Categories: ଖେଳ

ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ଦୁବାଇ, ୧୪ା୭ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଭାରତ। ପାକିସ୍ତାନକୁ ଅତିକ୍ରମ କରିବା ସହିତ ଭାରତ ପୁରୁଷ କ୍ରିକେଟର ଦିନିକିଆ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୧୦ ଉଇକେଟରେ ଜିତି ନେଇଥିଲା। ଓଭାଲରେ ଖେଳାଯାଇଥିବା ମୁକାବିଲାରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ୬ ଉଇକେଟ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକରେ ଭାରତ ବିଜୟୀ ହୋଇଥିଲା।

ଏହି ମୁକାବିଲା ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ୧୦୫ ପଏଣ୍ଟ ସହିତ ଚତୁର୍ଥ ଆଉ ୧୦୬ ପଏଣ୍ଟ ସହିତ ପାକିସ୍ତାନ ୩ ନମ୍ବରରେ ରହିଥିଲା। ୧୦ ଉଇକେଟ ବିଜୟ ସହିତ ଭାରତର ପଏଣ୍ଟ ୧୦୮ରେ ପହଞ୍ଚିଥିଲା। ଗତ ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କ୍ଲିନ୍‌ ସୁଇପ୍‌ ପରେ ର଼୍ୟାଙ୍କିଙ୍ଗ ତାଲିକାରେ ତୃତୀୟ ସ୍ଥାନକୁ ଉଠିଥିଲା। ଆଉ ଦୁଇଟି ଦିନିକିଆ ବାକି ରହିଥିବା ବେଳେ ଭାରତ ନିଜର ଅଗ୍ରଣୀ ଆଉ ବୃଦ୍ଧି କରିବାକୁ ଚାହିଁବ।

Share