ଅହମଦାବାଦ୍,୧୩।୨: ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକ ମାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ସେ ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକା ଶୀର୍ଷରେ ପହଞ୍ଚିଛନ୍ତି। ଶେଷ ମ୍ୟାଚ୍ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୪୨ ରନ୍ରେ ପରାସ୍ତ କରିଛି। ଏହି ମୁକାବିଲାରେ ଗିଲ ୧୧୨ ରନର ଏକ ଶତକୀୟ ଇନିଂସ ଖେଳିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ବି ର଼୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ଅଛନ୍ତି।
ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ, ବାବର ଆଜମଙ୍କ ପାଖରେ ୭୮୬ ରେଟିଂ ପଏଣ୍ଟ ଥିଲା। ଶୁବମନ ଗିଲଙ୍କ ପାଖରେ ୭୮୧ ପଏଣ୍ଟ ଥିଲା। ବୁଧବାର ଭାରତ-ଇଂଲଣ୍ଡ ସହିତ ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଗୋଟିଏ ପଟେ ଗିଲ ୧୧୨ ରନ କରିଥିଲେ, କିନ୍ତୁ ବାବର ଆଜମ ମାତ୍ର ୨୩ ରନ କରି ଆଉଟ ହୋଇଥିଲେ। ବାବର ଆଜମ ଶସ୍ତାରେ ଆଉଟ ହେବା ଯୋଗୁ ଗିଲଙ୍କୁ ରାଙ୍କିଙ୍ଗରେ ମଧ୍ୟ ଲାଭ ମିଳିଛି।
ଗୋଟିଏ ପଟେ, ଶୁଭମନ ଗିଲ ଏବେ ବିଶ୍ୱର ନମ୍ବର-୧ ଦିନିକିଆ ବ୍ୟାଟସମ୍ୟାନ ହୋଇସାରିଛନ୍ତି। ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଏବଂ ବିରାଟ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଶ୍ରେୟସ ଆୟର ୬୦.୩୩ ହାରରେ ୧୮୩ ରନ କରିଛନ୍ତି। ଏହି ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି।


