Posted inଖେଳ

ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି

ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍‌କୁ ପଲିସ୍‌ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଏଣିକି ଜଣେ ନନ୍‌ ଷ୍ଟ୍ରାଇକରଙ୍କୁ ବୋଲର ରନ୍‌ଆଉଟ କଲେ ତାହାକୁ ‘ଅନ୍‌ ଫେୟାର ପ୍ଲେ’ ନ ଦର୍ଶାଇ ବିଧିବଦ୍ଧ ରନ ଆଉଟ ବୋଲି ବିବେଚନା କରାଯିବ। ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଦେଇଥିବା ସୁପାରିସକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଅନୁମୋଦ କରିବା ପରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ଆଇସିସି ପୂର୍ବରୁ କୋଭିଡ୍‌ ଦୃଷ୍ଟିରୁ ବଲ୍‌ ପଲିସ୍‌ କରିବା ଲାଗି ସାଲିଭା ବ୍ୟବହାରକୁ ସାମୟିକ ବାରଣ କରିଥିଲା। ହେଲେ କ୍ରିକେଟ ଖେଳ ନିୟମର ସଂରକ୍ଷକ ମେରିଲବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ମାର୍ଚ୍ଚରେ ଏହାର ୨୦୨୨ କୋଡ୍‌ରେ ସଂଶୋଧନ ଆଣି ଛେପ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିଥିଲା। ଏଣିକି ଜଣେ ବ୍ୟାଟର କ୍ୟାଚ ଆଉଟ ହେବା ପରେ ନୂଆ ବ୍ୟାଟର ଜଣକ ଷ୍ଟ୍ରାଇକର ଯେଉଁ ପାର୍ଶ୍ୱରେ ରହିଥିବେ ସେହିପଟୁ ଖେଳ ଆରମ୍ଭ କରିବେ। ନୂଆ ନିୟମ ଅନୁସାରେ ଏଣିକି ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆରେ ଇନ୍‌କମିଙ୍ଗ ବ୍ୟାଟରଙ୍କୁ ଷ୍ଟ୍ରାଇକ୍‌ ନେବାଲାଗି ଦୁଇ ମିନିଟ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏକ୍ଷେତ୍ରରେ ଅନ୍ତର୍ଜାତୀୟ ଟି୨୦ରେ ରହିଥିବା ୯୦ ସେକେଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ନାହିଁ। କୌଣସି ବଲ୍‌ ସାମ୍‌ନା କରିବା ବେଳେ ଯଦି ବ୍ୟାଟର ପିଚ୍‌ ଛାଡ଼ିବାକୁ ବାଧ୍ୟହୁଏ ତେବେ ତାହାକୁ ନୋ ବଲ୍‌ ବୋଲି ଧରିନିଆଯିବ। ଯଦି କୌଣସି ବୋଲର ଜାଣିଶୁଣି ଅଯୌକ୍ତିକ ବୋଲିଂ କରେ ଅମ୍ପାୟର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିବା ସହ ୫ ରନ ପେନାଲ୍ଟି କରିପାରନ୍ତି। ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ ଟି୨୦ରେ ଯଦି ଦଳ ନିର୍ଦ୍ଧାରିିତ ସମୟକୁ ପାଳନ କରିବାରେ ବିଫଳ ରୁହେ ଏବଂ ସ୍ଲୋ ଓଭର ରେଟ୍‌ରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଦଣ୍ଡ ସ୍ବରୂପ ୩୦ ଗଜ ସର୍କଲ ବାହାରେ ଜଣେ ଫିଲ୍ଡର ହ୍ରାସ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri