ଆଇସିସିର ଗିରଫ ପରୱାନା

ଗତ ବର୍ଷ ଅକ୍ଟୋବର ୭ରେ ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ଆକ୍ରମଣ କରିଥିଲେ ଓ ଏଥିରେ ପାଖାପାଖି ବିଦେଶୀ ନାଗରିକଙ୍କ ସମେତ ୧୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା ଏବଂ ସେହି ଯୁଦ୍ଧ ଏବେ ମଧ୍ୟ ଜାରି ରହିଛି। ଆକ୍ରମଣରେ ଗାଜା ଏକ ପ୍ରକାର ଧ୍ୱଂସସ୍ତୂପ ପାଲଟିଯାଇଛି । ଏଥିରେ ମୋଟ ୩୫ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟି୍‌ନୀୟ ଓ ପାଖାପଖି ୧୫୦୦ ଇସ୍ରାଏଲୀଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ଯୁଦ୍ଧର ଭୟାବହତା ଓ ହମାସ୍‌ ଆକ୍ରମଣର ବିଭିନ୍ନ ମାନବୀୟ ବିରୋଧୀ ଦିଗକୁ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ବିଚାରକୁ ନେଇଥିଲା। ନିକଟରେ ବିଶ୍ୱର ଏହି ଶୀର୍ଷ ଅଦାଲତ ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ଏବଂ ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ୍‌ ଇବ୍ରାହିମ ଅଲ୍‌ ମିସ୍ରି ଓ ଇସ୍‌ମାଇଲ ହାନିୟେହଙ୍କ ବିେରୋଧରେ ଗିରଫ ପରଓ୍ବାନା ଜାରି କରିବା ଲାଗି ଏହାର ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍‌ ଆବେଦନ କରିଛନ୍ତି। ଏହି ଆକ୍ରମଣକୁ ଖାନ୍‌ ଯୁଦ୍ଧ ଅପରାଧ ଓ ମାନବ ଅଧିକାର ବିରୋଧରେ ଅପରାଧ ବୋଲି ଅଭିଯୋଗ ଆଣିଥିଲେ। ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ, ଯୁଦ୍ଧ ପୀଡ଼ିତଙ୍କ ନିକଟରେ ରିଲିଫ ସହାୟତା ନ ପହଞ୍ଚାଇବା ଓ ଲୋକଙ୍କୁ ଭୋକରେ ରହିବାକୁ ଦେବା ଅଭିଯୋଗ କରାଯାଇଥିବାବେଳେ ହମାସ୍‌ ନେତାଙ୍କ ବିରୋଧରେ ହତ୍ୟା, ପଣବନ୍ଦୀ ଓ ବଳାକତ୍ାର ଆଦି ଅଭିଯୋଗ ହୋଇଛି। ବଡ଼ କଥା ହେଉଛି, ପ୍ରଥମ ଥର ପାଇଁ ଆମେରିକାର ଘନିଷ୍ଠ ସହଯୋଗୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଗିରଫ ପରଓ୍ବାନ ଜାରି କରିବାକୁ ଆଗକୁ ବଢ଼ିଛି। ପ୍ରଥମେ, ଗତ ମାସ ଶେଷରେ ଆମେରିକାର ୧୨ ଜଣ ସିନେଟର ଆଇସିସିକୁ ଏକ ଚିଠି ପଠାଇ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନା ବିଚାର ଉପରେ ପ୍ରଶ୍ନ ଉଠାଇଥିଲେ। ଏମିତିକି ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଯୁଦ୍ଧ ଅପରାଧ ପାଇଁ ଇସ୍ରାଏଲ ଅଧିକାରୀଙ୍କୁ ଦାୟୀ ନ କରିବାକୁ ଆଇସିସି ଉପରେ ଚାପ ପକାଇବା ଖବର ଜାଣିବାକୁ ମିଳିଥିଲା। ସମ୍ପ୍ରତି ଆଇସିସି ଇସ୍ରାଏଲ ବିରୋଧରେ ଯୁଦ୍ଧ ଅପରାଧ ଆବେଦନକୁ ବାଇଡେନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଇସ୍ରାଏଲ ଓ ହମାସ୍‌ଙ୍କୁ ତୁଳନାମତ୍କ ଦୃଷ୍ଟିରେ ଦେଖାଯାଇପାରିବ ନାହିଁ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପରେ ସେଠାରେ ମାନବତା ବିରୋଧୀ କାର୍ଯ୍ୟକଳାପ ତଥା ଶିଶୁ ଦେଶାନ୍ତର ଘଟଣାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ବିରୋଧରେ ୧୭ ମାର୍ଚ୍ଚ ୨୦୨୩ରେ ଆଇସିସି ଗିରଫ ପରଓ୍ବାନା ଜାରି କରିଥିଲା। ଏହାକୁ ସେତେବେଳେ ବାଇଡେନ୍‌ ସ୍ବାଗତ କରିଥିଲେ। ଏହା ପୂର୍ବରୁ ଲିବ୍ୟାର ଏକଚ୍ଛତ୍ରବାଦୀ ନେତା ମୁଆମାର ଗଦ୍ଦାଫି, ଉଗାଣ୍ଡାର ବିଦ୍ରେହୀ ନେତା ଜୋଶେଫ କୋନି, ସୁଦାନର ପୂର୍ବତନ ରାଷ୍ଟ୍ରପତି ଓମାର-ଅଲ୍‌-ବଶିର, କେନିଆର ରାଷ୍ଟ୍ରପତି ଉହୁର କେନ୍ୟାଟ୍ଟା, ଆଇଭରି କୋଷ୍ଟ୍‌ର ରାଷ୍ଟ୍ରପତି ଲୌରେଣ୍ଟ ଗବାଗ୍‌ବୋଙ୍କୁ ମାନବତା ବିରୋଧୀ କାର୍ଯ୍ୟ ଲାଗି ଆଇସିସି ତରଫରୁ ଦୋଷୀ କରାଯାଇଥିଲା। କିନ୍ତୁ ଆଇସିସିର କୌଣସି ପୋଲିସ ବାହିନୀ ନ ଥିବାରୁ ଏହିସବୁ ଗିରଫ ପରଓ୍ବାନା କାର୍ଯ୍ୟକାରୀ ହୋଇପାରି ନ ଥିଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ବିଚାର ପ୍ରତି ଆମେରିକାର କଠୋର ମନୋଭାବ ଯାହାକି ରାଷ୍ଟ୍ରପତିଙ୍କ ତରଫରୁ ଜଣାପଡ଼ିଛି, ତାହା ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବାରେ ବାଧକ ହେବ। ଏହା ମଧ୍ୟ ଶାନ୍ତି ପ୍ରତିଷ୍ଠାରେ ବୈଶ୍ୱିକ ଭାଗୀଦାରି ମୂଲ୍ୟବୋଧ ଅଧୋଗତିର କାରଣ ହେବ।
ଉଲ୍ଲେଖନୀୟ ଯେ, ନେଦରଲାଣ୍ଡସ୍‌ର ହଗ୍‌ ସ୍ଥିତ ଆଇସିସିରେ ୧୨୪ ଦେଶ ସଦସ୍ୟ ରହିଛନ୍ତି। ଏହି ଆନ୍ତଃ ସରକାରୀ ସଂସ୍ଥା ତଥା ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧରେ ଅପରାଧ ଓ ହିଂସାଜନିତ ଅପରାଧର ତଦନ୍ତକରି ପଦକ୍ଷେପ ନେଇଥାଏ। ବର୍ତ୍ତମାନ ଇସ୍ରାଏଲର ଆକ୍ରମଣ ଓ ହମାସ୍‌ ଆକ୍ରମଣକୁ ସମାନ ଭାବେ ଯୁଦ୍ଧ ଅପରାଧ ଶ୍ରେଣୀଭୁକ୍ତକରି ଉଭୟ ପକ୍ଷର ନେତାମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ପାଇଁ ଆବେଦନ କରିବା ଏକ ନିରକ୍ଷେପ ପଦକ୍ଷେପ ଭାବେ ସ୍ବାଗତଯୋଗ୍ୟ ମନେହେଉଛି। ତଥାପି ମଧ୍ୟପ୍ରାଚ୍ୟର ପରିସ୍ଥିତି ଦେଖିଲେ ସେଠାରେ ସାମ୍ପ୍ରତିକ ଅଶାନ୍ତ ପରିବେଶ ଭଳି ବାତାବରଣ ସବୁବେଳେ ଲାଗି ରହୁଛି। ଭବିଷ୍ୟତରେ ମଧ୍ୟ ତାହା ଅନୁରୂପ ଭାବେ ହେବ ବୋଲି ଆଶଙ୍କା କରାଯାଇପାରେ। ଏହାର ପ୍ରତିକାର କେହି ଜାଣି ନ ଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri