ଆଇସିସିର ଗିରଫ ପରୱାନା

ଗତ ବର୍ଷ ଅକ୍ଟୋବର ୭ରେ ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ଆକ୍ରମଣ କରିଥିଲେ ଓ ଏଥିରେ ପାଖାପାଖି ବିଦେଶୀ ନାଗରିକଙ୍କ ସମେତ ୧୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା ଏବଂ ସେହି ଯୁଦ୍ଧ ଏବେ ମଧ୍ୟ ଜାରି ରହିଛି। ଆକ୍ରମଣରେ ଗାଜା ଏକ ପ୍ରକାର ଧ୍ୱଂସସ୍ତୂପ ପାଲଟିଯାଇଛି । ଏଥିରେ ମୋଟ ୩୫ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟି୍‌ନୀୟ ଓ ପାଖାପଖି ୧୫୦୦ ଇସ୍ରାଏଲୀଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ଯୁଦ୍ଧର ଭୟାବହତା ଓ ହମାସ୍‌ ଆକ୍ରମଣର ବିଭିନ୍ନ ମାନବୀୟ ବିରୋଧୀ ଦିଗକୁ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ବିଚାରକୁ ନେଇଥିଲା। ନିକଟରେ ବିଶ୍ୱର ଏହି ଶୀର୍ଷ ଅଦାଲତ ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ଏବଂ ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ୍‌ ଇବ୍ରାହିମ ଅଲ୍‌ ମିସ୍ରି ଓ ଇସ୍‌ମାଇଲ ହାନିୟେହଙ୍କ ବିେରୋଧରେ ଗିରଫ ପରଓ୍ବାନା ଜାରି କରିବା ଲାଗି ଏହାର ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍‌ ଆବେଦନ କରିଛନ୍ତି। ଏହି ଆକ୍ରମଣକୁ ଖାନ୍‌ ଯୁଦ୍ଧ ଅପରାଧ ଓ ମାନବ ଅଧିକାର ବିରୋଧରେ ଅପରାଧ ବୋଲି ଅଭିଯୋଗ ଆଣିଥିଲେ। ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ, ଯୁଦ୍ଧ ପୀଡ଼ିତଙ୍କ ନିକଟରେ ରିଲିଫ ସହାୟତା ନ ପହଞ୍ଚାଇବା ଓ ଲୋକଙ୍କୁ ଭୋକରେ ରହିବାକୁ ଦେବା ଅଭିଯୋଗ କରାଯାଇଥିବାବେଳେ ହମାସ୍‌ ନେତାଙ୍କ ବିରୋଧରେ ହତ୍ୟା, ପଣବନ୍ଦୀ ଓ ବଳାକତ୍ାର ଆଦି ଅଭିଯୋଗ ହୋଇଛି। ବଡ଼ କଥା ହେଉଛି, ପ୍ରଥମ ଥର ପାଇଁ ଆମେରିକାର ଘନିଷ୍ଠ ସହଯୋଗୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଗିରଫ ପରଓ୍ବାନ ଜାରି କରିବାକୁ ଆଗକୁ ବଢ଼ିଛି। ପ୍ରଥମେ, ଗତ ମାସ ଶେଷରେ ଆମେରିକାର ୧୨ ଜଣ ସିନେଟର ଆଇସିସିକୁ ଏକ ଚିଠି ପଠାଇ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନା ବିଚାର ଉପରେ ପ୍ରଶ୍ନ ଉଠାଇଥିଲେ। ଏମିତିକି ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଯୁଦ୍ଧ ଅପରାଧ ପାଇଁ ଇସ୍ରାଏଲ ଅଧିକାରୀଙ୍କୁ ଦାୟୀ ନ କରିବାକୁ ଆଇସିସି ଉପରେ ଚାପ ପକାଇବା ଖବର ଜାଣିବାକୁ ମିଳିଥିଲା। ସମ୍ପ୍ରତି ଆଇସିସି ଇସ୍ରାଏଲ ବିରୋଧରେ ଯୁଦ୍ଧ ଅପରାଧ ଆବେଦନକୁ ବାଇଡେନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଇସ୍ରାଏଲ ଓ ହମାସ୍‌ଙ୍କୁ ତୁଳନାମତ୍କ ଦୃଷ୍ଟିରେ ଦେଖାଯାଇପାରିବ ନାହିଁ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପରେ ସେଠାରେ ମାନବତା ବିରୋଧୀ କାର୍ଯ୍ୟକଳାପ ତଥା ଶିଶୁ ଦେଶାନ୍ତର ଘଟଣାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ବିରୋଧରେ ୧୭ ମାର୍ଚ୍ଚ ୨୦୨୩ରେ ଆଇସିସି ଗିରଫ ପରଓ୍ବାନା ଜାରି କରିଥିଲା। ଏହାକୁ ସେତେବେଳେ ବାଇଡେନ୍‌ ସ୍ବାଗତ କରିଥିଲେ। ଏହା ପୂର୍ବରୁ ଲିବ୍ୟାର ଏକଚ୍ଛତ୍ରବାଦୀ ନେତା ମୁଆମାର ଗଦ୍ଦାଫି, ଉଗାଣ୍ଡାର ବିଦ୍ରେହୀ ନେତା ଜୋଶେଫ କୋନି, ସୁଦାନର ପୂର୍ବତନ ରାଷ୍ଟ୍ରପତି ଓମାର-ଅଲ୍‌-ବଶିର, କେନିଆର ରାଷ୍ଟ୍ରପତି ଉହୁର କେନ୍ୟାଟ୍ଟା, ଆଇଭରି କୋଷ୍ଟ୍‌ର ରାଷ୍ଟ୍ରପତି ଲୌରେଣ୍ଟ ଗବାଗ୍‌ବୋଙ୍କୁ ମାନବତା ବିରୋଧୀ କାର୍ଯ୍ୟ ଲାଗି ଆଇସିସି ତରଫରୁ ଦୋଷୀ କରାଯାଇଥିଲା। କିନ୍ତୁ ଆଇସିସିର କୌଣସି ପୋଲିସ ବାହିନୀ ନ ଥିବାରୁ ଏହିସବୁ ଗିରଫ ପରଓ୍ବାନା କାର୍ଯ୍ୟକାରୀ ହୋଇପାରି ନ ଥିଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ବିଚାର ପ୍ରତି ଆମେରିକାର କଠୋର ମନୋଭାବ ଯାହାକି ରାଷ୍ଟ୍ରପତିଙ୍କ ତରଫରୁ ଜଣାପଡ଼ିଛି, ତାହା ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବାରେ ବାଧକ ହେବ। ଏହା ମଧ୍ୟ ଶାନ୍ତି ପ୍ରତିଷ୍ଠାରେ ବୈଶ୍ୱିକ ଭାଗୀଦାରି ମୂଲ୍ୟବୋଧ ଅଧୋଗତିର କାରଣ ହେବ।
ଉଲ୍ଲେଖନୀୟ ଯେ, ନେଦରଲାଣ୍ଡସ୍‌ର ହଗ୍‌ ସ୍ଥିତ ଆଇସିସିରେ ୧୨୪ ଦେଶ ସଦସ୍ୟ ରହିଛନ୍ତି। ଏହି ଆନ୍ତଃ ସରକାରୀ ସଂସ୍ଥା ତଥା ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧରେ ଅପରାଧ ଓ ହିଂସାଜନିତ ଅପରାଧର ତଦନ୍ତକରି ପଦକ୍ଷେପ ନେଇଥାଏ। ବର୍ତ୍ତମାନ ଇସ୍ରାଏଲର ଆକ୍ରମଣ ଓ ହମାସ୍‌ ଆକ୍ରମଣକୁ ସମାନ ଭାବେ ଯୁଦ୍ଧ ଅପରାଧ ଶ୍ରେଣୀଭୁକ୍ତକରି ଉଭୟ ପକ୍ଷର ନେତାମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ପାଇଁ ଆବେଦନ କରିବା ଏକ ନିରକ୍ଷେପ ପଦକ୍ଷେପ ଭାବେ ସ୍ବାଗତଯୋଗ୍ୟ ମନେହେଉଛି। ତଥାପି ମଧ୍ୟପ୍ରାଚ୍ୟର ପରିସ୍ଥିତି ଦେଖିଲେ ସେଠାରେ ସାମ୍ପ୍ରତିକ ଅଶାନ୍ତ ପରିବେଶ ଭଳି ବାତାବରଣ ସବୁବେଳେ ଲାଗି ରହୁଛି। ଭବିଷ୍ୟତରେ ମଧ୍ୟ ତାହା ଅନୁରୂପ ଭାବେ ହେବ ବୋଲି ଆଶଙ୍କା କରାଯାଇପାରେ। ଏହାର ପ୍ରତିକାର କେହି ଜାଣି ନ ଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri