Posted inଖେଳ

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ କରିଛି। ଏହିସହିତ ବହୁ ପ୍ରତିକ୍ଷିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁଦିନ ମ୍ୟାଚ୍ ଖେଳାଯିବ ତାହା ମଧ୍ୟ ସାମ୍ନାକୁ ଆସିଛି ।

ଆସନ୍ତା ବର୍ଷ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ହାଇବ୍ରିଡ୍ ମଡେଲ୍ ଅଧୀନରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ବୋଲି ଆଇସିସି ସ୍ପଷ୍ଟ କରିସାରିଛି। ପାକିସ୍ତାନ ଟୁର୍ନାମେଣ୍ଟ ଆୟୋଜନ କରୁଥିଲେ ମଧ୍ୟ ଭାରତ ଅନ୍ୟ କେତେକ ଦେଶରେ ମ୍ୟାଚ୍ ଖେଳିବ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ୮ ଟି ଦଳ ମଧ୍ୟରେ ମୋଟ ୧୫ ଟି ମ୍ୟାଚ୍ ହେବ। ସମସ୍ତ ଦଳକୁ ୨ ଟି ଦଳରେ ବିଭକ୍ତ କରାଯାଇଛି। ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍-ଏ’ରେ ଅଛନ୍ତି। ସେମାନଙ୍କ ସହିତ ଅବଶିଷ୍ଟ ଦୁଇଟି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ। ଯେଉଁଠାରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡକୁ ଗ୍ରୁପ୍-ବିରେ ରଖାଯାଇଛି। ସମସ୍ତ ମ୍ୟାଚ୍ ଦିନ ଏବଂ ରାତିରେ ଖେଳାଯିବ।

କାର୍ଯ୍ୟସୂଚୀ:
୧୯ ଫେବୃଆରୀ, ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି, ପାକିସ୍ଥାନ।

୨୦ ଫେବୃଆରୀ, ବାଂଲାଦେଶ ବନାମ ଭାରତ, ଦୁବାଇ।

୨୧ ଫେବୃଆରୀ, ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି, ପାକିସ୍ଥାନ।

୨୨ ଫେବୃଆରୀ, ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ।

୨୩ ଫେବୃଆରୀ, ପାକିସ୍ତାନ ବନାମ ଭାରତ, ଦୁବାଇ।

୨୪ ଫେବୃଆରୀ, ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି, ପାକିସ୍ଥାନ।

୨୫ ଫେବୃଆରୀ, ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି, ପାକିସ୍ଥାନ।

୨୬ ଫେବୃଆରୀ, ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ।

୨୭ ଫେବୃଆରୀ, ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି, ପାକିସ୍ଥାନ।

୨୮ ଫେବୃଆରୀ, ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର, ପାକିସ୍ଥାନ।

୧ ମାର୍ଚ୍ଚ, ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି, ପାକିସ୍ଥାନ।

୨ ମାର୍ଚ୍ଚ, ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ।

୪ ମାର୍ଚ୍ଚ, ସେମିଫାଇନାଲ୍ ୧, ନିରପେକ୍ଷ ସ୍ଥାନ (ଯଦି ଭାରତ ଯୋଗ୍ୟତା ହାସଲ କରେ)

୫ ମାର୍ଚ୍ଚ, ସେମିଫାଇନାଲ ୨, ଲାହୋର, ପାକିସ୍ଥା।

୯ ମାର୍ଚ୍ଚ, ଫାଇନାଲ୍, ଲାହୋର (ଯଦି ଭାରତ ଫାଇନାଲକୁ ଉନ୍ନୀତ ହୋଇ ନ ଥାଏ, ଅଥବା ଏହା ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ)।

୧୦ ମାର୍ଚ୍ଚ, ରିଜର୍ଭ ଦିବସ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri