Categories: ଖେଳ

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୮।୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପରିସମାପ୍ତି ପରେ ବଡ଼ ଧରଣର ପରିବର୍ତ୍ତନ ପରିଲଖିତ ହୋଇଛି ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ। ମୁଖ୍ୟତଃ ଭାରତୀୟ ଦଳର ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲଙ୍କ ର଼୍ୟାଙ୍କିଙ୍ଗ୍‌ରେ ଢ଼େର ପରିବର୍ତ୍ତନ ଆସିଛି।

ମୁମ୍ବାଇ ଟେଷ୍ଟରେ ୧୫୦ ଓ ୬୨ ରନ୍‌ର ଇନିଂସ ଖେଳିଥିବା ମୟଙ୍କ ଏକାଥରକେ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ ୪୧ ସ୍ଥାନରେ ଥିବା କର୍ନାଟକ ବ୍ୟାଟ୍ସମ୍ୟାନ ଏବେ ୧୧ତମ ର଼୍ୟାଙ୍କରେ। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା। ୨୦୧୯ରେ ସେ ଟପ୍‌-୧୦ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ବିଶ୍ୱର ୩ୟ ବୋଲର ଭାବେ ପରଫେକ୍ଟ ୧୦ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଏବେ ୩୮ତମ ସ୍ଥାନରେ ଅଛନ୍ତି। ସିରିଜ୍‌ ପୂର୍ବରୁ ବାମହାତୀ ସ୍ପିନରଙ୍କ ୬୨ତମ ସ୍ଥାନରେ ଥିଲେ। ଲକ୍ଷ୍ନୌ ଟେଷ୍ଟ ପରେ ସେ ଗୋଟିଏ ସୋପାନ ଉପରକୁ ଉଠିଥିଲେ। ସେହିଭଳି ଅଲରାଉଣ୍ଡରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି ଭାରତୀୟ ଦଳର ବରିଷ୍ଠ ସ୍ପିନର ଅଶ୍ୱିନ। ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ଏହି ତାଲିକା ଶୀର୍ଷରେ ଥିବା ବେଳେ ରବୀନ୍ଦ୍ର ଜାଡେଜା ୪ର୍ଥ ସ୍ଥାନରେ ଅଛନ୍ତି।

Share