Categories: ଖେଳ

ଲାଞ୍ଚ ନେଇ ୮ ବର୍ଷ ବ୍ୟାନ ହେଲେ କ୍ରିକେଟର

ଦୁବାଇ,୧।୭: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଗୁରୁବାର ୟୁଏଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କୁ ୮ ବର୍ଷ ପାଇଁ ବ୍ୟାନ କରିଛି। ଦୁଇ ଖେଳାଳି ୟୁଏଇରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌କୁ ଫିକ୍ସ କରିଥିଲେ। ଏଥି ଲାଗି ଭାରତୀୟ ବୁକିଙ୍କ ଠାରୁ ଲାଞ୍ଚ ଆକାରରେ ଗ୍ରହଣ କରିଥିଲେ ୪୦୮୩ ଆମେରିକୀୟ ଡଲାର।

ଆଇସିସିର ଦୁର୍ନୀତି ନିବାରଣ ଟ୍ରିବୁନାଲ ପାକିସ୍ତାନରେ ଜନ୍ମିତ ଦୁଇ ଖେଳାଳି ଗତ ବର୍ଷ ସେପ୍ଟେମ୍ବର ୧୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗୁରୁବାର ଦୁଇ କେଳାଳିଙ୍କ ବାସନ୍ଦାଦେଶ ଧାର୍ଯ୍ୟ ହୋଇଛି। ହାୟାତ ଜଣେ ମଧ୍ୟମ ଗତିର ପେସର ହୋଇଥିବାବେଳେ ଅହମ୍ମଦ ଜଣେ ବ୍ୟାଟ୍ସମ୍ୟାନ। ଦୁହେଁ ଲାଞ୍ଚ ନେଇ ମ୍ୟାଚ୍‌ର ଫଳାଫଳକୁ ପ୍ରଭାବିତ କରିବା ସହ ବୁକିଙ୍କ ଯୋଗାଯୋଗ ସମ୍ପର୍କରେ କାହାକୁ ଜଣାଇ ନ ଥିଲେ।

Share