Categories: ଖେଳ

ଟି୨୦ ଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ଭାରତୀୟଙ୍କ ପାଇଁ ସ୍ଥାନ ନାହିଁ

ଦୁବାଇ,୨୦।୧: ଆଇସିସି ପୁରୁଷ ଟି୨୦ ଭଳି ବର୍ଷର ଦିନିକିଆ ଦଳରେ ମଧ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କେବଳ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳି ନାହିଁ, ତା’ ନୁହେଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ମଧ୍ୟ ଆଇସିସି ଦଳରେ ଯାଗା ପାଇବାରେ ବିଫଳ ହୋଇଛନ୍ତି।

ଆଇସିସି ୨୦୨୧ ଦିନିକିଆ ଦଳରେ ପାକିସ୍ତାନ(ବାବର ଆଜାମ ଓ ଫଖର ଜାମାନ), ଦକ୍ଷିଣ ଆଫ୍ରିକା(ଜାନ୍ନେମନ ମଲାନ ଏବଂ ରାସି ଭାନ ଡର ଡୁସେନ), ଶ୍ରୀଲଙ୍କା (ଓ୍ବାନିନ୍ଦୁ ହାସରଙ୍ଗା ଓ ଦୁଶମନ୍ଥା ଚାମିରା) ଓ ଆୟର୍ଲାଣ୍ଡ(ସିମି ସିଂ ଏବଂ ପଲ ଷ୍ଟ୍ରିଲିଂ)ର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି। ବାଂଲାଦେଶର ସର୍ବାଧିକ ୩ ଖେଳାଳି ଶାକିବ ଅଲ ହାସନ, ମୁଶିଫିକର ରହିମ ଓ ମୁସ୍ତାଫିଜୁର ରେହମାନଙ୍କୁ ଏହି ଦଳରେ ସାମିଲ କରାଯାଇଛି।

ତେବେ ଭାରତୀୟ ଦଳର ଖେଳାଳିଙ୍କୁ ବର୍ଷର ଶ୍ରେଷ୍ଠ ଦିନିକିଆ ଦଳରେ ସ୍ଥାନ ନ ମିଳିବା ପଛରେ ଏକ ବଡ଼ କାରଣ ରହିଛି। ୨୦୨୧ରେ ଟିମ୍‌ ଇଣ୍ଡିଆ ମାତ୍ର ଦୁଇଟି ଦିନିକିଆ ସିରିଜ୍‌ (୬ଟି ମ୍ୟାଚ୍‌) ଖେଳିଥିଲା। ସେଥି ମଧ୍ୟରୁ ୪ଟି ଜିତିଥିବା ବେଳେ ଦୁଇଟିରେ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା ଭାରତୀୟ ଦଳକୁ। କେବଳ ଭେଟେରାନ ଶିଖର ଧାଓ୍ବନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି ସମସ୍ତ ମ୍ୟାଚ୍‌ ଖେଳି ନ ଥିଲେ।

Share