ୍ରାଜିଲ୍‌ ସବୁଠାରୁ ଲମ୍ବା ଡିଆଁ ମାରିଛି। ୧୫ ରେଟି ପଏଣ୍ଟ ଲାଭ କରି ବ୍ରାଜିଲ ୧୧ଟି ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନ ଅଧକାର କରିଛି। ମାଲେସିଆ ୩୧ରୁ ୩୮ତମ ସ୍ଥାନକୁ ଖସିଛି। ସାମୋଆ ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛି। ଇଣ୍ଡୋନେସିଆ ଦୁଇଟି ସ୍ଥାନ ଉପରକୁ ଉଠି ୨୦, ଆମେରିକା ୪ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନ ଅଧିକାର କରିଛନ୍ତି। ର଼୍ୟାଙ୍କିଙ୍ଗ୍‌ ତାଲିକାରୁ ଡେନ୍‌ମାର୍କ, ବେଲଜିୟମ, କାତାର ବାଦ୍‌ ପଡିଛନ୍ତି। ଏହି ଦେଶଗୁଡିକ ଆବଶ୍ୟକ ସଂଖ୍ୟାରେ ମ୍ୟାଚ୍‌ ଖେଳି ନ ଥିବାରୁ ତାଲିକାରୁ ବାଦ୍‌ ପଡିଛନ୍ତି।
ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଦ୍ୱିତୀୟ ସ୍ଥାନ ବଜାୟ
ଅପରପକ୍ଷରେ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦଳୀୟ ତାଲିକାରେ ଦ୍ୱିତୀୟ ଓ ଇଂଲଣ୍ଡ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ତେବେ ଉଭୟଦେଶ ୪ ଲେଖାଏଁ ପଏଣ୍ଟ ହରାଇଛନ୍ତି। ୬ଥର ବିଶ୍ୱକପ୍‌ ଜିତିଥିବା ଓ ଆଇସିସି ମହିଳା ଚାମ୍ପିୟନଶିପ୍‌ର ଦୁଇଟି ସଂସ୍କରଣରେ ବଜୟୀ ହୋଇଥିବା ଅଷ୍ଟ୍ରେଲିଆ ରେଟିଂ ପିରିୟଡ୍‌ରେ ୨୧ରୁ ୨୦ଟି ଦିନିକିଆ ଜିତିଛି। ଫଳରେ ଅଷ୍ଟ୍ରେଲିଆ ୮ରୁ ୧୬୦ ପଏଣ୍ଟକୁ ଉନ୍ନତି କରିଛି। ଦକ୍ଷିଣ ଆଫ୍ରିକା (୧୦୭) , ନ୍ୟୁଜିଲାଣ୍ଡ (୯୪) ପଞ୍ଚମ, ଓ୍ବେଷ୍ଟଇଣ୍ଡିଜ୍‌ (୮୫), ପାକିସ୍ତାନ (୭୭), ବାଂଲାଦେଶ (୬୧) ଓ ଶ୍ରୀଲଙ୍କା (୪୭) ଯଥାକ୍ରମେ ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ୧୦ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri