ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା

ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି କରୁଛି। ଏଭଳି ସଙ୍କଟକୁ ଅଣଦେଖା କରିବା ଉଚିତ ନୁହେଁ। ଆମ ପରିବେଶର ଗୁରୁତର କ୍ଷତି ହେଉଛି ବୋଲି ବିଶ୍ୱ ଏକମତ ହୋଇ ପଦକ୍ଷେପ ନେବା ଲାଗି ଅଗ୍ରସର ହେଉଛି। ନିଶ୍ଚିତ ଭାବେ ଏଭଳି ପଦକ୍ଷେପ ପରିବେଶ ତଥା ଲୋକଙ୍କ ପାଇଁ ଆମେ କରୁଥିତ୍ବା ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାମଣା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ଏବେ ପରିବେଶକୁ କ୍ଷତି କରୁଥିବା କାର୍ଯ୍ୟକୁ ଏକ ଅନ୍ତର୍ଜାତୀୟ ଅପରାଧ ଭାବେ ବିବେଚନା କରିବାର ସମ୍ଭାବନା ସୃଷ୍ଟିହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ନୂଆ ଅନ୍ତର୍ଜାତୀୟ ଅପରାଧିକ ଅଭିଯୋଗର ଫର୍ଦ୍ଦ ଆରମ୍ଭ କରାଯାଇଥିଲା। ଦି ନୁରେମ୍ବର୍ଗ ଆଣ୍ଡ୍‌ ଟୋକିଓ ଘୋଷଣାନାମା ପୂର୍ବରୁ ରହିଥିବା ଯୁଦ୍ଧ ଅପରାଧ ଓ ଶାନ୍ତି ବିରୋଧୀ ଅପରାଧ (ଆକ୍ରମଣ ବା ବଳପ୍ରୟୋଗ) ସହ ମାନବତା ବିରୋଧୀ ଅପରାଧକୁ ଯୋଡିଥିଲା। ଏଥିରେ ସମାହିତ ସିଦ୍ଧାନ୍ତ ସୂଚିତ କରେ, କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଅତ୍ୟନ୍ତ ଖରାପ ଓ କ୍ଷତିକାରକ। ଯେ କେହି ଏହାର ଶିକାର ହୋଇପାରନ୍ତି ଓ ସେମାନେ ଆମକୁ ଚିନ୍ତାରେ ପକାଇ ଦିଅନ୍ତି। ଏଣୁ ଏହାକୁ ଅପରାଧ ଭାବେ ଦେଖାଯାଇଥିଲା। ୧୯୪୮ ପରେ ପରେ ଏକ ନୂଆ ବୁଝାମଣାରେ ମାନବତା ବିିରୋଧରେ ଏକ ସ୍ବତନ୍ତ୍ର ଅପରାଧ ‘ଜିନୋସାଇଡ’ ବା ଗଣହତ୍ୟା ସାମିଲ କରାଯାଇଥିଲା।
ପରିବେଶ ସହ ଆମ ସମ୍ପର୍କକୁ ନେଇ ଆମେ ପ୍ରାୟ ଏକ ସମାନ ପ୍ରକାର ଅଭିଯାନ ଦେଖିବାକୁ ପାଉଛୁ। ଗତ ମାସରେ ବିଭିନ୍ନ ଦେଶରୁ ଭିନ୍ନ ଭିନ୍ନ ବର୍ଗର ଆଇନଜୀବୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର କମିଟି ‘ଇକୋସାଇଡ’ (ଲଗାତର ମଣିଷର ଦାୟିତ୍ୱହୀନ ଭାବେ ପ୍ରାକୃତିକ ପରିବେଶକୁ ଧ୍ୱଂସ କରିବା କାର୍ଯ୍ୟ ସମ୍ପର୍କିତ ଅପରାଧ)ର ସଂଜ୍ଞା ନିରୂପଣ କରିବାକୁ ଅଣ୍ଟା ଭିଡିଛି। ଏହାର ବିଚାର ଓ ଉଦ୍ଦେଶ୍ୟ ଉପରେ ମଧ୍ୟ ଏକ ଡ୍ରାଫ୍ଟ ବା ଚିଠା ଜାରି କରିଛି। ଇକୋସାଇଡକୁ ଇଣ୍ଟରନ୍ୟାଶନାଲ କ୍ରାଇମ କୋର୍ଟ (ଆଇସିସି) ବା ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ତା’ର ବିଧାନରେ ସାମିଲ କରିବାକୁ ପ୍ରସ୍ତାବ ରଖିଛି। ଦୁଇଟି ମଧ୍ୟରେ ସମାନତା ସ୍ପଷ୍ଟ। ଇକୋସାଇଡକୁ ଏକ ଅନ୍ତର୍ଜତୀୟ ଅପରାଧ ଭାବେ ଗ୍ରହଣ କରାଯିବାର ଯେଉଁ ପ୍ରୟାସ ଜାରି ରହିଛି ସେଥିରୁ ସୂଚନା ମିଳୁଛି ଯେ, ପରିବେଶକୁ ଭୀଷଣ କ୍ଷତି କରିବା ଭଳି କାର୍ଯ୍ୟକୁ ଆମ ସମସ୍ତଙ୍କ ବିରୋଧରେ ଅପରାଧ ଭାବେ ଗ୍ରହଣ କରାଯିବ। ଆମେ ଏହାକୁ ଆଉ ଭିନ୍ନ ଭିନ୍ନ ଦେଶର ଆଇନ ବା ନିୟମ ଉପରେ ଛାଡି ଦେଇପାରିବା ନାହିଁ। ଷ୍ଟପ୍‌ ଇକୋସାଇଡ ଫାଉଣ୍ଡେଶନ ସମାୟୋଜନରେ କରାଯାଇଥିବା ଏହି କମିଟି ଅପରାଧକୁ ନିମ୍ନମତେ ନିର୍ଦ୍ଧାରିତ କରିଛି। ଅନ୍‌ଲଫୁଲ କିମ୍ବା ଓ୍ବାଣ୍ଟନ ଆକ୍ଟରେ (ବେଆଇନ କିମ୍ବା ଜାଣିଶୁଣି ବେପରୁଆ ଭାବେ ଜୀବନ, ସ୍ବାସ୍ଥ୍ୟ, ସୁରକ୍ଷା ଓ ସମ୍ପତ୍ତିଗତ ଅଧିତ୍କାରକୁ କ୍ଷତି ପହଞ୍ଚାଇବା କାର୍ଯ୍ୟରେ) ଯଦି ପରିବେଶର ଗୁରୁତର ତଥା ବ୍ୟାପକ କିମ୍ବା ଦୀର୍ଘମିଆଦୀ କ୍ଷତି ହେବାର ଅତ୍ୟଧିକ ସମ୍ଭାବନା ରହିଥିବ, ତେବେ ତାହାକୁ ଅପରାଧ ଭାବେ ଗ୍ରହଣ କରାଯିବ।
ଅପରାଧ ଭାବେ କାହାକୁ ବିବେଚନା କରିବାକୁ ହେଲେ ଆଇନ ବା ନିୟମକୁ ଦୁଇଟି ପଏଣ୍ଟ ପୂରଣ କରିବାକୁ ହେବ। ପ୍ରଥମତଃ, ସେମାନେ ପରିବେଶକୁ ଗୁରୁତର ଏବଂ ବ୍ୟାପକ କିମ୍ବା ଦୀର୍ଘମିଆଦୀ କ୍ଷତି କରୁଥିବେ। ସବୁ ପରିସ୍ଥିତିରେ କ୍ଷତିର ତୀବ୍ରତା ଜାଣିିବା ଏବଂ ସମ୍ଭାବ୍ୟ କ୍ଷତି ବ୍ୟାପକ କିମ୍ବା ଦୀର୍ଘ ମିଆଦୀ ହୋଇଥିବା ଆବଶ୍ୟକ। ବ୍ୟାପକ କ୍ଷତି କହିଲେ ତାହା ଏକ ସୀମିତ ଅଞ୍ଚଳରେ ନ ରହି ବାହାରକୁ ବ୍ୟାପିଥିବ କିମ୍ବା ସମଗ୍ର ଜୈବମଣ୍ଡଳ ଅବା ଅତ୍ୟଧିକ ଲୋକଙ୍କୁ ପ୍ରଭାବିତ କରୁଥିବ। ସେହିଭଳି ଦୀର୍ଘ ମିଆଦୀ କହିଲେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାକୃତିକ ଉପାୟରେ କ୍ଷତିକୁ ପରିବର୍ତ୍ତନ କରିବା ଅସାଧ୍ୟ ହୋଇଥିବ। ନିୟମାନୁଯାୟୀ ଜନବହୁଳ ଅଞ୍ଚଳର ବିଷାକ୍ତ ପ୍ରଦୂଷଣ ସ୍ଥିତିକୁ ବିଚାରକୁ ନିଆଯିବ। କେବଳ ଅତ୍ୟଧିକ ଲୋକ ରହୁଥିବା ଅଞ୍ଚଳ ନୁହେଁ, ବରଂ ଏକ ସୀମିତ ଅଞ୍ଚଳରେ ରହୁଥିବା ଲୋକ କିମ୍ବା ସାମୁଦ୍ରିକ ଜୈବମଣ୍ଡଳରେ ହେଉଥିବା କ୍ଷତିର ପରିମାଣକୁ ଏହା ଦେଖିବ। ଦ୍ୱିତୀୟ ପଏଣ୍ଟ ପୂରଣ କରିବାକୁ ହେଲେ ବେଆଇନ କିମ୍ବା ଜାଣିଶୁଣି ବେପରୁଆ ଭାବେ ଜୀବନ, ସ୍ବାସ୍ଥ୍ୟ ଓ ସୁରକ୍ଷା ସମ୍ବନ୍ଧିତ ପରିବେଶଗତ କ୍ଷତିକୁ ନିଆଯିବ। ଦେଖିବାକୁ ଗଲେ, ଜାତୀୟ ଆଇନ ବଳରେ ପରିବେଶର ପର୍ଯ୍ୟାପ୍ତ ସୁରକ୍ଷା କରାଯିବା ଦରକାର ଏବଂ ଉକ୍ତ ଆଇନର ଉଲ୍ଲଂଘନକୁ ଅନ୍ତର୍ଜାତୀୟ ଅପରାଧ ଭାବେ ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ବିଭିନ୍ନ ଦେଶର ଆଇନଗୁଡ଼ିକ ମଧ୍ୟରେ ପ୍ରଭେଦ ରହିଛି ଏବଂ ଅନ୍ତର୍ଜାତୀୟ ପରିବେଶଗତ ଆଇନରେ କିଛି ସ୍ପଷ୍ଟ କଟକଣା ରହିଛି। ଅନୁମତି ଦିଆଯାଇଥିବା କେତେକ ଆଇନ ଯାହା ପରିବେଶକୁ କ୍ଷତି କରୁଛି ତାହା ସାମାଜିକ ଭାବେ ବାଞ୍ଛନୀୟ; ଯଥା,ବହୁଳ ଭାବେ ଆବଶ୍ୟକ ଗୃହନିର୍ମାଣ, ପରିବହନ କିମ୍ବା ଭିତ୍ତିଭୂମି ପ୍ରୋଜେକ୍ଟ। ଏହି ସବୁ ବିଷୟରେ ଅନ୍ତର୍ଜାତୀୟ ପରିବେଶୀୟ ଆଇନ ସ୍ଥାୟୀ ତଥା ଶତତ ବିକାଶ ଉପରେ କିଛି ସିଦ୍ଧାନ୍ତ ନିର୍ଦ୍ଧାରଣ କରିଛି, ଯାହା ଅନୁଯାୟୀ ଦେଶଗୁଡ଼ିକ କାମ କରିବା ଉଚିତ।
ଜେନୋସାଇଡ, ମାନବିକତା ବିରୋଧୀ ଅପରାଧ, ଯୁଦ୍ଧ ଅପରାଧ ଭଳି ଇକୋସାଇଡର ଅପରାଧକୁ ସ୍ବୀକୃତି ପାଇଁ ଅତିକମ୍‌ରେ ୧୨୩ ସଦସ୍ୟ ବିଶିଷ୍ଟ ଆଇସିସିର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ିବ। ଏହା ପ୍ରତ୍ୟେକ ଦେଶ ଲାଗି ପ୍ରଭାବୀ ସାବ୍ୟସ୍ତ ହେବ। ଆଇସିସିରେ ଯେଉଁମାନେ ଦାୟିତ୍ୱରେ ରହିଛନ୍ତି ସେମାନେ ଆଇସିସି କିମ୍ବା ଦେଶଗୁଡ଼ିକର ନ୍ୟାୟିକ ପରିସରରେ ଅପରାଧ ବିରୋଧରେ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ଥିର କରିବେ। କେମିତି ଅପରାଧୀମାନେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ପାଇବେ ସେ ବ୍ୟବସ୍ଥା କରିବା ମଧ୍ୟ ସେମାନଙ୍କ ଦାୟିତ୍ୱ। ଏବକାର ପରିସ୍ଥିତିରେ ଅନେକ ଭୟଙ୍କର ସମୂହ ପରିବେଶଗତ କ୍ଷତି ପାଇଁ ଅନ୍ତର୍ଜାତୀୟ ଓ ବହୁ ସମୟରେ ଜାତୀୟ ସ୍ତରରେ ବିଭିନ୍ନ ଆପରାଧିକ ଦଣ୍ଡର ଅଭାବ ଦେଖାଦେଇଛି। ଅଧିକାଂଶ ନ୍ୟାୟିକ ବିଚାରରେ ବ୍ୟକ୍ତି ଓ କର୍ପୋରେସନଗୁଡ଼ିକ କେବଳ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେଉଛନ୍ତି।
ଇକୋସାଇଡର ଆପରାଧୀକରରଣ ଅନ୍ୟ ଅପରାଧଠାରୁ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇପାରିବ, କାରଣ ଏହା ମୁଖ୍ୟ ରୂପରେ ଏକ କର୍ପୋରେଟ ଅପରାଧ। ଏକ କମ୍ପାନୀର ମୂଲ୍ୟ ତା’ ଖ୍ୟାତି ଉପରେ ହିଁ ନିର୍ଭର କରେ। ପରିବେଶଗତ ଅପରାଧରେ ପଡିଲେ କମ୍ପାନୀ ନିବେଶକଙ୍କ ବିଶ୍ୱାସ ହରାଏ , ପରିଚାଳକ ମଧ୍ୟ ବହୁ କିଛି ହରାଇପାରନ୍ତି। ଆଇସିସି ମୁଖ୍ୟତଃ ବ୍ୟକ୍ତି ଅପେକ୍ଷା କର୍ପୋରେଶନଗୁଡ଼ିକ ବିରୋଧରେ ଅଧିତ୍କ ମକଦ୍ଦମା କରିଥାଏ। ଏକ ଅନ୍ତର୍ଜାତୀୟ ଅପରାଧୀ ହେବାର ଆଶଙ୍କା କର୍ପୋରେଶନଗୁଡ଼ିକ ଅଧିତ୍କ ପରିବେଶ ଉପଯୋଗୀ ପଦ୍ଧତିରେ କାର୍ଯ୍ୟ କରିବାକୁ ପ୍ରେରିତ କରିପାରିବ। ଏଣୁ ଅଶାକରାଯାଏ, ଆଇନ ପଦକ୍ଷେପ ନେବା ପୂର୍ବରୁ ପ୍ରତିକାର କରିବା ଉଚିତ। କାରଣ ଏବେ ଆଇନର ସମ୍ଭାବନା ଦେଖାଯାଉଛି।
ଅବଶ୍ୟ, ଆଇସିସି ଆଗକୁ ବଢ଼ିବାରେ ବହୁ ଆହ୍ବାନ ରହିଛି। ତଥାପି ଆଇସିସି ଏବେ କଠିନ ପରିସ୍ଥିତିକୁ ମାର୍ଗଦର୍ଶନ କରୁଛି ଏବଂ ଏହା ଫ୍ରାନ୍ସରେ ହୋଇଥିତ୍ବା ଉନ୍ନତିରୁ ଏହା ସ୍ପଷ୍ଟ ହୋଇଛି। କିନ୍ତୁ ଇକୋସାଇଡ ଅପରାଧ ଲାଗି ବିଶ୍ୱ ସ୍ତରରେ ସମର୍ଥନ ଏକାଠିି କରାଯାଇପାରିବ ଏବଂ ଏହା ଜରୁରୀ ମଧ୍ୟ। ମାଳଦ୍ୱୀପ, ଫ୍ରାନ୍ସ,ବେଲ୍‌ଜିୟମ, ପର୍ତ୍ତୁଗାଲ, ଫିନ୍‌ଲାଣ୍ଡ ସ୍ପେନ୍‌, କାନାଡା ଏବଂ ଲୁଜେମବର୍ଗ ଏଥି ଲାଗି ସେମାନଙ୍କ ଆଗ୍ରହ ପ୍ରକାଶ କରି ସାରିଲେଣି। ବେଲ୍‌ଜିୟମ, ପର୍ତ୍ତୁଗାଲ, ବ୍ରାଜିଲ୍‌, ଫ୍ରାନ୍ସ, ବଲିଭିୟା,ବାଂଲାଦେଶ, ଇଂଲଣ୍ଡ ଏବଂ ଚିଲି ସମେତ ବହୁ ଦେଶରେ ସଂସଦୀୟ ପ୍ରସ୍ତାବ କିମ୍ବା ଆଇନ ସମ୍ପର୍କିତ ଡ୍ରାଫ୍ଟ ଦାଖଲ କରାଯାଇଛି। ଏଣୁ ଆମ ସମୟର ପରିବେଶଗତ ଅନ୍ତର୍ଜାତୀୟ ଅପରାଧର ବାଟ ଓଗାଳି ପ୍ରଳୟ ଅପେକ୍ଷାରେ ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତା ନୁହେଁ ଛାତ

ସଂଗ୍ରାମ କେଶରୀ ପୃଷ୍ଟି ମାଟିରୁ ଆକାଶ, ଅନ୍ତରରୁ ଅନ୍ତରୀକ୍ଷ ପୁଣି ଦରିଆରୁ ଦିଗ୍‌ବଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଶବ୍ଦଟିଏ ବାପା। ନା କଳିହୁଏ ନା ମାପିହୁଏ ତାଙ୍କ...

ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ...

ଧନ କ’ଣ ସୁଖ କିଣିପାରେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ...

ମାତୃଭାଷା ପାଠପଢ଼ାର ମାଧ୍ୟମ ହେଉ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଈପ୍ସିତା ମହାନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର ନିଜ କବିତା ଗ୍ରନ୍ଥ ଅର୍ଘ୍ୟଥାଳୀରେ ଲେଖିଛନ୍ତି- “ଉଚ୍ଚ ହେବା ପାଇଁ କର...

ନୋବେଲ ଚିନ୍ତା

ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିବା ପରେ ଏବେ ତାହାକୁ ଶେଷ କରିଛନ୍ତି।...

ହିସାବ ଠିକ୍‌

ଆଗରୁ ବନ୍ଦର ଯାଇସାରିଛି। ଅଧିକାଂଶ ଉଡ଼ାଜାହାଜ ପଡ଼ିଆ ମଧ୍ୟ ବିକ୍ରି ହୋଇସାରିଛି। ଏପରିକି ଭାରତର ଐତିହାସିକ କୀର୍ତ୍ତିରାଜି ମଧ୍ୟ ବିକ୍ରି କରିଦିଆଯାଇଛି। କିଛିମାସ ହେବ ଚାଷୀ...

ବିଶ୍ବାସର ଆଖି ନାହିଁ

ମୋହନ ଚରଣ ବିଷି   ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଲେ। କାରଣ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ତାଙ୍କୁ ବିରୋଧ କଲେ। କିଛିଦିନ ତଳେ...

ହିଡ଼ର ମାଟି ହିଡ଼େ ନଦିଥିଲେ

ଡା. ବାସୁଦେବ ପ୍ରଧାନ ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍‌ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର...

Advertisement
Archives

Model This Week