Posted inଖେଳ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍‌ଡର

ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍‌ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ ଅଧିକ ରେଟିଂ ପଏଣ୍ଟ ଅର୍ଜନ କରିପାରିଛନ୍ତି। କର୍ଟନୀ ଓ୍ବାଲ୍ସଙ୍କ ପରେ ୨୦ ବର୍ଷ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର କୌଣସି ବୋଲର ଏହି ସଫଳତା ହାସଲ କରିପାରି ନାହାନ୍ତି। ନିକଟରେ ସାଉଥାମ୍ପଟନଠାରେ ଇଂଲଣ୍ଡ ବିପକ୍ଷ ବିଜୟ ମ୍ୟାଚରେ ସେ ତାଙ୍କ ଦଳର ନେତୃତ୍ୱ ନେଇଥିଲେ। ହୋଲଡର ମ୍ୟାଚରେ ମୋଟ ୭ଟି ଉଇକେଟ ଅକ୍ତିଆରେ କରିଥିଲେ। ପ୍ରଥମ ଇନିଂସରେ ସେ ୪୨ ରନ ବିନିମୟରେ ୬ଟି ଉଇକେଟ ଦଖଲ କରିଥିଲେ। ବର୍ତ୍ତମାନ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ପଏଣ୍ଟ ୮୬୨ରେ ପହଞ୍ଚତ୍ଛି। କର୍ଟନୀ ଓ୍ବାଲ୍ସ ୨୦୦୦ ଅଗଷ୍ଟରେ ୮୬୬ ରେଟିଂ ପଏଣ୍ଟ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ କୋଭିଡ୍‌-୧୯ ମହାମାରୀ ଯୋଗୁ ମାର୍ଚ୍ଚ ମାସ ପରଠାରୁ ଭାରତୀୟ କ୍ରିକେଟରମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଭାରତର ଯେଉଁ ବ୍ୟାଟ୍ସମ୍ୟାନ ଓ ବୋଲରମାନେ ଟପ୍‌ ୧୦ରେ ରହିଥିଲେ, ସେମାନେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ବ୍ୟାଟ୍ସମ୍ୟାନ ଷ୍ଟାଣ୍ଡିଂରେ ଅଧିନାୟକ ବିରାଟ କେହଲି ଷ୍ଟିଭ୍‌ ସ୍ମିଥଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଯଥାକ୍ରମେ ୭ମ ଓ ୯ମ ସ୍ଥାନ ବଜାୟ ରଖିଛନ୍ତି। ଏକମାତ୍ର ବୋଲର ଭାବେ ଟପ୍‌୧୦ରେ ରହିଥିବା ଭାରତୀୟ ବୋଲର ଯଶପ୍ରୀତ ବୁମ୍‌ରା ୭ମ ସ୍ଥାନରେ ରହିଛନ୍ତି। ପ୍ରଥମ ଟେଷ୍ଟ ପରେ ହୋଲ୍‌ଡର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୩୫ତମ ସ୍ଥାନ ବଜାୟ ରଖିଥିଲେ। ଅଲ୍‌ରାଉଣ୍ଡ ତାଲିକାରେ ସେ ଆହୁରି ମଧ୍ୟ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୪୩୧ ପଏଣ୍ଟ ଅର୍ଜନ କରିବା ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri