ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ ପଏଣ୍ଟ ସହ ଟି-୨୦ର ନମ୍ବର-୧ ବୋଲର ହୋଇଛନ୍ତି। ପୂର୍ବରୁ ଶୀର୍ଷରେ ଥିବା ଆଫଗାନିସ୍ତାନର ରାଶିଦ ଖାନ ୭୩୫ ରେଟିଂ ସହ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି।
ଅବରାର ଅହମ୍ମଦ ଶେଷ ଥର ପାଇଁ ଫେବୃଆରୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଭାରତ ବିପକ୍ଷ ତୃତୀୟ ଟି-୨୦ରେ ରାଶିଦ ଖାନଙ୍କ ମହଙ୍ଗା ବୋଲିଂର ପ୍ରଭାବ ତାଙ୍କ ରାଙ୍କିଙ୍ଗ୍ରେ ପଡ଼ିଥିବା ଜଣାପଡ଼ିଛି।
ଅଷ୍ଟ୍ରେଲିଆର ସ୍ପିନର ଆଡାମ ଜାମ୍ପା ୭୦୦ ରେଟିଂ ପଏଣ୍ଟ ସହ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପଟେ ଇଂଲଣ୍ଡର ଆଦିଲ ରାଶିଦ ୬୯୫ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ନାଥନ ଏଲିସ ୬୭୫ ରେଟିଂ ସହ ପଞ୍ଚମ ସ୍ଥାନ ହାସଲ କରିଛନ୍ତି।
ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ରାଙ୍କିଙ୍ଗ୍ର ଦୁଇଟି ସ୍ଥାନର ଅବନତି ହୋଇଛି। ସେ ଟପ-୫ରୁ ବାଦ୍ ପଡ଼ି ୬୩୯ ରେଟିଂ ସହ ସପ୍ତମ ସ୍ଥାନକୁ ଖସିଛନ୍ତି। ତଥାପି ଏହି ତାଲିକାରେ ବରୁଣ ହେଉଛନ୍ତି ସର୍ବାଧିକ ରେଟିଂ ପାଇଥିବା ଭାରତୀୟ ବୋଲର।