Categories: ଖେଳ

ଆଇସିସି ଜାରି କଲା ଷ୍ଟାଣ୍ଡିଂ ଟିକେଟ: ଦାମ୍‌ କେତେ ଜାଣନ୍ତୁ…

ଦୁବାଇ,୨୫ା୮: ଆଇସିସି ଟି୨୦ ବିଶ୍ୱକପ୍‌କୁ ଆଉ କିଛି ମାସ ରହିଛି। ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମହାମୁକାବିଲା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମ୍ୟାଚ୍‌ ପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍‌ ଟିକେଟ୍‌ ରିଲିଜ୍‌ କରାଯାଇଛି। ଭାରତ-ପାକିସ୍ତାନ ମୁକାବିଲା ପାଇଁ ଟିକେଟ ଜାରି ହେବାର ୫ ମିନିଟ୍‌ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା। ଏନେଇ ଆଇସିସି ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫେବୃୟାରୀରେ ବିଶ୍ୱକପ୍‌ ନିମନ୍ତେ ସାଧାରଣ ଟିକେଟ୍‌ ବିକ୍ରି କରାଯାଇଥିଲା। ଗୁରୁବାର ଷ୍ଟାଣ୍ଡିଂ ରୁମ୍‌ ଟିକେଟ୍‌ ଜାରି କରାଯାଇଥିବା ବେଳେ ଏହାର ମୂଲ୍ୟ ୩୦ ଅଷ୍ଟ୍ରେଲିଆନ୍‌ ଡଲାର ଓ ଭାରତୀୟ ମୁଦ୍ରାରେ ୧୧୬୯ ଟଙ୍କା ରହିଛି। ଆଇସିସି ପକ୍ଷରୁ ୪ ହଜାର ଷ୍ଟାଣ୍ଡିଂ ଟିକଟ ଜାରି କରାଯାଇଛି। ଏହି ଟିକଟ ଦ୍ୱାରା ଷ୍ଟାଡିୟମରେ ଛିଡା ହୋଇ ଖେଳ ଦେଖିବାର ମଜା ନେଇ ପାରିବେ ଦର୍ଶକ। ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ।

Share