Posted inଖେଳ

ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି

ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ, ୱେଷ୍ଟଇଣ୍ଡିଜ ଯୁବ ଫାଷ୍ଟ ବୋଲର ଶାମର ଜୋସେଫ ଏବଂ ଇଂଲଣ୍ଡର ବ୍ୟାଟର ଓଲି ପୋପ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ର ଯୁବ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିଛନ୍ତି। ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଶାମର ହଇଚଇ ସୃଷ୍ଟି କରିଥିଲେ। ବ୍ୟାଟିଂ ବେଳେ ଗୋଡରେ ଆଘାତ ଲାଗିଥିବା ସତ୍ତ୍ୱେ ଶାମର ବୋଲିଂ କରିବାକୁ ପଡ଼ିଆକୁ ଆସିଥିଲେ ଏବଂ ଅଷ୍ଟ୍ରେଲୀୟ ବ୍ୟାଟର୍‌ଙ୍କ ନିଜ ହଜାଇ ୮ ରନରେ ବ୍ରିସବେନ୍‌ର ଗାବାରେ ୱେଷ୍ଟଇଣ୍ଡିଜକୁ ବିଜୟୀ କରିଥିଲେ। ସେ ନିଜର ଚମତ୍କାର ବୋଲିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲେ। ଏ୨ ମ୍ୟାଚ ଟେଷ୍ଟ ସିରିଜରେ ଶାମର ମୋଟ ୧୩ ଉଇକେଟ୍‌ ନେଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଜାନୁଆରୀ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡଙ୍କ ପାଇଁ ମଧ୍ୟ ବହୁତ ଭଲ ଥିଲା। ଚଳିତ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ ଟେଷ୍ଟ ସିରିଜରେ ସେ ୧୪ ଉଇକେଟ୍‌ ଶିକାର କରିଥିଲେ। ପ୍ଲେୟାର ଅଫ ଦ ମନ୍ଥ ପାଇଁ ଇଂଲଣ୍ଡ ବ୍ୟାଟର୍‌ ଓଲି ପୋପ ମଧ୍ୟ ମନୋନୀତ ହୋଇଛନ୍ତି। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦରେ ଖେଳୁଥିବାବେଳେ ସେ ଦ୍ୱିତୀୟ ଇନିଂସରେ ୧୯୬ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସର ଶକ୍ତିରେ ଇଂଲଣ୍ଡ ଇତିହାସ ସୃଷ୍ଟି କରିଥିଲା ଏବଂ ପ୍ରଥମ ମ୍ୟାଚରେ ଭାରତକୁ ୨୮ ରନରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା...

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri